ଚୋରି ଜିନିଷ ଫେରି ପାଇଲେ     ସୌମ୍ୟ ସାହୁ)

ଚୋରି ଜିନିଷ ଫେରି ପାଇଲେ     ସୌମ୍ୟ ସାହୁ)

ଚୋରି ଜିନିଷ ଫେରି ପାଇଲେ     ସୌମ୍ୟ ସାହୁ)

(ଚୋରି ଜିନିଷ ଫେରି ପାଇଲେ     ସୌମ୍ୟ ସାହୁ)

(କଳିଙ୍ଗ ବିକାଶ ) 8/2/2026 କଟକ ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ଅଂଚଳ ସୌମ୍ୟ ସାହୁଙ୍କ ରିସେପସନ୍ 4 ତାରିଖରେ ହୋଇଥିଲା, ସେହି ରିସେପସନ ସମୟରେ ପ୍ରାୟ ୨ ଲକ୍ଷ ଟଙ୍କା ସୁନା ଓ ରୂପା ଗହଣା ଚୋରି ହୋଇଥିଲା।

ଏନେଇ ସୌମ୍ୟ ଓ ତାଙ୍କ ବାପା ମନୋଜ କୁମାର ସାହୁ ଜଗତପୁର ଥାନାରେ ଏକ FIR ଦାଖଲ କରିଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ଜଗତପୁର ଥାନା ଆଇଆଇସି ତତ୍କାଳ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ଚାଲୁଥିବା ସମୟରେ. କଟକ ଜଗତପୁର ଅଞ୍ଚଳ ର ରିପୋର୍ଟ ମନୋରଞ୍ଜନ ଦାସ. ନିମ୍ ପୁର ଗ୍ରାଉଣ୍ଡ ଭିତରେ ଏହି ଚୋରି ହୋଇଥିବା ସମସ୍ତ ସାମଗ୍ରୀ ପଡିଥିବାର ଦେଖି ଥିଲେ

 ଏବଂ ନିମ୍ ପୁର ଅଞ୍ଚଳର ବିକ୍ରମ ସାମଲ, ସୁମନ୍ତ କୁମାର ବେହେରା, ରାଜେଶ ଧୂପର ଓ ବିଭୁ ସତପଥୀ ସାହାଯ୍ୟ ରେ. ଏହି ହରାଇଥିବା ସାମଗ୍ରୀକୁ ଉଦ୍ଧାର କରି ଜଗତପୁର ଥାନାରେ ହସ୍ତାନ୍ତର କରିଥିଲେ।

ପରେ ପୋଲିସ ଦ୍ୱାରା ସମସ୍ତ ଚୋରି ହୋଇଥିବା ସୁନା ଓ ରୂପା ଗହଣା ସୌମ୍ୟ ସାହୁଙ୍କୁ ସୁରକ୍ଷିତ ଭାବେ ଫେରାଇ ଦିଆଯାଇଥିଲା

ଏହି ଘଟଣା ପରେ ସୋମ୍ୟ ସାହୁ ଓ ତାଙ୍କ ପରିବାର ପକ୍ଷରୁ ଜଗତପୁର ପୋଲିସ ଓ ସହଯୋଗ କରିଥିବା ସମସ୍ତ ଯୁବକଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

. ରିପୋର୍ଟ ମନୋରଞ୍ଜନ ଦାସ