ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ବିୟୋଗ ରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ପକ୍ଷରୁ ଶୋକସଭା:Ommtv Kalingavikas
ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ବିୟୋଗ ରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ପକ୍ଷରୁ ଶୋକସଭା:Ommtv Kalingavikas
ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ବିୟୋଗ ରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ପକ୍ଷରୁ ଶୋକସଭା:Ommtv Kalingavikas
କଳାହାଣ୍ଡି ଜିଲ୍ଲା,୧୩/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଗତକାଲି ବା ତା ୧୨/୦୬ ରିଖ ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯିବାକୁ ଉଡ଼ାଣ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୧୦ ମିନିଟ ସମୟ ପରେ ମୋଘାନୀ ନଗରରେ ଜନବସତି ଅଞ୍ଚଳରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି I ବିମାନରେ କ୍ରୁ ସଦସ୍ୟଙ୍କ ସମେତ ମୋଟ୍ ୨୪୨ ଯାତ୍ରୀ ଙ୍କ ମଧ୍ୟରୁ ଜଣେ ବିମାନରୁ ଡେଇଁ ବା ପରେ ବଞ୍ଚି ଯାଇଥିଲେ ଓ ସେ ବର୍ତ୍ତମାନ ଅହମ୍ମଦାବାଦ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି I ୨୪୨ ଜଣ ଙ୍କ ସହିତ ମେଡିକାଲ ଡାକ୍ତରଖାନା ହଷ୍ଟେଲରେ ମଧ୍ୟାହ୍ନଭୋଜନ କରୁଥିବା ୨୪ ଡାକ୍ତରଙ୍କ ମୃତ୍ୟୁ ମଧ୍ୟ ହେଇଛି I ଏହାକୁ ନେଇ ସାରା ଭାରତ ବର୍ଷରେ ଦୁଃଖ ର ଛାୟା ଖେଳିଯାଇଛି ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋକ ସଭା ଅନୁଷ୍ଠିତ କରାଯାଉଥିବା ବେଳେ ଆଜି ଶୁକ୍ରବାର ଦୀବା ବାର ଘଣ୍ଟା ସମୟରେ ବିଶ୍ୱନାଥ ପୁର ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ବିଜୟ ନାଏକଙ୍କ ନେତୃତ୍ବରେ ଶୋକସଭା ଅନୁଷ୍ଠିତ କରାଯାଇ ଥିଲା I ଉକ୍ତ ଶୋକ ସଭାରେ ପୂର୍ବତନ ମନ୍ତ୍ରୀ ଡଃ ବଳଭଦ୍ର ମାଝୀ,ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ ରାଜିବ ଗାନ୍ଧୀ ପନ୍ଚାୟତ ରାଜ୍ୟ ସଂଗଠନ ଜିଲ୍ଲା ଆବାହିକା, ଜ୍ୟୋସ୍ନା ମୟୀ ବଗର୍ତ୍ତୀ, ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ନାୟକ,ରାଜିବଗାନ୍ଧୀ ପଞ୍ଚୟତ ରାଜ ସଂଗଠନ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ବାଗ,ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ସଭାପତି ମନୋଜ କୁମାର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ,କଂଗ୍ରେସ ସକ୍ରିୟ ସଦସ୍ୟ ପ୍ରଦିପ ମାଝୀ, ପୂର୍ଣ୍ଣ ଚନ୍ଦ୍ର ଗଉଡ, ଗୋବିନ୍ଦ ପ୍ରଧାନୀ ଗୋପାଳ ଦାସ ମହାନନ୍ଦ,ବ୍ଲକ କଂଗ୍ରେସ ସଭନେତ୍ରୀ ଶାନ୍ତି ନାଏକ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଆବାହକ ମାଧୁରୀ ଦୁର୍ଗା, ମୁଲୁ ମାଝୀ, କୁମର ମଣି ନାଏକ, ପୁର୍ଣ ଗୌଡ଼, ଗଣେଶ ବେହେରା, ଗୋପାଳ ଦାସ,ସମେତ ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ।
