ରେଳ ଖେଳ ପଡ଼ିଆ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ : Ommtv Kalinga Vikas

ରେଳ ଖେଳ ପଡ଼ିଆ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ : Ommtv Kalinga Vikas

ରେଳ ଖେଳ ପଡ଼ିଆ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ : Ommtv Kalinga Vikas

ରେଳ ଖେଳ ପଡ଼ିଆ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ : Ommtv Kalinga Vikas

BBSR, ୭/୯(KV): ଆଜି ଅପରାହଣରେ ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ନିକଟ ରେଳ ଖେଳ ପଡ଼ିଆ ଭିତରେ ଥିବା ଏକ ଅସ୍ଥାୟୀ ପାଇଖାନା ପଛରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ମଞ୍ଚେଶ୍ବର ଥାନା ପୁଲିସ୍ ଜବତକରିଛି। ଯୁବକ ଜଣଙ୍କ ବୟସ ପ୍ରାୟ ୩୦ରୁ ଅଧିକ ହୋଇଥିବା ଜଣାପଡ଼ିଛି। ସେ ଏକ କଳାରଙ୍ଗର ଫୁଲ୍ ପ୍ୟାଣ୍ଟ ସହ ଛିଟ ସାଟ୍ ପିନ୍ଧିଛନ୍ତି। ହାତରେ ଏକ ଦାମି ଘଣ୍ଟା ଓ ଅଣ୍ଟାରେ ବେଲ୍ଟ ରହିଛି। ପ୍ରାୟ ଦୁଇଦିନରୁ ଅଧିକ ହେବ ସେହି ସ୍ଥାନରେ ମୃତଦେହଟି ପଡ଼ିରହିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି। ଶବଟିର ମୁଣ୍ଡକୁ ପଥରରେ ଛେଚି ଛେତେରା କରିଦିଆଯାଇଥିବାରୁ ବ୍ୟକ୍ତିଜଣଙ୍କୁ ଚିହ୍ନଟ କରିବା ସମସ୍ୟା ପାଲଟିଛି। ପରିଚୟ ମିଳିନଥିବାରୁ ମଞ୍ଚେଶ୍ବର ଥାନା ପୁଲିସ୍ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ କରୁଥିବା କହିଛି। ଘଟଣାଅନୁଯାୟୀ ପ୍ରତିଦିନ ଭଳି ଉକ୍ତ ପଡ଼ିଆରେ ଶହଶହ ଯୁବକ ବିଭିନ୍ନ ପ୍ରକାର ଖେଳର ଅଭ୍ୟାସ କରିବାପାଇଁ ଆସିଥିଲେ ସେହି ସମୟରେ ପଡ଼ିଆର ସୁପର ଭାଇଜର ବାବୁ କୁମାର ପାଇଖାନା ନିକଟରେ ଦୁର୍ଗନ୍ଧ ହେଉଥିବା ଜାଣିବାକୁପାଇ ଆଖପାଖ ଅଞ୍ଚଳ ଦେଖିବାପରେ ଜାଣିଥିଲେ ଜଣେ ବ୍ୟକ୍ତିର ମୃତଦେହ ପାଇଖାନା ପଛପାଖରେ ପଡ଼ିଛି। ଯାହାର ମୁଣ୍ଡଟି କ୍ଷତବିକ୍ଷତ ହୋଇ ଶରୀରର ଅଧାଭାଗକୁ କେହି ଝାଟି, ଗଛଡ଼ାଳ ଓ ପ୍ଲାଇ ପଟାକୁ ଘୋଡ଼ାଇ ଦେଇଛି। ଏନେଇ ସେ ପ୍ରଥମ ଆରପିଏଫ୍ ଥାନାକୁ ସୂଚନାଦେବାରୁ ଆରପିଏଫ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ମଞ୍ଚେଶ୍ବର ଥାନାକୁ ସୂଚନାଦେଇଥିଲା। ପୁଲିସ୍ ସଂଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀକୁକୁର ସହାୟତାରେ ତଦନ୍ତକରିବା ସହ ଏକ ଆମ୍ବୁଲାନସ୍ ଯୋଗେ ମୃତଦେହକୁ ଉଦ୍ଧାରକରି ରାତିରେ ବ୍ୟବଛେଦପାଇଁ କ୍ୟାପିଟାଲ ହସ୍ପିଟାଲ ମର୍ଗକୁ ଶବ ପଠାଇଛି। ସୂଚନାଥାଉକି ଘଟଣାଘଟିଥିବା ରେଳ ଖେଳ ପଡ଼ିଆରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସାମାଜିକ ଯୁବକଙ୍କର ଖଟି ଜମେ ଏବଂ କେହି ଯୁବକ ଜଣଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ ନିମନ୍ତେ ଅଣଆଡ଼ିଆରେ ଥିବା ଏକ ଅସ୍ଥାୟୀ ଅପରିତ୍ୟକ୍ତ ପାଇଖାନା ପଛପଟେ ପକାଇ ତା’ଉପରେ କିଛି ଜିନିଷ ଘୋଡ଼ାଇ ପଳାଇଛି। ହେଲେ ଦୁର୍ଗନ୍ଧ ହେବାରୁ ଘଟଣା ପଦାକୁ ଆସିଲା।