ଅକାଳ ବିୟୋଗ..

ଅକାଳ ବିୟୋଗ

ଅକାଳ ବିୟୋଗ..

କଟକ ସଦର ଖବର( କ.ବି ) ଫୁଲନଖରା ରୁ ଡ଼ନ ଙ୍କ ରିପୋର୍ଟ କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ୬୩ ବର୍ଷିୟ ବୟୋଜ୍ୟେଷ୍ଟ ବ୍ୟକ୍ତି ବନମାଳୀ ବାରିକ (ବନିଆ ) ଗ୍ରାମର ନିକଟରେ ଥିବା ପୁରୀ ମେନ କେନାଲକୁ ସବୁ ଦିନ ପରି ବଡି ଭୋରୁ କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ ଗାଧେଇ ବାକୁ ଯାଇଥିଲେ।ଅସାବଧ୍ଯାନତା କାରଣ ବଶତଃ ଗୋଡ଼ ଖସି ଯିବାରୁ ଗଭୀର ପାଣି ମଧ୍ୟ୍ୟକୁ ଚାଲିଯାଇଥିଲେ। ପାଣିର ସ୍ରୋତ ପ୍ରଖର ଥିବାରୁ ବୁଡ଼ି ଯାଇ ନିଖୋଜ ଥିଲେ। ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ରେସ୍କୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ସମୟର ଖୋଜା ଖୋଜି କଲାପରେ ଅପରାହର୍ଣ୍ଣ ୪ଟା ସମୟରେ ନହରକଣ୍ଟା ବ୍ରିଜ ପାଖରେ ଭାସୁ ଥିବା ଦେଖି ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କରିଥିଲେ ସୁଦ୍ଧା ସେତବେଳକୁ ବନମାଳୀ ଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।