ପଟିଆଗଡ ମୁକ୍ତ ମଞ୍ଚ ନାଟକ ମହୋତ୍ସବ

ପଟିଆଗଡ ମୁକ୍ତ ମଞ୍ଚ ନାଟକ ମହୋତ୍ସବ

ପଟିଆଗଡ ମୁକ୍ତ ମଞ୍ଚ ନାଟକ ମହୋତ୍ସବ

ପଟିଆଗଡ ମୁକ୍ତ ମଞ୍ଚ ନାଟକ ମହୋତ୍ସବ
ଚତୁର୍ଥ ରାତ୍ରିରେ ସୁଖ ସାତପର ଦୁଃଖ ନିଜର ମଞ୍ଚସ୍ଥ
ଭୁବନେଶ୍ୱର,୧୬ା୬ କେଶବ ରାଉତ ନାଟ୍ୟ ସ୍ମୃତି କମିଟି ପକ୍ଷରୁ ରଜପର୍ବ ଉପଲକ୍ଷେ
ପଟିଆ ଗ୍ରାମର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରଜ ଉତ୍ସବ ଓ ମୁକ୍ତ ମଞ୍ଚ ନାଟକ
ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଆଜି ଗାଡକଣ ମା
ଦୁର୍ଗାଦେବୀ ଡ୍ରାମାଟିକ୍ କ୍ଲବ ମଞ୍ଚସ୍ଥ କରିଛି ଅଶ୍ରୁଳପୂର୍ଣ୍ଣ ସାମାଜିକ
ନାଟକ ସୁଖ ସାତପାର ଦୁଃଖ ନିଜର । ରବିବାର ଠାରୁ ଆରମ୍ଭ ହୋଇଥିବା ନାଟକ
ମହୋତ୍ସବର ପ୍ରଥମ ରାତ୍ରିରେ ବରିମୁଣ୍ଡ ଶ୍ରୀ ଲକ୍ଷେଶ୍ୱର ଡ୍ରାମାଟିକ୍ କ୍ଲବ ଦ୍ୱାରା
କାନ୍ଦେନା ଲୁହ ସରିଯିବ, ଦ୍ୱିତୀୟ ରାତ୍ରିରେ କଳାରାହାଙ୍ଗ ଶ୍ରୀ ଜଳେଶ୍ୱର
ଡ୍ରାମାଟିକ୍ କ୍ଲବ ଆଖିର ଜନମ କାନ୍ଦିବା ପାଇଁ ଓ ତୃତୀୟ ରଜନୀରେ
ଡମଣା ଗ୍ରାମ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ନାଟ୍ୟ ପରିଷଦ ଦ୍ୱାରା ନାଟକ
ଆଖି ଅବୁଝା କୁ ଲୁହ ଅବୁଝା ମଞ୍ଚସ୍ଥ ହୋଇଥିଲା । ପ୍ରତ୍ୟେକ ନାଟକ ବେଶ୍‌
ମନଛୁଆଁ ହେବା ସହ କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି
ରଖିଥିଲା । ଉଦ୍‌ଘାଟନୀ ଉତ୍ସବ ରାତ୍ରିରେ ଅତିଥି ଭାବେ ନାରୀନେତ୍ରୀ
ଶ୍ରୀମୟୀ ମିଶ୍ର, ଯୁବନେତା ରୁଦ୍ର ସାମନ୍ତରାୟ, ଅଭିନେତା ପ୍ରହଲ୍ଲାଦ ପଟ୍ଟନାୟକ
ଓରଫ ହାଡୁ ଯୋଗ ଦେଇଥିଲେ । ଦ୍ୱିତୀୟ ରାତ୍ରିରେ ମୁଖ୍ୟ ଅତିଥି ଭାବେ ଉତ୍ତର
ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର
ପାତ୍ର, ପ୍ରତାପ ରାଉତ, ଯାତ୍ରା ଅଭିନେତା ଚିଙ୍କୁ ସାମଲ ଯୋଗ ଦେଇଥିଲେ ।
ସେହିପରି ତୃତୀୟ ରାତ୍ରିରେ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଜେପି
ନେତା ପ୍ରିୟଦର୍ଶୀ ମିଶ୍ର, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ
ମିଶ୍ର ଓ ଯାତ୍ରା ଟାଇଗର ତଥା ବରିଷ୍ଠ ଯାତ୍ରା ଅଭିନେତା ଦଇତାରୀ ପଣ୍ଡା
ଯୋଗଦେଇ ଓଡିଶାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ କେଶବ ରାଉତ
ନାଟ୍ୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ନାଟକ ମହୋତ୍ସବକୁ ପ୍ରଶଂସା
କରିଥିଲେ । ସଭାପତି ଶଶୀକାନ୍ତ ମହାରଣାଙ୍କ ସଭାପତିତ୍ୱ କରିଥିଲାବେଳେ
ଉପସଭାପତି କ୍ଷୀତିଶ ଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ମିହିର କୁମାର ରାଉତ ଉପସ୍ଥିତ
ଥିଲେ । ମହୋତ୍ସବକୁ ଆକର୍ଷିତ କରିବା ପାଇଁ ପଡିଆ ସାରା ମୀନା ବଜାର ଓ
ବିଭିନ୍ନ ଫୁଡ୍ ଷ୍ଟଲ ପଡିଛି । ଦର୍ଶକମାନେ କିଣାକିଣି, ଖିଆପିଆ
କରିବା ସହିତ ସାଂସ୍କୃତିକ କାର୍ଯ୍ୟକର୍ମର ମଜା ନେଉଛନ୍ତି । ଶେଷ ରାତ୍ରିରେ

ପୁରସ୍କାର ବିତରଣ ଉତ୍ସବ ସହିତ ପଟିଆଗଡ ତରଫରୁ ସାମାଜିକ ନାଟକ ଆଖି
କାନ୍ଦୁଛି ତୋରି ପାଇଁ ମଞ୍ଚସ୍ଥ ହେବ ।