ରାଜଧାନୀରେ ପୁଣି ନିଶା ମାଫିଆଙ୍କ ଦବଦବା:କଳିଙ୍ଗ ବିକାଶ
ରାଜଧାନୀରେ ପୁଣି ନିଶା ମାଫିଆଙ୍କ ଦବଦବା:କଳିଙ୍ଗ ବିକାଶ
ରାଜଧାନୀରେ ପୁଣି ନିଶା ମାଫିଆଙ୍କ ଦବଦବା:କଳିଙ୍ଗ ବିକାଶ
(କଳିଙ୍ଗ ବିକାଶ /ଭୁବନେଶ୍ୱର ) ରାଜଧାନୀରେ ପୁଣି ନିଶା ମାଫିଆଙ୍କ ଦବଦବା । କିଛି ମାସ ବ୍ୟବଧାନରେ ପୁଣି ଗଲି କନ୍ଦି ରାସ୍ତା ଘାଟ ବିଶ୍ୱବିଦ୍ୟାଳୟ ଗୁଡିକରେ ନିଶା ଜହର ବିକ୍ରି ପାଇଁ ମାତି ଗଲେଣି । ପୋଲିସ ଓ ଅବକାରୀ ଟିମ୍ ପକ୍ଷରୁ ଯେବେ ଢିଲା ହୋଇପଡୁଛନ୍ତି ସେବେ ଠାରୁ ଆରମ୍ଭ ହୋଇଯାଉଛି ପୁଣି ନିଶା ଜହର ମାଫିଆଙ୍କ ରାଜ୍ । ଏଭଳି ଭାବେ ଏହି ସପ୍ତାହ ମଧ୍ୟରେ ପୋଲିସ ଓ ଅବକାରୀ ହାତରେ ଧରା ପଡିଛନ୍ତି ୧୦ ରୁ ଅଧିକ ମାଫିଆ । ଆଜି ସକାଳ ସମୟରେ ଅଭିଯୁକ୍ତ ରଘୁନାଥନଗର ଅଟୋ ଷ୍ଟାଣ୍ଡ ନିକଟରେ ଏକ କଳା ରଙ୍ଗର ଥାର ଗାଡ଼ିରେ ଗ୍ରାହକମାନଙ୍କୁ ଅବୈଧ ଗଞ୍ଜେଇ ବିକ୍ରୟ ପାଇଁ ଅପେକ୍ଷା କରୁଥିବା ବିଶ୍ୱସ୍ତ ସୂଚନା ମିଳିଥିଲା। ସୂଚନା ଉପରେ କାର୍ଯ୍ୟ କରି, ପୋଲିସ ଚଢାଉ ଦଳ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ତଲାସି ସମୟରେ ଗାଡ଼ିରୁ ଗଞ୍ଜେଇ ଭର୍ତ୍ତି ଥିବା ଏକ ଜରି ବ୍ୟାଗ ଜବତ କରାଯାଇଥିଲା। ଓଜନ କରିବା ପରେ ଗଞ୍ଜେଇର ମୋଟ ପରିମାଣ ୨୧ କିଲୋଗ୍ରାମ ବୋଲି ଜଣାପଡିଥିଲା। ଏହାସହିତ ଆଜି ପୁଣି ସକାଳ ପ୍ରାୟ ୯ ସମୟରେ, ଦୁଇଜଣ ଯୁବକ ଉତ୍କଳ ହସ୍ପିଟାଲ୍ ଦୁଇଶହ ଫୁଟିଆ ରାସ୍ତାରେ ଥିବା ଆର୍ତ୍ତତ୍ରାଣ ଆଶ୍ରମ ନିକଟରେ ବିକ୍ରୟ ପାଇଁ ବ୍ରାଉନସୁଗାର ଧରି ଠିଆ ହୋଇଥିବା ନେଇ, ଥାନାଧିକାରୀ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ଏକ ପୋଲିସ ଟିମ୍ ଚଢଉ ପାଇଁ ଘଟଣାସ୍ଥଳକୁ ଯାଇ ଦୁଇ ଅଭିଯୁକ୍ତ ତୋଫାନ ନାୟକ ଓ ହାପି ନାୟକଙ୍କୁ ବେଆଇନ ବ୍ରାଉନସୁଗାର ସହିତ ଅଟକ ରଖିଥିଲେ । ଅଭିଯୁକ୍ତଙ୍କ ତଲାସି କରାଯାଇଥିଲା ଏବଂ ଉଭୟଙ୍କ ନିକଟରୁ ବ୍ରାଉନସୁଗାର ଥିବା ଦୁଇଟି ପଲିଥିନ୍ ପ୍ୟାକେଟ ସହିତ ମୋଟ ୧୧୦୦ ଟଙ୍କା ଜବତ କରାଯାଇଥିଲା । ଓଜନ ସମୟରେ, ବ୍ରାଉନସୁଗାରର ମୋଟ ପରିମାଣ ୧୩ ଗ୍ରାମ ବୋଲି ଜଣାପଡିଥିଲା । ପଚରାଉଚରା ସମୟରେ, ଦୁଇ ଅଭିଯୁକ୍ତ ବାଲେଶ୍ବର ପାର୍ଶ୍ୱରୁ ବେଆଇନ ବ୍ରାଉନସୁଗାର ସଂଗ୍ରହ କରି ଲାଭ ପାଇଁ ବିକ୍ରି କରିଥିବା ସ୍ୱୀକାର କରିଥିଲେ। । ଗତ ୦୨.୦୫.୨୦୨୬ ଦିନ ପ୍ରାୟ ୦୧.୩୦ ସମୟରେ, କାହ୍ନା ରାଉଲ୍ ନାମକ ମାଫିଆ କିଟ୍ “ଲ” କଲେଜ ଖେଳ ପଡ଼ିଆ ନିକଟରେ ବିକ୍ରୟ ପାଇଁ ବ୍ରାଉନସୁଗାର ରଖି ଠିଆ ହୋଇଥିବାର ବିଶ୍ୱସ୍ତ ସୂଚନା ମିଳିଥିଲା। ସୂଚନା ଉପରେ କାର୍ଯ୍ୟ କରି, ଏକ ପୋଲିସ ଟିମ୍ ଚଢାଉ ପାଇଁ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତକୁ ବେଆଇନ ବ୍ରାଉନସୁଗାର ସହିତ ଅଟକ ରଖିଥିଲେ। ଅଭିଯୁକ୍ତଙ୍କ ତଲାସି କରାଯାଇଥିଲା ଏବଂ ତାଙ୍କ ନିକଟରୁ ବ୍ରାଉନସୁଗାର ଥିବା ଗୋଟିଏ ପଲିଥିନ୍ ପ୍ୟାକେଟ ଜବତ କରାଯାଇଥିଲା। ଓଜନ ସମୟରେ, ବ୍ରାଉନସୁଗାରର ମୋଟ ପରିମାଣ ୧୦ ଗ୍ରାମ ବୋଲି ଜଣାପଡିଥିଲା। ପଚରାଉଚରା ସମୟରେ, ଅଭିଯୁକ୍ତ ବାଲେଶ୍ବର ପାର୍ଶ୍ୱରୁ ବେଆଇନ ବ୍ରାଉନସୁଗାର ସଂଗ୍ରହ କରି ଲାଭ ପାଇଁ ବିକ୍ରି କରିଥିବା ସ୍ୱୀକାର କରିଥିଲେ।। ଯାଞ୍ଚ୍ ପାଇଁ ଅଭିଯୁକ୍ତଙ୍କୁ ଜବତ ସାମଗ୍ରୀ ସହିତ ଥାନାକୁ ଅଣାଯାଇଥିଲା।

ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ଆଇନଅନୁଯାୟୀ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ସେହିପରି ଭରତପୁର ଅଞ୍ଚଳରେ ଅଭିଯୁକ୍ତମାନେ ଆର୍ଥିକ ଲାଭ ପାଇଁ ଭରତପୁର ଅଞ୍ଚଳରେ ଅବୈଧ ଭାବରେ ବ୍ରାଉନସୁଗାର ରଖିବା ସହିତ ସାଧାରଣ ଲୋକଙ୍କୁ ବିକ୍ରୟ କରୁଥିଲେ। ସୂଚନା ଆଧାରରେ ପୋଲିସ ଦଳ ଚଢାଉ କରି ଅଭିଯୁକ୍ତମାନଙ୍କୁ ବେଆଇନ ବ୍ରାଉନସୁଗାର ସହିତ ଗିରଫ କରିଥିଲା। ବ୍ୟକ୍ତିଗତ ତଲାସ ସମୟରେ ଅଭିଯୁକ୍ତ ରାଜେନ୍ଦ୍ର ନାୟକ ଉର୍ଫ ଧେଡିଆଙ୍କ ନିକଟରୁ ବ୍ରାଉନସୁଗାର ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ଜବତ ସାମଗ୍ରୀର ଓଜନ କରିବା ପରେ ଏହା ୨୬.୫୪ ଗ୍ରାମ ବୋଲି ପ୍ରମାଣିତ ହୋଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନସୁଗାର କ୍ରୟ କରି ଏହିପରି ଅବୈଧ ବ୍ୟବସାୟରେ ଜଡିତ ଥିବା ସ୍ୱୀକାର କରିଥିଲେ। ଏହି ଘଟଣାରେ ମୁଖ୍ୟ ବ୍ରାଉନ ସୁଗାରର ବେପାରୀ ସମେତ ଅମରଜିତ୍ ପ୍ରଧାନ , ଗୌତମ ପ୍ରଧାନ , ପ୍ରଭାସିନୀ ନାୟକକୁ ଗିରଫ କରାଯାଇଛି । କେବଳ ପୋଲିସ ନୁହେଁ ଅବକାରୀ ଟିମ୍ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଦୁଇ ଜଣ ବ୍ରାଉନ ସୁଗର୍ ବେପାରୀଙ୍କୁ ଗିରଫ କରାଯାଇଥିଲା ସେମାନଙ୍କ ନିକଟରୁ ୨୦ଲକ୍ଷ ଟଙ୍କାର ୧୯୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଆଗକୁ ଆହୁରି ଜୋରଦାର ଚଢାଉ କରାଯିବ । (ରିପୋର୍ଟ :ପ୍ରିୟ ରଞ୍ଜନ ନାୟକ )
