ମା ଦୁଲାଦେଇ ଙ୍କ ୧ମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଂଜ୍ଞ : OMM TV Kalinga vikas

ମା ଦୁଲାଦେଇ ଙ୍କ ୧ମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଂଜ୍ଞ : OMM TV Kalinga vikas

ମା ଦୁଲାଦେଇ ଙ୍କ ୧ମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଂଜ୍ଞ : OMM TV Kalinga vikas

ମା ଦୁଲାଦେଇ ଙ୍କ ୧ମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଂଜ୍ଞ :Ommtv Kalingavikas

ଫୁଲନଖରା ରୁ ଡ଼ନ୍‌ ଙ୍କ ରିପୋର୍ଟ

ପାହାଳ ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ଜନ୍ମଜୟପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ଦୁଲାଦେଇ ଙ୍କ ୧ମବାର୍ଷିକ ବିଶ୍ୱଶାନ୍ତି ମହାଯଂଜ୍ଞ ର ପୂର୍ଣ୍ଣହୂତି ଅନୁଷ୍ଠିତ ହୋଇଯାଇଛି। ଏହି ଯଂଜ୍ଞ ୪ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନ ସକାଳ ସମୟ ରେ ଅଙ୍କୁର ରୋପଣ ଅପରାଂହ୍ନ ୪ଟା ସମୟରେ ମା'ଙ୍କ ପୀଠ ରୁ କଳସ ଶୋଭାଯାତ୍ରା କରି ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ପୁରୀ କେନାଲ ରୁ ସୁବାଧିବାସ ଜଳ କୁ କଳସି ଧରି ମା ଙ୍କ ପୀଠ ରେ ଥିବା ଯଂଜ୍ଞମଣ୍ଡପ ନିକଟରେ ପହଂଚି ଥିଲେ। ୨ୟ ଦିନ ସକାଳୁ ଗୋପୂଜା, ସୂର୍ଯ୍ୟ ପୂଜା, ମଣ୍ଡଳାଦି ପୂଜା, ଗ୍ରହ ପୂଜା,ଅଗ୍ନିସ୍ଥାପନହୋଇ ଯଂଜ୍ଞକାର୍ଯ୍ୟ ଚାଲି ଥିଲା ଅଂଚଳ ର ବ୍ରାହ୍ମଣ, ପଣ୍ଡିତ, ଆଚାର୍ଯ୍ୟ ଙ୍କ ଦ୍ୱାରା ଯଂଜ୍ଞ କାର୍ଯ୍ୟ କରାଯାଇଥିଲା। କର୍ତ୍ତା ରୂପେ ସୁବାସ ବେହେରା ଓ ତାଙ୍କ ସହ ଧର୍ମିଣୀ, ଅଜୟ ମହାନ୍ତି ଓ ତାଙ୍କ ସହ ଧର୍ମିଣୀ ଯଜ୍ଞ କାର୍ଯ୍ୟ ରେ ସହଯୋଗ କରିଥିଲେ। ଜନ୍ମଜୟ ପୁର ଗ୍ରାମବାସୀ ଓ ଯୁବକସଙ୍ଘର ସମସ୍ତ ସଭ୍ୟ ଏଥିରେ ସହଯୋଗ କରି ଥିଲେ। ପୂର୍ଣାହୁତି କୁ ଆସିଥିବା ସମସ୍ତେ ଭକ୍ତ, ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସଂନ୍ଦ୍ୟା ପରିବେଷଣ ହୋଇ ଥିଲା...