ଗୋଆ ପର୍ପଲ ଫେଷ୍ଟିଭାଲରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍‌ ପ୍ରଶଂସିତ : Ommtv Kalinga Vikas

ଗୋଆ ପର୍ପଲ ଫେଷ୍ଟିଭାଲରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍‌ ପ୍ରଶଂସିତ : Ommtv Kalinga Vikas

ଗୋଆ ପର୍ପଲ ଫେଷ୍ଟିଭାଲରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍‌ ପ୍ରଶଂସିତ : Ommtv Kalinga Vikas

ଗୋଆ ପର୍ପଲ ଫେଷ୍ଟିଭାଲରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍‌ ପ୍ରଶଂସିତ : Ommtv Kalinga Vikas

ଚନ୍ଦ୍ରଶେଖରପୁର୧୩/୧୦(ଇମିସ): ଗୋଆ ସରକାରଙ୍କ ସହଯୋଗରେ ଦିବ୍ୟାଙ୍ଗ ପ୍ରସଙ୍ଗ ଉପରେ ଇଣ୍ଟରନ୍ୟାସନାଲ ପର୍ପଲ- ‘ୱି କେୟାର ଫିଲ୍ମ ଫେଷ୍ଟିଭାଲ’ରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ସେନ୍ ଗ୍ଲୋବ୍‌ର କାର୍ଯ୍ୟ ବେଶ ପ୍ରଶଂସିତ ହୋଇଛି। କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ସେନ୍ ଗ୍ଲୋବ୍ ର ନ୍ୟୁରୋଡାଇଭର୍ଜେଣ୍ଟ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ଏବଂ ଅନ୍ତର୍ଭୁକ୍ତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଚାଲିଥିବା ଅଭିଯାନ ଉପରେ ଆଲୋକପାତ କରାଯାଇଥିଲା। ଏହା ସହିତ ଚଳଚ୍ଚିତ୍ର ‘ସିତାରେ ଜମିନ୍ ପର’ର କଳାକାରଙ୍କ ମାଆମାନଙ୍କ ସଂଘର୍ଷର କାହାଣୀ ଦର୍ଶକଙ୍କ ହୃଦୟକୁ ଗଭୀର ଭାବରେ ଛୁଇଁଥିଲା।କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲର ସେନ୍‍ ଗ୍ଲୋବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ କାର୍ଯ୍ୟ କରିଆସୁଛି, ତାହା ଅନ୍ତର୍ଭୁକ୍ତି ଦାନର କାର୍ଯ୍ୟ ନୁହେଁ ବରଂ ଏକ ମିଳିତ ଦାୟିତ୍ୱ। ଗୋଆ ପର୍ପଲ ଫେଷ୍ଟିଭାଲ ଏହି ବାର୍ତ୍ତାକୁ ପୁନରାବୃତ୍ତି କରିଥିଲା। ୱି କେୟାର ଫିଲ୍ମ ଫେଷ୍ଟିଭାଲ ପ୍ରତିଷ୍ଠାତା ନିର୍ଦ୍ଦେଶକ ସତୀଶ କପୁରଙ୍କୁ ଏଭଳି ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରିବାରେ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ପ୍ରଶଂସା କରାଯାଇଥିଲା। ଏଭଳି ପ୍ଲାଟଫର୍ମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ତର୍ଭୁକ୍ତି, ସଚେତନତା

ଏବଂ ମର୍ଯ୍ୟାଦାକୁ ପ୍ରୋତ୍ସାହିତ କରିଥାଏ।ଏହି ଅବସରରେ ବିବିଧତା ଏବଂ ଅନ୍ତର୍ଭୁକ୍ତିକୁ ପାଳନ କରିଥିବାରୁ ମହୋତ୍ସବର ପ୍ରତିବଦ୍ଧତାର ଅଂଶ ଭାବରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡ ମୋନାଲିସା ବଳ ‘ସିତାରେ ଜମିନ୍ ପର୍‍’ ନ୍ୟୁରୋଡାଇଭର୍ଜେଣ୍ଟ ଷ୍ଟାର କାଷ୍ଟଙ୍କୁ ସମ୍ମାନିତ କରିଥିଲେ।ଏହି ଉତ୍ସବରେ ଭାରତରେ ଜାତିସଂଘର ଆବାସିକ ସଂଯୋଜକ ଡ ଶୋମ୍ବି ଶାର୍ପ; ଭାରତ ଏବଂ ଭୁଟାନ ପାଇଁ ଜାତିସଂଘ ସୂଚନା କେନ୍ଦ୍ରର ନିର୍ଦ୍ଦେଶକ ଡାରିନ୍ ଫାରାଣ୍ଟ ଏବଂ ଗୋଆ ସରକାରଙ୍କ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ମନ୍ତ୍ରୀ ସୁଭାଷ ଫାଲ ଦେସାଇଙ୍କ ସମେତ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କିଟ ଏବଂ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍ ଏବେ ବିଭିନ୍ନ ପ୍ଲାଟଫର୍ମରେ ପ୍ରଶଂସିତ ହେଉଛି।