କିସ୍ ବାର୍ଷିକ ବିଜ୍ଞାନ ଉତ୍ସବ ଉଦ୍‌ଘାଟିତ : Ommtv Kalinga Vikas

କିସ୍ ବାର୍ଷିକ ବିଜ୍ଞାନ ଉତ୍ସବ ଉଦ୍‌ଘାଟିତ : Ommtv Kalinga Vikas

କିସ୍ ବାର୍ଷିକ ବିଜ୍ଞାନ ଉତ୍ସବ ଉଦ୍‌ଘାଟିତ : Ommtv Kalinga Vikas

କିସ୍ ବାର୍ଷିକ ବିଜ୍ଞାନ ଉତ୍ସବ ଉଦ୍‌ଘାଟିତ : Ommtv Kalinga Vikas

BBSR, ୨୪/୧୦(KV): କିସ ବାର୍ଷିକ ବିଜ୍ଞାନ ଉତ୍ସବ ୨୦୨୫ ଆଜି ଉଦ୍‌ଘାଟିତ ହୋଇଯାଇଛି। କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଫେଷ୍ଟକୁ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ବାର୍ଷିକ ବିଜ୍ଞାନ ଉତ୍ସବର ବିଷୟ ବସ୍ତୁ ରହିଛି ଗ୍ଲୋବାଲ ଲିଡରଶିପ ଇନ୍ ସାଇନ୍ସ ଆଣ୍ଡ ଇନୋଭେସନ୍। ଦୁଇଦିନିଆଁ ଏହି ଉତ୍ସବରେ ମୋଟ ୫ ଶହଟି ପ୍ରକଳ୍ପ ସ୍ଥାନ ପାଇଛି। ଅନ୍ୟ ବିଦ୍ୟାଳୟରୁ ନିମନ୍ତ୍ରିତ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ଵାରା ଶ୍ରେଷ୍ଠ ପ୍ରକଳ୍ପ ଗୁଡିକର ଚୟନ କାର୍ଯ୍ୟ ମଧ୍ୟ ଶୃଙ୍ଖଳାର ସହ ସମ୍ପାଦିତ ହୋଇଛି। କିସ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ସହଯୋଗୀ କର୍ମଚାରୀଙ୍କ ସହଯୋଗରେ ଏହି ବିଜ୍ଞାନ ଉତ୍ସବ ହୋଇଛି। କିସ୍ର ବିଭିନ୍ନ ଜିଲ୍ଲାରେ ଥିବା ଶାଖା ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଉପଭୋଗ କରିଛନ୍ତି। ଆଜି କାର୍ଯ୍ୟକ୍ରମରେ କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତରାୟ, ଉପକୁଳପତି ପ୍ରଫେସର କାଶୀନାଥ ଜେନା, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର, ପ୍ରଧାନଶିକ୍ଷକ ରଶ୍ମୀ ରଞ୍ଜନ ନାୟକ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତରହି କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ।