ଦିନରେ ରୋଗୀ ସେବା ରାତିରେ ଗଞ୍ଜେଇ ସେବା

ଦିନରେ ରୋଗୀ ସେବା ରାତିରେ ଗଞ୍ଜେଇ ସେବା

ଦିନରେ ରୋଗୀ ସେବା ରାତିରେ ଗଞ୍ଜେଇ ସେବା

ଦିନରେ ରୋଗୀ ସେବା ରାତିରେ ଗଞ୍ଜେଇ ସେବା 

(ଭୁବନେଶ୍ୱର କଳିଙ୍ଗ ବିକାଶ -ରିପୋର୍ଟ ପ୍ରିୟ ରଞ୍ଜନ ) ଦିନରେ ରୋଗୀ ସେବା ରାତିରେ ଗଞ୍ଜେଇ ସେବା । ରାଜଧାନୀ ଭୁବନେଶ୍ୱରରେ ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚାଲାଣ । ପୁଣି ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡରରେ ଗଞ୍ଜେଇ ଚାଲାଣର ନୂଆ ତରିକାର ପର୍ଦାଫାଶ କରିଛି କମିସନରେଟ ପୋଲିସ । ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ନୟାପଲ୍ଲୀ ଥାନା ପୋଲିସ । 25 କେଜି ଗଞ୍ଜେଇ ଜବତ ସହ ଚାରି ଜଣ ଗଞ୍ଜା ଚାଲାଣକାରିଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ଗେଟ୍ ନମ୍ବର ୮ ବି ନିକଟରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଭିତରେ ଦେଖି ତାଜୁବ ହୋଇଯାଇଥିଲେ ପୋଲିସ ବାବୁମାନେ । ଏହି ସମୟରେ ଚାରି ଜଣ ଗଞ୍ଜେଇ ଚାଲାଣ କାରି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ମାଡ଼ି ବସିଥିଲା । ଏମାନଙ୍କ ଆମ୍ବୁଲାନ୍ସରୁ  

