ଲାଞ୍ଜିଗଡ ଥାନ ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Ommtv Kalinga Vikas
ଲାଞ୍ଜିଗଡ ଥାନ ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Ommtv Kalinga Vikas
ଲାଞ୍ଜିଗଡ ଥାନ ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୨୪/୧୦ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଥାନା ଅନ୍ତର୍ଗତ ବେଦାନ୍ତ ଟାଉନ ସିପ ଡ଼ି ଏ ଭି ସ୍କୁଲ ଓ ଲାଞ୍ଜିଗଡ ସ୍ଥିତ ଏସ ଏସ ଡି ସ୍କୁଲ ପରିସରରେ ଆଜି ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ମଧ୍ୟରେ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଓ ଲାଞ୍ଜିଗଡ ଥାନା ଆଇଆଇସି ଯଶବନ୍ତ ହିଆଲ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ସାଇବାର ଅଭିଜ୍ଞତା ଆନନ୍ଦ ସାମଲ ଯୋଗ ଦେଇ ସାଇବର ସୁରକ୍ଷା ଉପରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ସାଇବର ଠକାମୀ ଉପରେ ସମସ୍ତ କଥା ବୁଝେଇ କହିଥିଲେ I ଏହି ସାଇବର ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଲା ଆଜି କାଲି କମ୍ପୁଟର ଯୁଗରେ ଯେଉଁ ପ୍ରକାର ସାଇବର ଠକାମୀ ଚାଲିଛି ତାହାକୁ ରୁକିବା ପାଇଁ ବିଶେଷ କରି ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସଚେତନତା କରାଯାଉଅଛି ବୋଲି ଶ୍ରୀ ହିଆଲ ସୂଚନା ଦେଇ କହିଛନ୍ତି I ସାଇବର ରଥଟି କଳାହାଣ୍ଡି ଜିଲ୍ଲା ୨୨ ଗୋଟି ଥାନାକୁ ଯାଇ ସାଇବର ଉପରେ ଜନ ସାଧାରଣଙ୍କୁ ସଚେତନତା କରିବ ବୋଲି ଆମ ଅIଘରେ ଶ୍ରୀ ମାଝୀ ମତ ପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଞ୍ଜିଗଡ ଏସ ଆଇ ଡୋଲମଣୀ ବିଶି ଓ ଉପ ଆରକ୍ଷ ନିରୀକ୍ଷକ ଜାହ୍ନବୀ ତାଣ୍ଡି ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଓ ଆଇଆରବି ବାହିନୀ ଉପସ୍ଥିତ ଥିଲେ I ସାଇବର ଠକେଇର ଶିକାର ହେଲେ ସଙ୍ଗେ ସଙ୍ଗେ ୧୯୩୦କୁ କଲ କରିବାକୁ କୁହାଯାଇଛି I ଯଦି ୧୯୩୦ ନମ୍ବରକୁ ଫୋନ୍ କଲେ ନ ଲାଗୁଛି ତୁରନ୍ତ ପାଖରେ ଥିବା ଥାନାକୁ ଯାଇ ଜଣାଇବI ପାଇଁ ସମସ୍ତଙ୍କୁ ବୁଝେଇ କୁହା ଯାଇଥିଲା I
