ଲାଞ୍ଜିଗଡ ବ୍ଲକ ସ୍ତରୀୟ,ବେନଗାଁ ଠାରେ ବିଶ୍ୱ ଆଦିବାସୀ ଦିବସ ଅନୁଷ୍ଠିତ :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୦୯/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଏହି ବିଶ୍ୱ ଆଦିବାସୀ ଦିବସ ୧୯୯୪ ମସିହାରୁ ପ୍ରତ୍ୟୋକ ବର୍ଷ ଅଗଷ୍ଟ ମାସ ୦୯ ତାରିଖ ଭଳି ଏଇ ବର୍ଷ ମଧ୍ୟ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ବେନଗାଁ ଖେଳ ପଡ଼ିଆ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆଦିବାସୀ ଏକତା ଘାଟି ଆଞ୍ଚଳ ସଭାପତି ଘାଷି ମାଝୀ ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା l ପ୍ରଥମେ ବେନଗାଁ ଧରଣୀ ଗୁଡ଼ିରେ ପୂଜାର୍ଚନା କଲା ପରେ ଗାଁ ପରିକ୍ରମା କରିଥିବା ବେଳେ ଜଳ ପୁରୁଷ କାର୍ଜି ମାଝୀ ଓ ରେଣ୍ଡୋ ମାଝୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଦିବାସୀ ବିଭାଗ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଥିବା ବେଳେ ସନ୍ନମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଯୋଗଦେଇ ଥିଲେ l ଆଦିବାସୀଙ୍କ ସୁରକ୍ଷା ଓ ମୌଳିକ ଅଧିକାର ଜଳ,ଜମି, ଜଙ୍ଗଲ ସୁରକ୍ଷା ସମେତ ବିଭିନ୍ନ ବିଷୟରେ ମତ ବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ, ପ୍ରଦୀପ ମାଝୀ,ପବିତ୍ର ମାଝୀ, ଜଳନ୍ଧର ମାଝୀ,ପୁରାଣା ମାଝୀ,ଲକ୍ଷ୍ମଣ ମାଝୀ, ପାଲିସି ମାଝୀ,ଲୋକନଥ ମାଝୀ, ଭରତ ମାଝୀ,ଟିକା ମାଝୀ, ରାମତୁ ମାଝୀ, ସୁଶାନ୍ତ ମାଝୀ,ପ୍ରଧାନ ମାଝୀ,ପୂର୍ଣ୍ଣି ମାଝୀ, ବିଜେପୁର ଏସ ଆଇ ଶ୍ୟାମ କୁଲସିକା, ସମେତ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଲାଞ୍ଜିଗଡର ପବିତ୍ର ମାଝୀ ମଞ୍ଚପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ ନିରଞ୍ଜନ ମାଝୀ l