ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଦୃଘଟଣା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ  :Ommtv Kalingavikas

ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଦୃଘଟଣା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ  :Ommtv Kalingavikas

ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଦୃଘଟଣା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ  :Ommtv Kalingavikas

ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଦୃଘଟଣା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ  :Ommtv Kalingavikas


କଳାହାଣ୍ଡି ଜିଲ୍ଲା,୨୪/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ସୋମବାର ତା ୨୧/୦୭/୨୫ ରିଖ ଦିନ ସଂଧ୍ୟI ୦୪ଘଣ୍ଟା ୧୫ମିନିଟ ସମୟରେ ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀ ଏସଏସଲିଗାସି କମ୍ପାନୀରେ କାର୍ଯ୍ୟରତ ଥିବା ଜଣେ ଫିଟର ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ତାଙ୍କରି ନାମ ହେଲା ମହମଦ ଦାଉଦ ଇବ୍ରାହିମ ୩୩ ବର୍ଷ ବୟସ ତାଙ୍କରି ନିଜ ରାଜ୍ୟ ହେଲା ବିହାର ସେ ସୋମବାର ଦିନ ସନ୍ଧ୍ୟାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କରି ନିଜର ଭୁଲ ଯୋଗୁଁ ସେ ନିଜେ ମୃତ୍ୟୁ ବରଣ କଲେ ସେ ଅନ୍ୟ ମନସ୍କରେ ହାଇଡ୍ରୋଲିକରେ କାମ କରୁଥିବା ସମୟରେ ସେ ହାଇଡ୍ରୋଲିକ ପାଇପଟି ଫାଟି ଯାଇଥିଲା ଯାହା ଫଳରେ ସେ ପାଇପ ଆସି ଏବ୍ରାହିମଙ୍କ ମୁହଁ ଥୋଡ଼ିରେ ବାଜି ସେ ପାଇପଟି ସିଧା ମୁଣ୍ଡ ତଳୁ ଉପରକୁ ଫୁଟି ବାହାରି ଥିଲା ଯାହାଫଳରେ ସେହି ଠାରେହିଁ ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା I ବେଦାନ୍ତ ସେଫଟି ଓ ଏସଏସଲିଗାସି କମ୍ପାନୀ ସମସ୍ତ କର୍ମଚାରୀ ପହଞ୍ଚି ଯାଇ ସେଠାରେହିଁ କହିଥିଲେଯେ ବଞ୍ଚିଛନ୍ତି କହି ଏବ୍ରାହିମଙ୍କ ମୃତ୍ୟୁ ଦେହକୁ ଧରି ବେଦାନ୍ତ ସିକୁରିଟି ଓ ଲାଞ୍ଜିଗଡ ପୋଲିସ ମିଳିତ ସହଯୋଗରେ ବେଦାନ୍ତର ନିଜସ୍ୱ ଡାକ୍ତରଖାନାକୁ ନେଇ ଯାଇଥିଲେ I ସେଠାରେ ମୃତ୍ୟୁକ ପରିବାର ସଦସ୍ୟ ଅନ୍ୟ କମ୍ପାନୀରେ କାମ କରୁଥିବା ଭାଇକୁ ଫୋନ୍ ଯୋଗେ ଏସଏସଲିଗାସି କମ୍ପାନୀର ମୁଖ୍ୟ ଡକାଇଥିଲେ I

