AMA BUS ARREST BBSR PRIYA 

AMA BUS ARREST BBSR PRIYA 

AMA BUS ARREST BBSR PRIYA 

AMA BUS ARREST.. Report -BBSR PRIYA 

ବନ୍ଧାହେଲା ଆମ ବସ୍ ଡ୍ରାଇଭର । ଭୁବନେଶ୍ୱରର ସତସଙ୍ଗ ନିକଟରେ ବାଇକ୍ ଆରୋହୀଙ୍କ ଧକ୍କା ଦେଇଥିବା ଆମ ବସ୍ ଡ୍ରାଇଭର ଅଶ୍ୱିନୀ କୁମାରକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଅଭିଯୋଗକାରୀ ବିଶ୍ଵରଞ୍ଜନ ପାଇକରାୟଙ୍କ ଲିଖିତ ରିପୋର୍ଟ ଆଧାରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ପ୍ରାୟ ୩:୪୫ ସମୟରେ, ମୃତ ଗଦାଧର ସାହୁ ଏକ ମୋଟରସାଇକେଲରେ ନାଖରା ପାର୍ଶ୍ବରୁ ଭୁବନେଶ୍ବର ଆଡକୁ ଆସୁଥିବା ସମୟରେ ଆମ ବସ ରୁଟ୍ ୯୧ ଅତ୍ୟଧିକ ବେଗ ଏବଂ ଅବହେଳାପୂର୍ଣ୍ଣ ଭାବରେ ଚଳାଇ ତାଙ୍କ ମୋଟରସାଇକେଲକୁ ସତସଙ୍ଗ ବିହାର ନିକଟରେ ଧକ୍କା ଦେଇଥିଲା, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତଦନ୍ତ ସମୟରେ ଏହା ପ୍ରମାଣିତ ହୋଇଥିଲା ଯେ ଅଭିଯୁକ୍ତ ଡ୍ରାଇଭରଙ୍କ ଅତ୍ୟଧିକ ବେଗ ଏବଂ ଅବହେଳାପୂର୍ଣ୍ଣ ଚାଳନା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ସମ୍ପୃକ୍ତ ବସ୍‌ଟିକୁ ଜବତ କରାଯାଇଥିଲା। ଘଟଣା ପରେ ଅଭିଯୁକ୍ତ ପଳାଇ ଯାଇଥିଲେ, କିନ୍ତୁ ପରେ ସେ ଥାନାରେ ଆତ୍ମସମର୍ପଣ କରିଥିଲେ। ପଚରାଉଚରା ସମୟରେ ସେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ।

ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ଆଇନଅନୁଯାୟୀ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ପୂର୍ବରୁ ଅନେକ ଆମ ବସ୍ ଦୁର୍ଘଟଣାରେ ପ୍ରାଣ ଯାଇଛି। ବସ୍ ଚାଳକଙ୍କ ଅବହେଳା ଓ ଦାୟିତ୍ୱହୀନ ଚାଳନା ପାଇଁ କେତେ ମୂଲ୍ୟବାନ ଜୀବନ ଯାଇଛି। ଏହି ଆମ ବସକୁ ଲୋକେ ଶେଷରେ ଦେଖିଲେ ଛାନିଆ ହୋଇପଡ଼ିଲେଣି। ବାଟରେ ଆମ ବସ୍ ଦେଖିଲା ମାନେ ଭୟରେ ପାଖକୁ ଯାଉନାହାନ୍ତି ବୋଲି କହିଛନ୍ତି ରାଜଧାନୀ ବାସି । ପାତ୍ରପଦା ରେ ସ୍କୁଟି ଚାଳକ ମହିଳାଙ୍କୁ ଚପାଇ ଆମ ବସ୍ ମୃତ୍ୟୁର ରାସ୍ତା ଦେଖାଇଥିଲା । ସେହିପରି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଜଣଙ୍କ ଜୀବନ ନେଇଥିଲା ଆମ ବସ୍ । ରୂପାଲି ଛକରେ ଆମ ବସ୍ ମଧ୍ୟ ସମାନ ଭାବରେ ଯୁବକଙ୍କୁ ପିଟିବା ପରେ ମୃତ୍ୟୁବରଣ କରିଥିଲେ ଯୁବକ। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ହେଲେ କେବଳ କୃଟ ପକ୍ଷରୁ କିଭଳି ଡ୍ରାଇଭର ମାନଙ୍କ ପ୍ରଶିକ୍ଷଣ ନ ନେଇ ଚାକିରି ନିଯୁକ୍ତି ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। ଭୁବନେଶ୍ୱର ସମେତ ସବୁଠି ଏହି ଯୋଗାଯୋଗର ଏକମାତ୍ର ମାଧ୍ୟମ ପାଲଟିଥିବା ଆମ ବସ୍ ଯଦି ଏମିତି ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଯମ ରାସ୍ତା ଦେଖାଉଚି ତେବେ ଆଗକୁ ଆଉ କଣ ଅବସ୍ଥା ହେବ ତାହା କଳ୍ପନା କରିବା କଥା । କ୍ରୁଟ କତୃପକ୍ଷ କେବଳ ସହାୟତା ରାଶି ଦେଇ ଚୁପ୍ ବସିପଡୁଚି। ଏମିତି ଘଟଣାରେ ଉପରିସ୍ଥ ଅଧିକାରୀ ବା ପ୍ରସାଶନ କେବେ ହସ୍ତକ୍ଷେପ କରି ଏହି ଟେଣ୍ଡର ବାତିଲ କରି ଅନ୍ୟତ୍ର ଟେଣ୍ଡର ଦେଇ ଜନ ଜୀବନ ସୁରକ୍ଷିତ ରଖିବ ତାହାକୁ ନେଇ ଦାବି ଉଠିଛି ।