   ନୟାପଲ୍ଲୀ ଥାନା ପୋଲିସ କୁ ମିଳିଛି ବଡ ସଫଳତା । ଚାରି ଜଣ ଗଞ୍ଜେଇ ଚୋରା କାରି ହେଲେ ଯାଜପୁରର ବିଶ୍ୱଜିତ୍ ମଲ୍ଲିକ , ଭୁବନେଶ୍ୱରର ମନୋଜ କୁମାର ମହାପାତ୍ର , ନୟାଗଡ଼ର ପ୍ରଶାନ୍ତ କୁମାର ପ୍ରଧାନ ଏବଂ ବରଗଡ଼ର ରାମକୃଷ୍ଣ ପାଣିଗ୍ରାହୀ । ଗୋଟିଏ ଆମ୍ବୁଲାନ୍ସ ଓଡ଼ି ୦୫ ବି ଡବଲୁ ୦୧୧୦ ଓ ପାଞ୍ଚଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହୋଇଛି କି ଏହି ଗଞ୍ଜେଇ ଚାଲାଣକାରି ବାବୁମାନେ ନିଜକୁ ଏକ ରୋଗୀ ସେବାକାରୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ଆମ୍ବୁଲାନ୍ସ ଭିତରେ ଏମିତି ଭାବେ ସେମାନେ ଗଞ୍ଜେଇ ଚାଲାଣ ପାଇଁ ପ୍ଲାନ୍ କରିଥିଲେ ଯେ ପୋଲିସ କିମ୍ବା ଅବକାରୀ ବିଭାଗ ମଧ୍ୟ ଟେର୍ ପାଇପାରିବ ନାହିଁ। ଆମ୍ବୁଲାନ୍ସ ଗାଡ଼ି ରହିଛି ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ଗାଡିଟିକୁ ଯଦି ଯାଞ୍ଚ ହେବ ତାହାକୁ କେହି ସନ୍ଦେହ କରିବେ ନାହିଁ କିନ୍ତୁ ଆମ୍ବୁଲାନ୍ସ ଗାଡ଼ିରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡର ଭିତରେ ଗଞ୍ଜେଇ ଭର୍ତ୍ତି କରି ସେମାନେ ବହୁ ଜିଲ୍ଲାକୁ ଚାଲାଣ କରୁଥିଲେ । ଗୋଟିଏ ପଟେ ଆମ୍ବୁଲାନ୍ସ ଦେଖି କେହି ଯାଞ୍ଚ ମଧ୍ୟ କରୁନଥିଲେ । ଏମିତିକି ଜାତୀୟ ରାଜପଥ ଗୁଡିକରେ ମଧ୍ୟ ଆମ୍ବୁଲାନ୍ସ ସାଇରନ୍ ମାରି ତୁରନ୍ତ ଗଞ୍ଜେଇ ଚାଲାଣ କରିବାରେ ସଫଳ ହେଉଥିଲେ । ଗଞ୍ଜେଇ ଗୋଟିଏ ଜିଲ୍ଲାରୁ ଆଉ ଏକ ସ୍ଥାନକୁ ନେବା ପାଇଁ ଏମାନଙ୍କୁ ମୋଟା ଅଙ୍କର ଟଙ୍କା ଅର୍ଥ ମିଳିଥିଲା । ଏମିତିକି ଏହି ଗଞ୍ଜେଇ ଗୁଡ଼ିକ କୋରାପୁଟ ମାଲକାଗିରି ଅଞ୍ଚାଲରୁ ଆଣିଥିଲେ ବୋଲି ଜଣାପଡ଼ିଛି । ପୂର୍ବରୁ ଏମାନେ ଏହି ଆମ୍ବୁଲାନ୍ସ ଜରିଆରେ ପଶ୍ଚିମବଙ୍ଗ ମଧ୍ୟ ଯାଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଆମ୍ବୁଲାନ୍ସରେ ନିଜେ ଏହି ଚାଲାଣକାରି ମାନେ ରୋଗୀ ହୋଇ ମଧ୍ୟ ଯାଆନ୍ତି । ପୋଲିସ ଏବଂ ଅବକାରୀ ଟିମ୍ ହାଥରେ ନ ଧରାପଡ଼ିବା ପାଇଁ ଏମିତି ସବୁ ବିଭିନ୍ନ ଟେକ୍ନିକ୍ ବ୍ୟବହାର କରନ୍ତି । ହେଲେ ଚୋର ଘର୍ ସବୁବେଳେ ଆଲୁଅ ନାହିଁ ବେଳ ଆସିଲା ଶେଷରେ ଆମ୍ବୁଲାନ୍ସ ଭିତରେ ଗଞ୍ଜେଇ ଚୋରା ଚାଲାଣ ପଦାରେ ପଡ଼ିଗଲା । କମିସନରେଟ ପୋଲିସ ଅଧିକାରୀ ମାନେ ଗଞ୍ଜେଇ ଧରିବାକୁ ବହୁ ଦିନ ଧରି ଚାଲ ପକାଇଥିଲେ । ଶେଷରେ ପୋଲିସର ଜାଲରେ ପଡ଼ିଯାଇଥିଲେ ଏହି ଚାଲାଣ ବାବୁମାନେ । ପୂର୍ବରୁ ଖଣ୍ଡଗିରି ଅଞ୍ଚଳ କୋଲଥିଆ ନିକଟରୁ ଏକ ଟ୍ରକ୍ ର ସିକ୍ରେଟ ଚାମ୍ବର ରୁ ପୁଲା ପୁଲା ଗଞ୍ଜେଇ ଜବତ କରିଥିଲା ଖଣ୍ଡଗିରି ଥାନା ପୋଲିସ। ସେତେବେଳେ ଗଞ୍ଜେଇ କୁଇଂଟାଲ କୁଇଂଟାଲ ଓଜନ କରି କରି ବେଦମ୍ ହୋଇପଡ଼ିଥିଲା ପୋଲିସ। ସେତେବେଳେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଠାରୁ ବଞ୍ଚିବା ପାଇଁ ଏମିତିକି କ୍ଷୀର ବୋଝେଇ ଟ୍ୟାଙ୍କର , ପେଟ୍ରୋଲ ଟ୍ୟାଙ୍କର ଭଳି ଯାନବାହନ କୁ ବ୍ୟବହାର କରି ଗଞ୍ଜେଇ ଚାଲାଣ କରନ୍ତି। ତେବେ ଏହି ସବୁ ଚାଲ ଏବଂ ଗଞ୍ଜେଇ ଚାଲାଣ କାରୀଙ୍କ ସମ୍ପର୍କରେ ଯିଏ ସୂଚନା ଦେବ ତାହାକୁ ପୁରସ୍କାର ଦେବାକୁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ବଡ ବଡ ରକେଟ୍ ଗୁଡିକର ପର୍ଦାଫାଶ ହେବ ଏବଂ ବଡ ବଡ ମାଷ୍ଟର ମାଇଣ୍ଡକୁ ଧରିବାକୁ ସଫଳ ହେବ ବୋଲି ପୋଲିସ କହିଛି।