ଏବ୍ରାହିମ ଆଜକୁ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଭିତରେ ସେ ୦୫ ବର୍ଷ ହେଲା କାମ କରି ଆସୁଥିଲେ ସେ ସମସ୍ତ ଶ୍ରମିକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା I ବେଦାନ୍ତ କମ୍ପାନୀ ଓ ଲାଞ୍ଜିଗଡ ପୋଲିସ ବେଦାନ୍ତ ନିଜ ସିକୁରିଟି ଓ ଲାଞ୍ଜିଗଡ ପୋଲିସ ଆଇଆରବି ବାହିନୀ ବେଦାନ୍ତ ଡାକ୍ତରଖାନାକୁ ସୋମବାର ରାତି ସାରା ଘେରାଉ କରି ନିଜ କବଜାରେ ରଖିଥିଲେ I ବେଦାନ୍ତ ସିକୁରିଟି ଓ ଲାଞ୍ଜିଗଡ ପୋଲିସ ବେଦାନ୍ତ ଡାକ୍ତରଖାନାକୁ ଘେରୋଉ ରଖିବ ଉଦେଶ୍ୟ ହେଲା କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ଏହି ସବୁ ବ୍ୟବସ୍ତା କରାଯାଇଥିଲା I ଯାହାଫଳରେ ଲାଞ୍ଜିଗଡର କୌଣସି ସାମ୍ବାଦିକଙ୍କୁ କି ଲାଞ୍ଜିଗଡ ଅଞ୍ଚଳର କୌଣସି ରୋଗୀଙ୍କୁ ଡାକ୍ତରଖାନ ଭିତରକୁ ଯିବାକୁ ସୋମବାର ସନ୍ଧ୍ୟା ୦୫ ଘଣ୍ଟା ଠାରୁ ତାରି ବାସି ମଙ୍ଗଳବାର ଦିନ ୦୮ ଘଣ୍ଟା ପର୍ଯ୍ୟନ୍ତ ରୋଗୀଙ୍କୁ ଛାଡ଼ିନଥିଲେ I ବେଦାନ୍ତ ଡାକ୍ତରଖାନାର ମୁଖ୍ୟ ଫାଟକକୁ ୧୪ଘଣ୍ଟା ତାଲା ପକେଇ ରଖିଥିଲେ  I ତାପରେ ଲାଞ୍ଜିଗଡ ଥାନା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ ନିର୍ଦେଶ କ୍ରମେ ଏ ଏସ ଆଇ ମାଝୀ ଗମଙ୍ଗୋ ଓ ଏ ଏସ ଆଇ ବାଲଭଦ୍ର ଗୌଡ଼ ଦୁର୍ଘଟଣା ସ୍ଥାନକୁ ଯାଇ ସମସ୍ତ ତଦନ୍ତ କରିଥିଲେ I ଲାଞ୍ଜିଗଡ ପୋଲିସ ଦୁର୍ଘଟଣାର ଏତଲା ରୁଜୁ କରି ଏବ୍ରାହିମ ମୃତ୍ୟୁ ଶରୀରକୁ ଲାଞ୍ଜିଗଡକୁ ବ୍ୟବଚ୍ଛେଦ କରବା ପାଇଁ ଆଣି ଆସିଥିଲେ I ତାପରେ ଯାଇ ଲାଞ୍ଜିଗଡ ଡାକ୍ତରଖାନାର ଡାକ୍ତର ଶ୍ରୀ ଦେବାଶିଷ ନାୟକ ନିଜେ ସବକୁ ବ୍ୟବଚ୍ଛେଦ କରିଥିଲେ ପରେ ଲାଞ୍ଜିଗଡ ଥାନା ଏ ଏସ ଆଇ  ମାଝୀ ଗମାଙ୍ଗୋ ଓ ଏ ଏସ ଆଇ ବଳଭଦ୍ର ଗୌଡ଼ ମୃତ୍ୟୁ ଏବ୍ରାହିମଙ୍କ ପରିବାରର ତାଙ୍କ ସାନ ଭାଇ ଓ ତାଙ୍କର ଗ୍ରାମର ଲୋକଙ୍କୁ ବ୍ୟବଚ୍ଛେଦ ଶବକୁ ହସ୍ତIନ୍ତର କରିଥିଲେ  I ସେଠାରୁ ଏସେସଲିଗIସି କମ୍ପାନୀ ନିଜ ଖର୍ଚରେ ସେ ବ୍ୟବଚ୍ଛେଦ ଶବକୁ ତାଙ୍କର ନିଜ ଗ୍ରାମ / ପୋଷ୍ଟ ହିରଦାୟୀଚକ,ଥାନା କଲେର,ବିହାର ରାଜ୍ୟକୁ ଲାଞ୍ଜିଗଡ ଥାନର ପୋଲିସ ଓ ବେଦାନ୍ତ କର୍ମଚାରୀ,ଏସେସଲିଗIସି ପ୍ରତେକ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ପଠାଇଥିଲେ  I