ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ :Ommtv kalinga vikas
ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ :Ommtv kalinga vikas
ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ :Ommtv kalinga vikas

ଢେଙ୍କାନାଳ : (ରିପୋର୍ଟ :ଶୁଭ ନାରାୟଣ ) ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲା କ୍ରାନ୍ତିକାରୀ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ସମାରୋହ କଚେରୀ ରୋଡ଼ ସ୍ଥିତ ଦଳ କାର୍ଯ୍ୟାଳୟ ପାଖରେ ଅନୁଷ୍ଠିତ ହୋଇଯାଇଛି l ବିଗତ ବର୍ଷ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ୍ ଆଦମୀ ପାର୍ଟିର ବାର୍ତ୍ତା ଘରେ ଘରେ ପହଁଞ୍ଚାଇବାରେ ଜିଲ୍ଲାର ଯେଉଁ ସଦସ୍ୟ ବୃନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ରାଜ୍ଯ ସଭାପତି ନିଶିକାନ୍ତ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଆମ୍ ଆଦମୀ ପାର୍ଟିର କାମର ରାଜନୀତିକୁ ସମାଜର କୋଣ ଅନୁକୋଣରେ ପହଁଞ୍ଚାଇବାକୁ ସେ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ବର୍ତ୍ତମାନର ସରକାର କଳା ସଂସ୍କୃତିକୁ ବଳି ଦେଇ ଦଙ୍ଗା ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଶ୍ରୀକାନ୍ତ ପାଣି ଓ ସନ୍ଦିପ୍ତ ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ଦାସ ଓ ଜିତେନ୍ଦ୍ର ବେହେରା, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଉପସ୍ଥିତ ସଦସ୍ୟମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରା, ସମ୍ପାଦକ ଶେଷଦେବ ବେହେରା, ଅନୀଲ ସାମଲ, ନଗର ସଭାପତି ଦେବାଶିଷ ନନ୍ଦ, ନଗର ଉପସଭାପତି ବିଜୟ କୁମାର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ବରାଳ, ଚିତ୍ତରଞ୍ଜନ ପାଣି, ଜୟନ୍ତ ଦାସ, ନଗର ଯୁବ ସମ୍ପାଦକ ଜାଫର ଖାନ, ନଗର ପିତାମ୍ବର ସାମନ୍ତରାୟ, ଗଁଦିଆ ସଭାପତି ରୋହିତ ବେହେରା, ମହିଳା ସଭାନେତ୍ରୀ ରୁନୁବାଳା ଚିନାରା, ଜ୍ୟୋତ୍ସ୍ନାରାଣୀ ଖିଲାର, ରୁକ୍ମଣୀ ଦଳେଇ, ଦେବାଶିଷ ବେହେରା, ଇଂ ପିତାମ୍ବର ଦାସ, ବିଜୟ ନାଏକ, କାର୍ତ୍ତିକ ସାମଲ, ବଳରାମ ଖିଲାର ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ l ଶେଷରେ ସରସ୍ବତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l ପରେ କର୍ମୀ ମାନଙ୍କ ସହିତ ଗଣେଷ ବଜାର ପୂଜା ପଣ୍ଡାଲ ଠାରୁ ସହର ମୁଖ୍ୟ ରାସ୍ତା ପଣ୍ଡାଲ ହୋଇ ଚନ୍ଦନ ବଜାର ପର୍ଯ୍ୟନ୍ତ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଗଜଲକ୍ଷ୍ମୀ ପୂଜା ଦେଖିଥିଲେ ।
