ବାରିପଦାଠାରେ ରାଜ୍ୟସ୍ତରୀୟ କୁଡୁମି ମେଧାବୀ ସମ୍ବର୍ଦ୍ଧନା ଉତ୍ସବ-୨୦୨୫ ପାଳିତ:Ommtv Kalingavikas
ବାରିପଦାଠାରେ ରାଜ୍ୟସ୍ତରୀୟ କୁଡୁମି ମେଧାବୀ ସମ୍ବର୍ଦ୍ଧନା ଉତ୍ସବ-୨୦୨୫ ପାଳିତ:Ommtv Kalingavikas
ବାରିପଦାଠାରେ ରାଜ୍ୟସ୍ତରୀୟ କୁଡୁମି ମେଧାବୀ ସମ୍ବର୍ଦ୍ଧନା ଉତ୍ସବ-୨୦୨୫ ପାଳିତ:Ommtv Kalingavikas

ଓଡିଶା କୁଡୁମି ଶିକ୍ଷକ ମଞ୍ଚ ତରଫରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ମେଗା ସମାରୋହ ରେ ଶିକ୍ଷକ ଶିଉଲାଲ ମହାନ୍ତ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ଭାବେ ବିଶିଷ୍ଠ ସମାଜସେବୀ ଛଟେଲାଲ ମହାନ୍ତ, ମୁଖ୍ୟବକ୍ତା ଭାବେ ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜ ସେବୀ କ୍ଷେତ୍ରବାସୀ ମହାନ୍ତ, ଏବଂ କଏନ ମେନ କବିଚନ୍ଦ୍ର ମହାନ୍ତ ଯୋଗ ଦେଇଥିଲେ।ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ସାରା ଓଡିଶାରୁ ଜଣ ମେଧାବୀ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଚଳିତ ବର୍ଷ ମାଟ୍ରିକ ଟପ୍ପର ଚନ୍ଦନ କୁମାର ମହାନ୍ତ ଙ୍କୁ ସତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ୧୧ ଜଣ ଶିକ୍ଷକ ଏବଂ ତିନିଜଣ ଅବସରପ୍ରାପ୍ତ ଶିକ୍ଷକ ସମ୍ମାନିତ ହେଇଥିଲେ।ସତନ୍ତ୍ର କ୍ୟାରିଅର କାଉନସିଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶାସନିକ ଅଧିକାରୀ ପଙ୍କଜ ମହାନ୍ତ,ଅଧ୍ୟାପକ ଡ ଅଭିଷେକ ମହାନ୍ତ, ରାଜକିଶୋର ମହାନ୍ତ, ଆଇ ଆଇ ଟିଆନ ଡ଼ଃ ଶ୍ଵାଶତି ସୌମ୍ୟା ମହାନ୍ତ ଏବଂ ଅଙ୍କିତ ମହାନ୍ତ ପିଲାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିଶିର ମହାନ୍ତ,ଶିକ୍ଷକ ରଞ୍ଜନ କୁମାର ମହାନ୍ତ,ବାପି ମହାନ୍ତ,ଶରତ ମହାନ୍ତ ଲମ୍ବୋଧର ମହାନ୍ତ ତଥା ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ।
ମୟୂରଭଞ୍ଜରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି
