ଦ୍ବୀତିୟ ସଉତୁଣୀ ମାଡ଼ରେ ତୃତୀୟ ସଉତୁଣୀ ଗୁରୁତର: Ommtv KalingaVikas
ଦ୍ବୀତିୟ ସଉତୁଣୀ ମାଡ଼ରେ ତୃତୀୟ ସଉତୁଣୀ ଗୁରୁତର: Ommtv KalingaVikas
ଦ୍ବୀତିୟ ସଉତୁଣୀ ମାଡ଼ରେ ତୃତୀୟ ସଉତୁଣୀ ଗୁରୁତର: Ommtv KalingaVikas

Bhubaneswar, ୧୪/୭(KV): ଜଣେ ଅଣ ଓଡ଼ିଆ ବ୍ୟକ୍ତି ୩ଜଣ ମହିଳାଙ୍କୁ ବିବାହକରି ପରଲୋକକୁ ଚାଲିଯିବା ପରେ ବର୍ତ୍ତମାନ ସେହି ମୃତ ବ୍ୟକ୍ତି ଜଣଙ୍କ ଦ୍ବୀତିୟ ଓ ତୃତୀୟ ପତ୍ନୀ ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଛି। ଯାହାନେଇ ସାନ ସଉତୁଣୀ ପ୍ରତିମା ଦାସ (୩୦) ମଝିଆଁ ସଉତୁଣୀ ଓ ତା’ପରିବାର ଲୋକଙ୍କ ଠାରୁ ଆକ୍ରମଣର ଶିକାର ହୋଇ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ତହୋଇଛନ୍ତି। ପୁଲିସ ଅଭିଯୋଗକୁ ଭିତିକରି ଘଟଣାର ତଦନ୍ତ କରୁଥିବା କହିଛି। ଘଟଣାଅନୁଯାୟୀ ମୃତ ବ୍ୟକ୍ତି ଶଙ୍କର ଦାସର ଘର ମେଦେନାପୁରରେ। ସେ କୋଲକାତାରେ ପ୍ରଥମ ବିହାର କରି ବ୍ୟବସାୟ ପାଇଁ ଭୁବନେଶ୍ବର ଆସି ଓମଫେଡ଼ ବସ୍ତିରେ ଜଣେ ମହିଳାଙ୍କୁ ଦ୍ବୀତିୟ ବିହାର କରିଥିଲେ। ପରେ ୨୦୧୩ରେ ପ୍ରତିମାଙ୍କୁ ପ୍ରେମ ବିବାହା କରିଥିଲେ। ଓମଫେଡ଼ ବସ୍ତିରେ ରହୁଥିବା ଦୁଇ ସଉତୁଣୀଙ୍କୁ ଶଙ୍କର ଦୁଇଟି ଘର କରି ରହିବାପାଇଁ ଦେଇଥିଲା ବେଳେ ବର୍ତମାନ ଉକ୍ତ ଘର ଓ ଘର ଭିତରେ ଥିବା ଜିନିଷପତ୍ରକୁନେଇ ଦୁଇ ସଉତୁରୀଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଛି। ଦ୍ବିତୀୟ ସଉତୁଣୀ ଓ ତା’ର ପରିବାରଲୋକ ପ୍ରତିମାକୁ ଏକା ପାଇ ଆକ୍ରମଣ କରିବାରୁ ଘଟଣା ଥାନାକୁ ଯାଇଥିଲା। ବର୍ତ୍ତମାନ ଏନେଇ ବସ୍ତିରେ ଥିବା ଏକ ମହିଳା ଗୋଷ୍ଠୀର ସମାଜସେବୀମାନେ ବେସାହାରା ହୋଇପଡ଼ିଥିବା ପ୍ରତିମାଙ୍କୁ ନ୍ୟାୟ ଦେବା ଓ ଉକ୍ତ ଦୁଇ ପରିବାର ଗଣ୍ଡଗୋଳର ସମାଧାନପାଇଁ ଥାନାରେ ଦାବିକରିଛନ୍ତି। ଚନ୍ଦ୍ରଶେଖରପୁର ଥାନାର ଜଣେ ମହିଳା ପୁଲିସ୍ ଘଟଣା ତଦନ୍ତକରିବାକୁ ଯାଇ ଅଭିଯୁକ୍ତଙ୍କୁ ଥାନାରେ ଘଟଣଶ ବିଷୟରେ ତଦନ୍ତକରୁଥିବା ଜଣାପଡ଼ିଛି।
