କାନ୍ଧରେ ଶବ ବୋହିଲେ ତିନି ଯୁବତୀ : Ommtv kalinga vikas

କାନ୍ଧରେ ଶବ ବୋହିଲେ ତିନି ଯୁବତୀ : Ommtv kalinga vikas

କାନ୍ଧରେ ଶବ ବୋହିଲେ ତିନି ଯୁବତୀ : Ommtv kalinga vikas

କାନ୍ଧରେ ଶବ ବୋହିଲେ ତିନି ଯୁବତୀ : Ommtv kalinga vikas

କଳାହାଣ୍ଡି ଜିଲ୍ଲା,୩୧/୧୦ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଗ୍ରାମର ପ୍ରଧାନୀ ପଡ଼ାର ଜଣେ ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ବୋହି ମଶାଣି କୁ ନେବା ପାଇଁ କିଏ ଆସିନଥିଲେ ତେଣୁକରି ମୃତ୍ୟୁକଙ୍କ ନିଜ ସମ୍ପର୍କକୀୟ ତିନି ଯୁବତୀ ବାହାରି ସଂସ୍କାର କରବା ପାଇଁ ମଶାଣି ଘIଟକୁ ନେଇ ଯାଇଥିଲେ I ଏହି ଭେଦଭାବ କଟକଣା ଓ ବାସନ୍ଦର ଶିକାର ହୋଇ ଯାଇଥିଲେ ମୃତକଙ୍କ ପରିବାରର ଲୋକେ, ଦୁଃଖ ପରୀତାପ ବିଷୟ ଏହିକିଯେ ମଣିଷ ମୃତ୍ୟୁ ପରେ ମଧ୍ୟ ଶବ ବି ଏଥିରୁ ବାଦ ପଡୁନାହିଁ I ଏହି ମୃତ୍ୟୁ ଶବ ବାଚ୍ଛନ୍ଦ ପାଇଁ ଦୀର୍ଘ ୦୮ଘଣ୍ଟା ସମୟ ପର୍ଯ୍ୟନ୍ତ ଶବକୁ କାନ୍ଧ ଦେବା ପାଇଁ କେହି ନ ବାହାରିବାରୁ ତିନି ଯୁବତୀ ଓ ଯୁବତୀକ ଙ୍କ କାକା ମିଶି ଉକ୍ତ ଶବକୁ ନେଇ ଯାଇଥିଲେ I ଏହା ପୂର୍ବରୁ ୧୪ ବର୍ଷ ପୂର୍ବେ ବାପା ଯୁଧିଷ୍ଠିର ଦେଳେଇ ମୃତ୍ୟୁ ଘଟିଥିବା ବେଳେ ଗତ ବର୍ଷ ମାଆ ସରସ୍ବତୀ ଦଳେଇଙ୍କ ମୃତ୍ୟୁ ଘଟିଥିଲା I ବଡ଼ ପୁଅ ମହେନ୍ଦ୍ର ଦଳେଇଙ୍କ ବୁଧୁବାର ଦିନ ସକାଳ ୦୮ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିଲେ I ତାପରେ ତାଙ୍କ ବଡ଼ବାପା ଲିଙ୍ଗରାଜ ଦଳେଇ ସାହି ପଡିଶା ଙ୍କୁ ଡାକି ନେହୁରା ହୋଇ କହିଲେ ଶବ ଦାହା କରବା ପାଇଁ ସମାଜର ଜାତି ଭାଇଙ୍କୁ କହିଲେ I କିଏ ବି ମଧ୍ୟ ଶବ ଦାହା କରିବା ପାଇଁ ନ ବାହାରିବା ଯୋଗୁଁ ଶେଷରେ ନିଜ ସମ୍ପର୍କୀୟ ବଡ଼ଭାଇ ପୁର୍ଣ ଚନ୍ଦ୍ର ଦଳେଇ ତାଙ୍କ ତିନି ଝିଅ ପ୍ରତିମା,ମନୋରମ ଓ ବର୍ଷାଙ୍କ ସହିତ ରମେଶ ଦଳେଇ ସମେତ ଚାରିଜଣ କାନ୍ଧରେ ନେଇ ସ୍ମଶାନରେ ଦାହା କରିଥିଲେ I ଅପରପକ୍ଷରେ ବାସନ୍ଦ ଶବ ସତ୍କାର ଖଣ୍ଡନ କରଛି ଲାଞ୍ଜିଗଡ କ୍ଷେତ୍ରୟ ପାଇକ ସମାଜ,କଳାହାଣ୍ଡି କ୍ଷେତ୍ରୀୟ ପାଇକ ସମାଜ କୋଳାଦକ୍ଷ ଚନ୍ଦ୍ରଧ୍ଵଜ ପେସେନିଆ କହିବା କଥା ଯେ ମହେନ୍ଦ୍ର ଦଳେଇ ମୃତ୍ୟୁ ଖବର ପାଇ ମୁଁ ପ୍ରଥମେ ନିଜେ ଯାଇ ମୃତ୍ୟୁକଙ୍କ ଘରେ ଉପସ୍ଥିତ ଥିଲି I ମୁଁ ନିଜେ ସେମାନଙ୍କୁ କହିଥିଲି ଆମେ କିଛି ସମୟ ଖବର ସମସ୍ତଙ୍କୁ ଦେଇ ଜଗିବା ସମସ୍ତ ଜାତି ଭାଇ କମ୍ପାନୀ ମଧ୍ୟକୁ ଡ଼ିଉଟିରେ ଯାଇଛନ୍ତି ସମସ୍ତେ ଆସିଲେ ଆମେ ଶବକୁ ଦାହା କରିବା ପାଇଁ କହିଥିଲେ,କିନ୍ତୁ ଆମ କିଛି ସମାଜ ଭାଇଙ୍କ କଥା ସେମାନେ ନ ଶୁଣି ଶବକୁ ତିନି ଯୁବତୀ ଓ ଜଣେ ପୁଅ ଦାହା କରିବା ପାଇଁ ସ୍ମଶାନକୁ ନେଇ ଯାଇଥିଲେ I ଏହା ପୂର୍ବରୁ ମଧ୍ୟ ସେହି ପରିବାରର ଚାରି ଜଣଙ୍କ ଶବକୁ ଦାହା କରିବା ପାଇଁ ସମାଜ ସହଯୋଗ କରିଥିଲା I ଆମ ଭିତରେ ଭିତରେ ଯାହା ଥାଉନା କାହିଁଙ୍କି ଆମେ ସର୍ବଦା ଶବକୁ ସନ୍ନମାନ ଦେଇ ଆସୁଛୁ I ବର୍ତ୍ତମାନ ସମାଜକୁ ବଦନାମ କରିବା ପାଇଁ କିଛି ଖଳ ପ୍ରକୃତି ଲୋକଙ୍କ କଥାରେ ପଡି ଏହି ସବୁ କରିଛନ୍ତି I ସେମାନଙ୍କୁ ମନା କରିବI ସତ୍ୱେ ଝିଅ ମାନଙ୍କୁ ଶବ ଦାହା କରିବା ପାଇଁ କାନ୍ଧରେ ବୋହି ସ୍ମଶାନକୁ ନେଇକରି ଯିବା ଓ ଭିଡିଓ କରିବା ଫୋଟୋ ଉତ୍ତଳନ ନେଇ ଆମ ଲାଞ୍ଜିଗଡ ପାଇକ ସମାଜ ଦୃଢ଼ ନିନ୍ଦା କରୁଛୁ, ଆମ ଲାଞ୍ଜିଗଡ କ୍ଷେତ୍ରୀୟ ପାଇକ ସମାଜ ତେଣୁକରି ଆଜି ଯେଉଁ ଦୁଇ ସାମ୍ବାଦିକ ବନ୍ଧୁ ଆମ ଗ୍ରାମ ଓ ପାଇକ ସମାଜ ନାମରେ ସୋସିଆଲ ମିଡ଼ିଆରେ ଗାଁର ନାମରେ ବଦନାମ କରିଛନ୍ତି ସେମାନଙ୍କ ନାମରେ ଆମ ଲାଞ୍ଜିଗଡ ପାଇକ ସମାଜ ଥାନାରେ ଏତଲା ଦେଇଛୁ ତାଙ୍କରି ଉପରେ ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ କରଯାଉ ବୋଲି ଆମ ଆଘରେ ପରି ପ୍ରକାଶ କରିଛନ୍ତି I