ବ୍ଲକସ୍ତରୀୟ ସୁରଭି ମହୋତ୍ସବ : Ommtv Kalinga Vikas
ବ୍ଲକସ୍ତରୀୟ ସୁରଭି ମହୋତ୍ସବ : Ommtv Kalinga Vikas
ରାଇରଙ୍ଗପୁର : ରାଇରଙ୍ଗପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ପିସିଏମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ଯୋଗଦେଇ ପିଲାଙ୍କ ପ୍ରତିଭା ବିକାଶ ପାଇଁ ସୁରଭି ଏକ ସୁନ୍ଦର ମଂଚ ତିଆରି କରିଛି।ଛାତ୍ରଛାତ୍ରୀମାନେ ଏଥିରେ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭାକୁ ବିକଶିତ ଓ ପ୍ରଦର୍ଶିତ କରିବା ସୁଯୋଗ ପାଇଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ସ୍ତମ୍ଭକାର ଲଳିତ ମହାନ୍ତ ଶିଶୁଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ବାଟ ଦେଖାଏ ବୋଲି ଦୃଢ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ବାମନଘାଟୀ ଡେପୁଟି କଲେକ୍ଟର ମାନସରଂଜନ ବେହେରା ସୁରଭି ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ସ୍ବପ୍ରତିଭାକୁ ଅନ୍ବେଷଣ ଓ ବିକାଶର ପରିପ୍ରକାଶ କରି ବ୍ୟକ୍ତିତ୍ବ ଗଠନ କରିପାରିବେ ବୋଲି କହିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ମୁର୍ମୁ ସଭାପତିତ୍ୱ କରିଥିବା ବେଳେ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଭକ୍ତବନ୍ଧୁ ବାରିକ ଓ ମନୋରଂଜନ ମଣ୍ଡଳ ସଂଯୋଜନା କରିଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ରାଇରଙ୍ଗପୁର ବ୍ଲକ ଓ ପୌରାଂଚଳର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିବା କୃତି ପ୍ରତିଭାମାନେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।ଶିକ୍ଷୟିତ୍ରୀ ଅନୁପମା ନନ୍ଦ,ଉର୍ମିଳା ପାଣି,ଦୀପ୍ତିରେଖା ମହାନ୍ତି, ସବିତା ପଣ୍ଡା, ଧରିତ୍ରୀ ଦାସ, ସିଆର୍ସିସି ଧୀରେନ୍ଦ୍ର ମହାନ୍ତ ଓ ଅନୁପ କୁମାର ଗୁପ୍ତା, ଶିକ୍ଷକ ରାମଶଙ୍କର ମିଶ୍ର, ଗୋପାଳକୃଷ୍ଣ ମହାନ୍ତି,କ୍ଷୀରୋଦ ମହାନ୍ତ, ସରୂପ ଚନ୍ଦ୍ର ମହାନ୍ତ ଓ ଶ୍ୟାମଲାଲ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ମୟୁରଭଞ୍ଜ ଯଶିପୁରରୁ ନିହାର ରଞ୍ଜନ ମହାନ୍ତ ଓମ୍ ଟିଭି କଳିଙ୍ଗ ବିକାଶ ନ୍ୟୁଜ୍
