କଳାହାଣ୍ଡି , ୧୯ ଅଗଷ୍ଟ ୨୦୨୫ ବିଶ୍ୱ ଫଟୋଗ୍ରାଫିକ୍ ଦିବସରେ କଳାହାଣ୍ଡି ପ୍ରଫେସନାଲ୍ ଫଟୋଗ୍ରାଫର୍ :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୨୦/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଭବାନୀପାଟଣା ସଦର ଆସୋସିଏସନ୍ (କେପିପା) ପକ୍ଷରୁ ଭବାନୀପାଟଣା ହିଲ୍ ଟାଉନ୍ ସ୍ଥତି ଆଲିଏନ୍ ଫଟୋଗ୍ରାଫିକ୍ ଷ୍ଟୁଡିଓ ରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଫୁଜିଫିଲମ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର୍ *ମିଥୁନ କୁମାର ଜେନା* ଙ୍କ ସହିତ ବରିଷ୍ଟ ଫଟୋଗ୍ରାଫର୍ ଅଜିତ ପାଢ଼ୀ, ଗୌରୀଶଙ୍କର ମହାକୁଡ଼, ପ୍ରକାଶ କୁମାର ଦଳାଇ ଓ ସୁକାନ୍ତ କୁମାର ସାହୁ ଯୋଗଦେଇଥିଲେ। କଳାହାଣ୍ଡିର ମାନ୍ୟଗୁଣ୍ୟ ଫଟୋଗ୍ରାଫର୍ ବ୍ୟକ୍ତିତ୍ୱମାନେ ନୂତନ ସଭାପତି ପ୍ରଦୀପ ରାଉତ,ରଂଜନ ସାହୁ, ରଞ୍ଜିତ ସାହୁ, ସନ୍ତୋଷ କୁମାର ଛତ୍ରିଆ,ଦୁଃଖିଶ୍ୟାମ ପ୍ରଧାନ, ରିତେଶ ସାହୁ, ବୈଷ୍ଣବ ଜାଲ, ଖୀରସିନ୍ଦୁ ଚଣ୍ଡୀ, ଚାନ୍ଦ କୁମାର ସାହୁ ଓ କଲେଶ୍ୱର ଚଣ୍ଡୀ, ଉପସ୍ଥିତ ରହିଥିଲେ। ପ୍ରଥମେ ସମସ୍ତ ଫଟୋ ଗ୍ରାଫର ଭାଇ ମାନେ ମିଶି ମାଁ ମାଣିକେଶ୍ବରୀ ମନ୍ଦିର କୁ ଯାଇ ଦର୍ଶନ କରି ଫେରିବା ପରେ "ଆଲିଏନ୍ ଫଟୋଗ୍ରାଫିକ୍ ଷ୍ଟୁଡିଓ " ରେ ଫଟୋ ଜଡ଼ିତ ବିଷୟ ବସ୍ତୁ ଉପରେ କିଛି ସମୟ ଚର୍ଚ୍ଚା କରିଥିଲେ । ପରେ ବିଶ୍ୱ ଫଟୋଗ୍ରାଫିକ୍ ଦିବସର ତିଆରୀ କେକ୍ ସମସ୍ତଙ୍କ ହସ୍ତକମଳରେ କଟା ଯାଇ ଥିଲା । ଉପସ୍ଥିତ ଥିବା ଅଲ ଓଡ଼ିଶା ଫଟୋ ଗ୍ରାଫର୍ ସେଣ୍ଡିକେଟ ର ପରିଚାଳନା କମିଟି ର ବରିଷ୍ଟ ଫଟୋଗ୍ରାଫର ଭାଇମାନେ ଆସି ଆସନ୍ତା ମାସ ରେ ଭୁବନେଶ୍ୱର ସ୍ଥିତ ଶୁଆ ବିଶ୍ଵବିଦ୍ୟାଳୟ ହେବାକୁଥିବା ସେପ୍ଟେମ୍ୱର ମାସ ୧୨,୧୩ ଓ ୧୪ ତାରିଖ ରେ ଫୋଟୋ ଏକ୍ସପୋ ୨୦୨୫ ପାଇଁ କଳାହାଣ୍ଡି ଫଟୋଗ୍ରାଫର୍ ଭାଇମାନଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରିତ କରିଥିଲେ । ଭୁବନେଶ୍ୱର,ପୁରୀ ଓ ବ୍ରହ୍ମପୁର ଫଟୋଗ୍ରାଫର ଭାଇ ମାନେ ଆସି ଆଜିର ଏହି ବିଶ୍ୱ ଫଟୋଗ୍ରାଫିକ୍ ଦିବସରେ ଫଟୋ ଗ୍ରାଫର ଭାଇ ମାନେ ଉପସ୍ଥିତି ଥିବାରୁ ବରିଷ୍ଟ ଫଟୋ ଗ୍ରାଫର ଭାଇ ମାନଙ୍କୁ କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର୍ ଆସୋସିଏସନ୍ (କେପିପା) ପକ୍ଷରୁ ରଂଜନ ସାହୁ ଧନ୍ୟବାଦ୍ ସହ ସାଧୁବାଦ୍ ଜ୍ଞାପନ ଥିଲେ I