ନିୟମଗିରି ସୁରକ୍ଷା ସମିତିର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି :Ommtv Kalinga Vikas

ନିୟମଗିରି ସୁରକ୍ଷା ସମିତିର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି :Ommtv Kalinga Vikas

ନିୟମଗିରି ସୁରକ୍ଷା ସମିତିର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି :Ommtv Kalinga Vikas

ନିୟମଗିରି ସୁରକ୍ଷା ସମିତିର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୧୦/୦୮(କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର)ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଓ ରାୟଗଡା ଜିଲ୍ଲା କଲ୍ୟାଣ ସିଂ ପୁର ବ୍ଲକ ପାଟଶାଲ ପଞ୍ଚାୟତ ଦୁଇ ଜିଲ୍ଲା ସୀମାରେ ଗତକାଲି ଶନିବାର ଦିନ ୦୯ଘଣ୍ଟା ସମୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଅଛି I ଏହି ବିଶ୍ୱ ଆଦିବାସୀ ଦିବସଟିକୁ ନିୟମଗିରି ସୁରକ୍ଷା ସମିତିର ତତ୍ତ୍ୱବଧାନରେ ପାଳିତ ହୋଇଥିଲା,ଏହି ବିଶ୍ୱ ଆଦିବାସୀ ଦିବସକୁ ପ୍ରତେକ ବର୍ଷ ଅଗଷ୍ଟ ମାସ ୦୯ ତାରିଖ ଦିନ ପାଳନ କରାଯାଇଥାଏ I ଆମ ଓଡିଶା ରାଜ୍ୟରେ ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ ଶ୍ରେଣୀର ଲୋକ, ଏଇ ଆଦିବାସୀ ବୋହୁ ସରଳ ବିଶ୍ୱାସୀ ମଣିଷ ଅଟନ୍ତି ଯାହାଫଳରେ କାହିଁ ଯୁଗଯୁଗରୁ ଐତିହାସିକ ଶୋଷଣ ଓ ଠକେଇର ଶିକାର ହୋଇ ଗରିବଙ୍କ ଠାରୁ ଆହୁରି ଅଧିକ ଗରିବ ହେଇଯାଇଛନ୍ତି I

ଆଦିବାସୀ ମା ମାଟି ତଳେ ଭରପୁର ଖଣିଜ ସମ୍ପଦ ରହିଅଛି ବିକାଶ ନାମରେ ପ୍ରାକୃତିକ ସମ୍ପଦ ଲୁଣ୍ଠନରେ ବଳି ପଡୁଛନ୍ତି ଆଦିବାସୀର ନିଜ ଭିଟାମାଟି ସବୁକିଛି I ସରକାରଙ୍କ ବିସ୍ଥାପନର ଦୁର୍ଦଶା ଭୋଗୀ ଆସୁଛି ଆଦିବାସୀ ତଥାକଥିତ ମୁଖ୍ୟଧାରା କୁ ଆଣିବା ନା ରେ ତାର ଭାଷା ସଂସ୍କୃତି ଓ ପ୍ରକୃତି ଧର୍ମକୁ ଲୋପ କରିଦେବା ପାଇଁ ରୀତିମତ ଯୋଜନା ଚାଲିଛି I ତେଣୁକରି ୧୯୯୪ ମସିହା ଅଗଷ୍ଟ ମାସ ୦୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ରୂପରେ ଜାତିସଙ୍ଘ ସ୍ବୀକୃତି ଦେବା ପରେ ଏହା ସାର ବିଶ୍ୱରେ ପାଳିତ ହୋଇ ଆସୁଛି I ତେଣୁ ଆଦିବାସୀମାନେ ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହୋଇ ଲଢ଼ିବାରେ ଆଦିବାସୀର ଏକ ଗୌରବମୟ ଇତିହାସ ବି ଜାରି ରହିଛି I ବିଶ୍ୱ ଆଦିବାସୀ ଦିବସ ଆଜି ଆମ ପାଇଁ ସେହି ଲଢେଇର ସଂକଳ୍ପ ଦିବସ ହୋଇଛି I ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ଶିକକା କହିବା କଥାଯେ ନିୟମଗିରି ଆମର ପବିତ୍ର ପାହାଡ଼ କେବଳ ଏକ ପ୍ରାକୃତିକ ସମ୍ପଦ ନୁହେଁ,ଏହା ଆମ ଆଦିବାସୀ ଦଙ୍ଗାରିଆ କନ୍ଧ ଓ ମୂଳବାସୀଙ୍କ ଜୀବନ,ସଂସ୍କୃତି ଓ ଆଧ୍ୟତ୍ମିକତାର ପ୍ରତୀକ I ଆମ ଆରାଧ୍ୟ୍ୟ ଦେବତା ନିୟମ ରାଜା ବାସସ୍ଥାନ,ଯିଏ ଆମକୁ ବଞ୍ଚିବାର ସୁରକ୍ଷା ଦେଇଛନ୍ତି I ଯଦି ନିୟମଗିରି ବକ୍ସIଇଡ଼ ଖଣି ଖନନ ବିରୋଧରେ ଆମେ ନିୟମ ରାଜାର ସନ୍ତାନ ଏକ ଐତିହାସିକ ଲଢେଇରେ ଜିତୁଛୁ, ଯେଉଁଥିରେ ଆମର ଏକତା ଓ ଲଢ଼ିବାରେ ଶକ୍ତି ସାରା ବିଶ୍ୱକୁ ପ୍ରେରଣା ଦେଉଛୁ I ଦେଶର ସମ୍ବିଧାନ ଓ ପେସା ଆଇନରେ ଆଦିବାସୀର ଜମି ଜଳ ଜଙ୍ଗଲ ଉପରେ ଥିବା ଅଧିକାରକୁ ଆମେ ବଳ ଦେଇଛୁ,ଆମର କେବଳ ନିୟମଗିରି ପାଇଁ ନୁହଁ ଅଧିକାର ଅସ୍ମିତା ତଥା ପ୍ରାକୃତିକ ପରିବେଷର ସୁରକ୍ଷା ପାଇଁ I ଆଜି ଆମେ ଦେଖୁଛୁ ନିୟମଗିରି ଖଣି ଖନନକୁ ବିରୋଧରେ ଦଙ୍ଗାରିଆଙ୍କ ଶତପ୍ରତିଶତ ସପ୍ରିମକୋର୍ଟ ରାୟକୁ ମୋହର ମରବାର ୧୨ ବର୍ଷ ପରେ ବି ବେଦନ୍ତର ଲୋଭ ମରିନାହିଁ, ଅଣ ଆଦିବାସୀ କିଛି ଦଲାଲମାନଙ୍କୁ ସରକାରଙ୍କ ସାମ୍ନାରେ ଠିଆ କରେଇ ପୁଣିଥରେ ଜନଶୁଣାଣୀ ପାଇଁ ବର୍ତ୍ତମାନ ଚକ୍ରାନ୍ତ କରୁଅଛି I ନିୟମଗିରି ପରି ସିଜୁ ମାଳୀ,କୂଟ୍ରୁ ମାଳି,ମାକିଙ୍ଗ ମାଳୀ, ଖଣ୍ଡୁଆଳ ମାଳି,ଦେଓ ମାଳି, ମାଳି ପର୍ବତ ଭଳି ରାଜ୍ୟର ଖଣିସମ୍ପଦ ପରିପୂର୍ଣ ସବୁ ଆଦିବାସୀ ଅଞ୍ଚଳକୁ ଲୁଟିବା ପାଇଁ ବେଦାନ୍ତ ଭଳି ଠକ କମ୍ପାନୀମାନଙ୍କୁ ସରକାର ଟେକି ଦେଇଛନ୍ତି I ଆମର ନିଜ ଜମି ଜଳ ଜଙ୍ଗଳର ସାମ୍ବିଧାନିକ ଅଧିକାର ପାଇଁ କମ୍ପାନୀମାନଙ୍କ ହାତକୁ ଡବଲ ଇଂଜିନ ସରକାର ଓ କମ୍ପାନୀ ମାତିଯାଇଛନ୍ତି ଆନ୍ଦୋଳନ କର୍ମୀମାନଙ୍କୁ ମିଛ ମାମଲାରେ ଫସେଇ ଜେଲରେ ଭର୍ତି କରୁଛନ୍ତି I ଆମ ନିଜ ମା ମାଟି ପାଇଁ ଲଢ଼ୁଥିବା ଲୋକକୁ ଦେଶଦ୍ରୋହୀ କହୁଛନ୍ତି, ଆଜି ସିଜୁ ମାଳି ଏହିପରି ଆତଙ୍କରାଜ ଚରମ ଶିକାର ହୋଇଛି ଆଦିବାସୀର ପ୍ରତିରୋଧ ଶ୍ୱରକୁ ବେଆଇନ ମାଓବାଦୀ ବୋଲାଯାଏ I ଡବଲ ଇଞ୍ଜିନ ସରକାର ଦେଶୀ ବିଦେଶୀ ମାଇନିଙ୍ଗ କମ୍ପାନୀମାନଙ୍କ ହାତକୁ ଟେକିଦେବା ଉଦେଶ୍ୟ ଆଉ ଲୁଚିରହି ନାହିଁ I ଏଥିପାଇଁ ଅନୁସୂଚିତ ଜନଜାତି ପାଇଁ ସୁନିଶ୍ଚିତ କରୁଥିବା ଦେଶର ସଂବିଧାନିକ ଓ ଆଇନଗତ ଅଧିକରକୁ ନିଜେ ଅନେକ କ୍ଷେତ୍ରରେ ମାନୁନାହାନ୍ତି I ତେବେ ସମସ୍ତ ସରକାର ଓ କମ୍ପାନୀର ଶୋଷଣ ଦମନ ସତ୍ୱେ ଆଦିବାସୀମାନେ ନିଜକୁ ପ୍ରକୃତିର ସଚ୍ଚା ରକ୍ଷକ ଭାବରେ ଇତିହାସର ପ୍ରତିନିଧିତ୍ୱ କରି ଆସୁଛି I ନିଜ ମା ମାଟି ଓ ଭିଟାମାଟି ପାଇଁ ଆଦିବାସୀ ଭାଇମାନେ ଇଂରଜ ଆଜି ପର୍ଯ୍ୟନ୍ତ ଲଢ଼ି ଆସୁଛି I ସିଦୁ ମାଝୀ,କାନୁ ମାଝୀ,ଚିଲ୍ଲୁ ମାଝୀ,ବିର୍ଷା ମୁଣ୍ଡା, ଗୁଣ୍ଡାଧାରଙ୍କଠୁ ନେଇ ଚାକରା ବିଶୋଇ,ରେଣ୍ଡୋ ମାଝୀ, ଧରଣୀଧର ଭୂୟାଁ,ଭୀମ ଭୋଇ, ଲକ୍ଷଣ ନାଏକ ମାନଙ୍କ ଲଢୁଆ ପରମ୍ପରାର ଦାୟାଦ ହେଉଛନ୍ତି ଆଦିବାସୀ ଭାଇମାନେ I ଏଇ ଠରେ ନିୟମଗିରି ଆବାହକ ଦୈତାରୀ ଗୌଡ଼ ଆମରି ଆଘରେ କହିବା ଯେ ନିୟମଗିରି ସୁରକ୍ଷା ସମିତି ଆଜିର ପରିପ୍ରେକ୍ଷରେ ତା 'ର ଲଢେଇକୁ ଆହୁରି ସଙ୍ଗଠିତ ହେବାକୁ ଡାକରା ଦେଉଛି I ଯେଉଁଠି ବି ଆଦିବାସୀ ମୂଳବାସୀ ତାରି ନିଜର ଅଧିକାର ପାଇଁ ସଂଘର୍ଷ କରୁଛି, ଡବଲ ଇଞ୍ଜିନ ସରକାର ମାଳି ପାହଡ଼ ସବୁକୁ ବିକାଶ ନାମରେ ଦେଇଥିବା ବିନାଶକାରୀ ମାଇନିଙ୍ଗ ଲିଜକୁ ସରକାର ରଦ କରନ୍ତୁ I ଆଦିବାସୀର ସଂବିଧାନିକ ଅଧିକାରକୁ ସୁରକ୍ଷା ଦେଇ ଗଣଆନ୍ଦୋଳନ ଉପରେ ଦମନଲୀଲାରୁ କ୍ଷIନ୍ତ ହେଉ, ଆନ୍ଦୋଳନ କର୍ମୀଙ୍କ ଉପରୁ ମିଛମକଦମI ସବୁକୁ ହଟାଉ ବୋଲି ନିୟମଗିରି ସୁରକ୍ଷା ସମିତି ଦାବି କରି ଆସୁଅଛି I ଆଦିବାସୀ ଙ୍କ ଗୋଷ୍ଟି କେନ୍ଦ୍ରକୁ ତଥା ପ୍ରକୃତିନିଷ୍ଠ ଅସ୍ମିତା ଓ ଭାଷା ସଂସ୍କୃତିକୁ ସମ୍ମାନ ଦେଇ ସେମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ତଥା ଜୀବନର ମନୋନୀତ ଦିଗରେ ଲୋକାଭିମୁଖୀ ବିକାଶ ଚାହୁଁଛି I ଆମେ ଆମର ନିୟମଗିରିକୁ ବେଦାନ୍ତ କମ୍ପାନୀକୁ କେବେ ମଧ୍ୟ ଛାଡି ପାରିବୁ ନାହିଁ I ତେଣୁକରି ଆଜି ବିଶ୍ୱ ଆଦିବାସୀ ଦିବସରେ ସମସ୍ତ ଆଦିବାସୀ ଭାଇ ଓ ଭୋଉଣୀମାନେ ବଜ୍ର ଶପଥ ନେଲୁ ଯେ ଜମି,ଜଳ,ଜଙ୍ଗଲର ଅଧିକାର ଲଢେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲୁ I ନିୟମ ରାଜା ଆମର ଦେବତା ନିୟମଗିରି ପାହଡ ଆଶ୍ରିବାଦ ଆମ ସମସ୍ତଙ୍କ ଉପରେ ରହିଥାଉ I