ଜୀବନ ହାରିଲେ ସିଲିକନ ବିଶ୍ୱ ବିଦ୍ୟାଳୟ ଛାତ୍ର: କଳିଙ୍ଗ ବିକାଶ 

ଜୀବନ ହାରିଲେ ସିଲିକନ ବିଶ୍ୱ ବିଦ୍ୟାଳୟ ଛାତ୍ର: କଳିଙ୍ଗ ବିକାଶ 

ଜୀବନ ହାରିଲେ ସିଲିକନ ବିଶ୍ୱ ବିଦ୍ୟାଳୟ ଛାତ୍ର: କଳିଙ୍ଗ ବିକାଶ 

ଜୀବନ ହାରିଲେ ସିଲିକନ ବିଶ୍ୱ ବିଦ୍ୟାଳୟ ଛାତ୍ର: କଳିଙ୍ଗ ବିକାଶ 

(କଳିଙ୍ଗ ବିକାଶ /ଭୁବନେଶ୍ୱର ) ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର। ବେକରେ ରଶି ଲଗାଇ ଝୁଲି ପଡ଼ିଲେ ବିଟେକ୍ ଛାତ୍ର ବିଶ୍ୱାସ ସ୍ୱାଇଁ । ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିରିଙ୍ଗ୍ କଲେଜ(ସିଲିକନ)ରେ ବିଟେକ୍ ଛାତ୍ର ବିଶ୍ୱାସଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ତାଙ୍କର ସାଙ୍ଗମାନେ । ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ହଷ୍ଟେଲରେ ପହଞ୍ଚିଥିଲେ । କର୍ତ୍ତୁପକ୍ଷ ପହଞ୍ଚିବା ପରେ ବିଶ୍ୱାସ ସ୍ୱାଇଁଙ୍କ ଝୁଲା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ ଇନ୍ଫୋସିଟି ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ସହ ବିଶ୍ୱାସ ସ୍ୱାଇଁଙ୍କ ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲରରେ ଭର୍ତ୍ତି କରିଥିଲେ।  

ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଏକ ପ୍ରକାର ସସ୍ପେନ୍ସ ମଧ୍ୟ ଆରମ୍ଭ ହୋଇଛି । କାହିଁକି ବେକରେ ରଶି ଲଗାଇ ଝୁଲିପଡିଲେ ବିଟେକ୍ ଛାତ୍ର। ହଷ୍ଟେଲରୁ ଉଦ୍ଧାର ପରେ ପରିବାର ଲୋକେ ପହଞ୍ଚି ସିଧାସଳଖ କଲେଜ କର୍ତୃପକ୍ଷଙ୍କୁ ଦୋଷ ଲଦିଛନ୍ତି। ମୃତ ଛାତ୍ର ଜଣକ ମୟୂରଭଞ୍ଜ ଜିଲ୍ଲାର ବିଶ୍ବାସ ସ୍ବାଇଁ ବିଟେକ୍ ପଢ଼ୁଥିଲେ। ବିଶ୍ୱାସଙ୍କ ମୃତ୍ୟୁକୁ ନେଇ କଲେଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି ।ଖବର ପାଇ ଘଟଣାସ୍ଥଳରେ ୨ ପ୍ଳାଟୁନ୍ ପୁଲିସ ଫୋର୍ସ ମୁତୟନ ହେବା ସହ ଘଟଣାର ତଦନ୍ତ କରୁଛି ପୁଲିସ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ତାଙ୍କ ବାପା ଜଣେ ସରକାରୀ କ୍ଲାସ ୨ ଅଧିକାରୀ ରହିଛନ୍ତି । ତାଙ୍କ ବାପା ଆଜି ସକାଳ ୯ ଟାରୁ ୧୦ ଟା ମଧ୍ୟରେ ବିଶ୍ୱାସ ଙ୍କୁ ଫୋନ୍ କରିଥିଲେ ହେଲେ ସେ ଫୋନ୍ ଉଠାଇନଥିଲେ ଏହପାରେ ବ୍ୟସ୍ତ ହୋଇ ନେତା ବିଶ୍ୱାସଙ୍କ ବାପା ମାଆ ତାଙ୍କ ସାଙ୍ଗ ଅଙ୍କିତ ସ୍ୱାଇଁଙ୍କୁ ଫୋନ୍ କରିବା ପରେ ଜଣାପଡ଼ିଥିଲା । ଏହାପରେ କଲେଜ କତୃପକ୍ଷ ମୃତକଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ। ମୃତକଙ୍କ ମାପା ମାଆ ଭାଙ୍ଗି ପଡ଼ି ଭୁବନେଶ୍ୱର ପହଞ୍ଚିଥିଲେ । ପୋଲିସ ପୂର୍ବରୁ ପହଞ୍ଚି ବିଶ୍ୱାସଙ୍କ ମୃତ ଶରୀରକୁ ଏକ ଘରୋଇ ମେଡିକାଲ ନେଇଯାଇଥିଲେ। ଏହାପରେ କ୍ୟାପିଟାଲ ହସ୍ପିଟାଲ କୁ ନେଇଥିଲେ । ଡାକ୍ତର ମୃତ ଘୋଷଣା ପରେ ତାଙ୍କର ଶବ ବ୍ୟବଛେଦ ପାଇଁ ପ୍ରକିୟା ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳେ ମୃତକଙ୍କ ବାପା ମାଆ ଙ୍କ କୋହ ଭରା କାନ୍ଦରେ ଫାଟି ପଡ଼ିଯାଇଥିଲା ହସ୍ପିଟାଲ୍ ଗୃହ । ମୃତକଙ୍କ ବାପା କାନ୍ଦି କାନ୍ଦି କହୁଥିଲେ ମୋ ପୁଅକୁ ହତ୍ୟା କରାଯାଇଛି । ମୋ ପୁଅ ଚାଲିଗଲା , ମୋ ଲାଇଫରେ ଆଉ କିଛି ନାହିଁ । ତାଙ୍କର ଅଭିଯୋଗ ରହିଥିଲା କି ତାଙ୍କ ପୁଅଙ୍କ ଉଚ୍ଚତା ଠାରୁ ଖଟ ଉଚ୍ଚତାରୁ ତାଲ ମେଳ ରହୁନାହିଁ । ସନ୍ଦେହ କରିବା ସହ ସେ ଏହାକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ସେ କେବେ ବି ଆତ୍ମହତ୍ୟା କରିନାହିଁ ବୋଲି କହିଛନ୍ତି ମୃତକଙ୍କ ବାପା । ଏଥିସହିତ ସେ କହିଛନ୍ତି ବିଶ୍ୱାସଙ୍କୁ ମଧ୍ୟ ଏକ ସରକାରୀ ଚାକିରି କରିବାକୁ କହିଥିଲି ସବୁ ସ୍ବପ୍ନ ଚୁର ମାର ହୋଇଗଲା ।

ଏପଟେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ୍ ପାତ୍ର ଏନେଇ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କଲେଜ କତୃପକ୍ଷଙ୍କ ଯୋଗୁଁ ଏମିତି ଜଣେ ମୂଲ୍ୟ ବାନ ଜୀବନ ଯାଇଛି ବୋଲି କହିଛନ୍ତି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି। ମୃତ ଛାତ୍ରଟି ମୃତ୍ୟୁ ପୂର୍ବରୁ ୩ ଦିନ ହେବ କିଛି ଖାଇ ନଥିଲା କାହିଁକି କଲେଜ କର୍ତ୍ତୃପକ୍ଷ ଏ ବିଷୟରେ ଅବଗତ ନଥିଲେ । ବଡ ବଡ କଲେଜରେ ବିଟେକ୍ ଛାତ୍ର ପାଢ଼ୀ ଭବିଷ୍ୟତ ଗଢ଼ିବାକୁ ଆସୁଥିବା ଏମିତି ନିରୀହ ଛାତ୍ର ଛାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି କଲେଜ୍ କର୍ତ୍ତୃପକ୍ଷ ବୋଲି ଅଭିଯୋଗ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ (ରିପୋର୍ଟ :ପ୍ରିୟରଞ୍ଜନ ନାୟକ )