ଚାରା ବଣ୍ଟନ କରି ରକ୍ଷା ବନ୍ଧନ ଉତ୍ସବ ପାଳିଲେ:Ommtv Kalinga Vikas
ଚାରା ବଣ୍ଟନ କରି ରକ୍ଷା ବନ୍ଧନ ଉତ୍ସବ ପାଳିଲେ:Ommtv Kalinga Vikas
ଚାରା ବଣ୍ଟନ କରି ରକ୍ଷା ବନ୍ଧନ ଉତ୍ସବ ପାଳିଲେ:Ommtv Kalinga Vikas
Omm tv ମୟୁରଭଞ୍ଜ ଯଶିପୁର
ନିହାର ରଞ୍ଜନ ମହାନ୍ତ

ଯଶିପୁର : ଯଶିପୁର ବ୍ଲକ ଅନ୍ତର୍ଗତ ବକଳାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଜ୍ଞାନ ବିହାର ପ୍ରାଙ୍ଗଣରେ ସମ୍ପାଦକ ବସନ୍ତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ ଭାରତୀୟ ସଂସ୍କୃତିକୁ ଉଜ୍ଜୀବିତ କରିବା ଲାଗି ସଂକଳ୍ପ ନେଇଥିଲେ।ଏହାପରେ ଶିଶୁ ବିଦ୍ୟାମନ୍ଦିର ତରଫରୁ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ସଚେତନତା କରାଇ ଚାରା ବଣ୍ଟନ କରାଯାଇଥିଲା।ଏହି ଅବସରରେ ଲିଟୁନ୍ ମହାନ୍ତ, ସ୍ବାଗତିକା ମହାନ୍ତ, ପୁଷ୍ପିତା ମହାନ୍ତ, ରଶ୍ମିତା ମହାନ୍ତ, ତନ୍ମୟ ଖାଟୁଆ, ଦାସମାତ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
