ପୁଣି ଜୀବନ ନେଲା ଆମ ବସ୍ : କଳିଙ୍ଗ ବିକାଶ
ପୁଣି ଜୀବନ ନେଲା ଆମ ବସ୍ : କଳିଙ୍ଗ ବିକାଶ
ପୁଣି ଜୀବନ ନେଲା ଆମ ବସ୍ : କଳିଙ୍ଗ ବିକାଶ
(କଳିଙ୍ଗ ବିକାଶ /ଭୁବନେଶ୍ୱର ) ପୁଣି ଜୀବନ ନେଲା ଆମ ବସ୍ । ବାଇକ୍ ଆରୋହୀଙ୍କ ମୁଣ୍ଡକୁ ଚାପି ଦେଲା ଆମ ବସ୍। ରାଜଧାନୀ ରେ ଆମ ବସ୍ ର ଆତଙ୍କ । ଉତ୍ତେଜନା ଦେଖି କୃଟ୍ ପକ୍ଷରୁ ତୁରନ୍ତ ମୃତକଙ୍କୁ ଦେଇଦେଲେ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି । ଭୁବନେଶ୍ୱରର ସତସଙ୍ଗ ବିହାର ପାଖରେ ସପ୍ତଶତୀ ମନ୍ଦିର ନିକଟରେ ବସ୍ ରୁଟ୍ ନଂ ୯୧ ସହିତ ଘଟିଥିଲା ବାଇକ୍ ଆରୋହୀଙ୍କ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ୍ ଆରୋହୀ ପୁରୀ ବାସିନ୍ଦା ଭରତ କୁମାର ସେଠୀଙ୍କ ମୃତ୍ୟୁ ହୋଇଛି । ଆଜି ୩ ଟା ସମୟରେ ରଶୁଗଡ ଦେଇ ବରମୁଣ୍ଡା ଅଭିମୁଖେ ଯାଉଥିବାବେଳେ ଆମ ବସ୍ ଟି ଏକ ନାଲି ରଙ୍ଗର ହିରୋ ସ୍ପ୍ଲେଣ୍ଡର ଓଡ଼ି- ୧୩-ଏମ୍-୪୫୨୦ ବାଇକକୁ ପିଟିଦେଇଥିଲା । ଘଟଣାସ୍ଥଳରେ ବାଇକ୍ ଆରୋହୀ ଜଣକ ପଡ଼ି ଯିବାଫଲରେ ତାଙ୍କ ମୁଣ୍ଡକୁ ଆମ ବସ୍ ଚାପିଦେଇଥିଲା । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାଦେଖି ତୁରନ୍ତ ଲୋକେ ପହଞ୍ଚିବା ପରେ ଡ଼୍ରାଇଭରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ହେଲେ ସେ ସେଠାରୁ ଖସି ଯିବାରେ ସଫଳ ହୋଇଥିଲା । ଏହାକୁ ବିରୋଧ କରି ଲୋକେ ଉତ୍ୟକ୍ତ ହୋଇ ରାସ୍ତା ରୋକ୍ କରିଥିଲେ ତୁରନ୍ତ ପୋଲିସ ପହଞ୍ଚି ବୁଝା ସୁଝା ସହ ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଖବର ପାଇ ସେଠାରେ ପ୍ରବଳ ଲୋକ ରୁଣ୍ଡ ହୋଇଯାଇଥିଲେ । ପ୍ରବଳ ଉତେଜନା ସହ ସେହି ରୁଟ୍ ଦେଇ ଯାଉଥିବା ୫ ଟି ଆମ ବସ୍ କୁ ଅଟକାଇଥିଲେ । ପୋଲିସ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ନେଇଥିଲେ। ତେବେ ବାରମ୍ବାର ଆମ ବସ୍ ଦୁର୍ଘଟଣାରେ ପ୍ରାଣ ଯାଉଥିବା ଲୋକଙ୍କୁ ନ୍ୟାୟ ମିଳି ପାରୁନାହିଁ କି ଆମ ବସ୍ ଡ୍ରାଇଭରକୁ ଉତ୍ପାତ କମୁ ନାହିଁ । ଏହି ଦୁର୍ଘଟଣାରେ କମ୍ପ୍ରେହେନ୍ସିଭ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖବର ପାଇ କ୍ରୁଟ କର୍ମକର୍ତ୍ତା ଏବଂ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୂର୍ଘଟଣା ହୋଇଥିବା ବାଇକ ଆରୋହୀଙ୍କୁ ତୁରନ୍ତ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା।
ମୃତ ବାଇକ୍ ଚାଳକଙ୍କ ଆବଶ୍ୟକୀୟ ସମସ୍ତ ସହାୟତା ପ୍ରଦାନ ନେଇ କ୍ରୁଟର ପ୍ରତିନିଧି ଡାକ୍ତରଖାନାରେ ଉପସ୍ଥିତ ରହିଛନ୍ତି। ଦୁର୍ଘଟଣା ବୀମା ବ୍ୟତୀତ କ୍ରୁଟ୍ ଏସଓପି ନିର୍ଦ୍ଧାରିତ ପୁଲିସ୍ ମାଧ୍ୟମରେ ମାନଦଣ୍ଡ ଅନୁଯାୟୀ ତୁରନ୍ତ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦିଆଯାଇଛି। ସୁରକ୍ଷା ନିୟମ ଉଲ୍ଲଂଘନ କିମ୍ୱା ଅବହେଳା ପ୍ରତି କ୍ରୁଟ୍ ସଂପୂର୍ଣ୍ଣ ଶୂନ୍ୟ-ସହନଶୀଳତା ନୀତି ଅନୁସରଣ କରୁଛି। ଘଟଣା ସମ୍ପର୍କରେ ସବିଶେଷ ତଦନ୍ତ କରିବା ପାଇଁ ଏକ ଆଭ୍ୟନ୍ତରୀଣ ଦୁର୍ଘଟଣା ତଦନ୍ତ କମିଟି ଗଠନ କରାଯାଇଛି। କମିଟିର ତଦନ୍ତ ରିପୋର୍ଟ ଆଧାରରେ ଯେ କୌଣସି ବ୍ୟକ୍ତି ଦୋଷୀ କିମ୍ବା ଅବହେଳାରେ ଜଡିତ ଥିବାର ଜଣାପଡ଼େ, ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। କ୍ରୁଟ୍ ସର୍ବଦା ଯାତ୍ରୀ ଓ ସାଧାରଣ ଲୋକଙ୍କର ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ। ଯାତ୍ରୀ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ଭୁବନେଶ୍ୱର ସହିତ ଓଡ଼ିଶାର ଅନ୍ୟ ଅଞ୍ଚଳଗୁଡିକରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ନାଗରିକ ଅନୁକୂଳ ଜନ ପରିବହନ ସେବା ପ୍ରଦାନ ପାଇଁ କ୍ରୁଟ୍ ଅବିରତ ଭାବେ କାର୍ଯ୍ୟ କରୁଛି।
ସେଭଳି କ୍ରୁଟ୍ ଆଭ୍ୟନ୍ତରୀଣ ଦୁର୍ଘଟଣା କମିଟିକୁ ଏହି ଘଟଣାର ତୁରନ୍ତ ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ଯ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହମ୍ମଦ ସାଦିକ୍ ଆଲମ୍ ନିର୍ଦ୍ଦେଶ ଦେଇଛନ୍ତି।
(ରିପୋର୍ଟ :ପ୍ରିୟରଞ୍ଜନ ନାୟକ )

