ଓଡ଼ିଆ ଅଭିନେତା ଉଦୟ ଗିରଫ :Ommtv Kalinga Vikas
ଓଡ଼ିଆ ଅଭିନେତା ଉଦୟ ଗିରଫ :Ommtv Kalinga Vikas
ଓଡ଼ିଆ ଅଭିନେତା ଉଦୟ ଗିରଫ :Ommtv Kalinga Vikas
ଅଭିଯୋଗକାରୀ ସରୋଜ କୁମାର ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ବଡଗଡ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବରମୁଣ୍ଡା ଅଞ୍ଚଳରେ ପରିବାର ସହ ରୁହନ୍ତି । ଗତ ତା.୨୬.୧୦.୨୦୨୧ ରିଖ ଦିନ ଅଭିଯୁକ୍ତ ଉଦୟନ ଅପରାଜିତ ଅଭିଯୋଗକାରୀଙ୍କୁ ସାକ୍ଷାତ କରି ଷ୍ଟିଲ ପ୍ରୋଜେକ୍ଟ କାର୍ଯ୍ୟର ଉନ୍ନତିକରଣ ଲାଗି ତାଙ୍କ ଠାରୁ ମୋଟ ୩୧,୫୦,୦୦୦ ଟଙ୍କା ଧାର ସୂତ୍ରରେ ଆଣିଥିଲେ ଏବଂ ଏନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକ ଚୁକ୍ତିପତ୍ର ମଧ୍ୟ ସ୍ଵାକ୍ଷର ହୋଇଥିଲା । ନେଇଥିବା ଧାର ଟଙ୍କା ଫେରାଇବା ଲାଗି ଅଭିଯୁକ୍ତ ଉଦୟନ ଅଭିଯୋଗକାରୀଙ୍କୁ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏକ ଚେକ ମଧ୍ୟ ଦେଇଥିଲେ କିନ୍ତୁ ପର୍ଯ୍ୟାପ୍ତ ଟଙ୍କା ଅଭାବରୁ ତାହା ନାକଚ ହୋଇଯାଇଥିଲା । ଅଭିଯୋଗକାରୀ ଜଣକ ଏକାଧିକ ବାର ଅଭିଯୁକ୍ତଙ୍କୁ ଯୋଗାଯୋଗ କରି ଧାର ଟଙ୍କା ଫେରାଇବା ଲାଗି ଅନୁରୋଧ କରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ଆଉ କୌଣସି ଟଙ୍କା ଫେରାଇବେ ନାହିଁ ବୋଲି ରୋକଠୋକ ମନା କରିବା ସହ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ ।
ଘଟଣାର ତଦନ୍ତ କାଳରେ ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଅଭିଯୁକ୍ତ ଉଦୟନଙ୍କୁ ବଡଗଡ କେନାଲରୋଡ ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରାରୁ ସେ ତାଙ୍କର ଅପରାଧ ସ୍ଵୀକାର କରିଥିଲେ ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Name of the accused persons:
Udayan Aparajit @ Uday (40), S/O- Arjun Prusty of Badamangalpur, PS- Dharmasala, Dist- Jajpur, At/Pr- Palasuni, Prachi Vihar, PS- Mancheswar, Bhubaneswar UPD.
