FLIPKART MESSHO CHEATING...BBSR...PRIYA
FLIPKART MESSHO CHEATING...BBSR...PRIYA

FLIPKART MESSHO CHEATING...BBSR...PRIYA
(କଳିଙ୍ଗ ବିକାଶ ) ଫ୍ଲିପକାର୍ଟ ଓ ମେଶୋ ଭଳି ଅନଲାଇନ୍ ଫ୍ରାଞ୍ଚାଇଯ ଦେବାକୁ କହି ୩ ଲକ୍ଷ ଠକି ନେଇ ବନ୍ଧାହେଲା ଦୁଇ କୁଖ୍ୟାତ ଠକ । ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଦୁଇ କୁଖ୍ୟାତଙ୍କୁ ଶେଷରେ ୧୧ ମାସ ପରେ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଦୁଇ ଠକ ମଧ୍ୟରୁ ଗଞ୍ଜାମର ସେବନ କୁମାର ପ୍ରଧାନ ଏବଂ ଅନ୍ୟଜଣେ ଭୁବନେଶ୍ୱରର ବିଶ୍ୱନାଥ ମହାପାତ୍ର ଏହି ଦୁହେଁ ଭୁବନେଶ୍ୱରର ଏକ ହୋଟେଲରେ ବୁକ୍ କରିଥିଲେ ରୁମ୍ । ଡିଲରସିପ ନେବା ପାଇଁ ଲୋକଙ୍କ ୱାଟସପ୍ ଜରିଆରେ କଣ୍ଟାକ୍ଟ କରି ଆକୃଷ୍ଟ କରିଥିଲେ । ଏହି ଠକଙ୍କ ଜାଲରେ ପଡ଼ିଯାଇଥିଲେ ଭୁବନେଶ୍ୱରରେ ରାକେଶ ରାଉତ । ତାଙ୍କୁ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଏକ ହୋଟେଲକୁ ଡକାଇ ସମସ୍ତ ଡକ୍ୟୁମେଣ୍ଟ ଦେଖିଥିଲେ । ଏହାପରେ ଦୁହେଁ ଏକ ଚୁକ୍ତି କରିବାକୁ କାଗଜ ମଗାଇଥିଲେ । ଗତ ୬ତାରିଖ ଜୁଲାଇ ମାସ .୨୦୨୫ ମସିହା ରାତି ପ୍ରାୟ ୧୦ଟା ସମୟରେ ଅଭିଯୋଗକାରୀ ଅଭିଯୁକ୍ତମାନଙ୍କ ସହିତ ଫ୍ଲିପକାର୍ଟ ଓ ମିଶୋର ଡିଲରସିପ୍ ଫ୍ରାଞ୍ଚାଇଜ୍ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଅଶୋକନଗର ସ୍ଥିତ ଏକ ହୋଟେଲକୁ ଆସିଥିଲେ। ପୂର୍ବ ବ୍ୟବସ୍ଥା ଅନୁଯାୟୀ ସେ ଅନଲାଇନ୍ ମାଧ୍ୟମରେ ୩୦,୦୦୦/- ଟଙ୍କା ଦେଇଥିଲେ ଏବଂ ହୋଟେଲ ରୁମ୍ରେ ୩,୦୦,୦୦୦/- ଟଙ୍କା ସହିତ ଦସ୍ତଖତ ଡକ୍ୟୁମେଣ୍ଟ ଓ ଚେକ୍ ରଖିଥିଲେ। ଅଭିଯୋଗକାରୀ ବାଥରୁମ୍କୁ ଯାଇଥିବା ସମୟରେ ସୁଯୋଗ ନେଇ ଉଭୟ ଅଭିଯୁକ୍ତ ନଗଦ ଟଙ୍କା, ଡକ୍ୟୁମେଣ୍ଟ ଓ ଚେକ୍ ନେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ।

ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଫ୍ରାଞ୍ଚାଇଜ୍ ପ୍ରଦାନ କରିବା ବାହାନାରେ ପୂର୍ବରୁ ଷଡ଼ଯନ୍ତ୍ର କରି ଅଭିଯୋଗକାରୀଙ୍କୁ ଠକେଇ କରିଥିଲେ। ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ପଚରାଉଚରା ସମୟରେ ସେମାନେ ଅପରାଧରେ ସମ୍ପୃକ୍ତି ସ୍ୱୀକାର କରିଥିଲେ।
ଅଭିଯୁକ୍ତମାନଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ଆଇନଅନୁଯାୟୀ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

