କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ‌ଆଟ୍ ଅଫ୍ ଗିଭିଂର ଶୁଭାରମ୍ଭ:Ommtv 

କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ‌ଆଟ୍ ଅଫ୍ ଗିଭିଂର ଶୁଭାରମ୍ଭ:Ommtv 

କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ‌ଆଟ୍ ଅଫ୍ ଗିଭିଂର ଶୁଭାରମ୍ଭ:Ommtv 

କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ‌ଆଟ୍ ଅଫ୍ ଗିଭିଂର ଶୁଭାରମ୍ଭ:Ommtv 

ଭୁବନେଶ୍ୱର , ୧୬/୪(କବି): କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ଆଜି ଚନ୍ଦକା ନୂଆଗାଁ ମଧ୍ୟରେ ଥିବା ଏକ ଆଦିବାସୀ ପଡ଼ାରେ ଅନୁଷ୍ଠିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଯେଉଁ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭ୍ୟମାନେ ଶୁଖିଲା ଖାଦ୍ୟ ଓ ପିଲାଙ୍କ ପାଇଁ ପାଠ୍ୟ ଉପକରଣ ବଣ୍ଟନକରିଥିଲେ। ଏହା ବ୍ୟତିତ ଜଣେ ଡ଼ାକ୍ତର ସ୍ବେଚ୍ଛାସେବୀମାନଙ୍କ ସହ ପଡ଼ା ବୁଲି ଗ୍ରାମର ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକରି ସେମାନଙ୍କୁ ଔଷଧ ଖାଇବାପାଇଁ ପରାମର୍ଶ ଦେଇଥିଲେ। ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କଠାରୁ ଅନୁପ୍ରାଣିତ ହୋଇ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଗତ ୧୦ ବର୍ଷହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଭଳି ସେବା କାର୍ଯ୍ୟ କରିଆସୁଅଛି। ଏହା ବ୍ୟତିତ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବୁଲି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ମଧୁରବାଣୀ ମାଧ୍ୟମରେ ଭଲମଣିଷ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଆସୁଛି। ଆଜିର ଏହି କାର୍ଯ୍ୟକ୍ରମରେ ଆୟୋଜକ ଅନୁଷ୍ଠାନର ସଭାପତି ପ୍ରଫେସର ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ ଏବଂ ସହଯୋଗୀ ସଭ୍ୟ ରତିକାନ୍ତ ଗଡ଼ନାୟକ, ରାକେଶ ସାମଲ, ଗୁଲସନ୍ ଦାଶ, ଫକିରମୋହନ ଧଳ, ସଗ୍ରାମ ଦାସ, ମଧୁସ୍ମିତା ସାହୁ, ପିନୁ ନାୟକ, ମଧୁସ୍ମିତା ବାରିକ, ସତ୍ୟ ରାଉତ, ପପୁ ପ୍ରଧାନ, ରବି କୁମାର, ସୁସିଲ ଭୋଇ, ଅନିଲ ପ୍ରଧାନ, ସସିକାନ୍ତ ଗଡ଼ନାୟକ, ବଜନା କୁମାରୀ ସାହୁ ଏବଂ ମହେଶ୍ବର ପତି ସହଯୋଗ କରିଥିଲେ। ଆୟୋଜକ ଅନୁଷ୍ଠାନପକ୍ଷରୁ ପ୍ରତିମାସ ଶେଷ ସପ୍ତାହର ରବିବାର ଦିନ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ବ‌େଳେ ଆଜିଠାରୁ ଲଗାତାର ଏକ ମାସ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେବା କାର୍ଯ୍ୟ କରାଯିବ। ଯାହାର ଦାୟୀତ୍ବ ‌ଫାଉଣ୍ଡେସନ୍‌ର ଜିଲ୍ଲା ପ୍ରତିନିଧିମାନେ ପରିଚାଳନା କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ମତପ୍ରକାଶପାଇଛି।