ରାସ୍ତା କଡରେ ବୃକ୍ଷରୋପଣ ଦାବି:Ommtv

ରାସ୍ତା କଡରେ ବୃକ୍ଷରୋପଣ ଦାବି:Ommtv

ରାସ୍ତା କଡରେ ବୃକ୍ଷରୋପଣ ଦାବି:Ommtv

ରାସ୍ତା କଡରେ ବୃକ୍ଷରୋପଣ ଦାବି:Ommtv

ଯଶିପୁର: ବନ ବିଭାଗର ଦୁଧିଆଣୀ ରେଂଜ୍‌ ଅଧିନରେ ଥିବା ବିଭିନ୍ନ ଗାଁମାନଙ୍କର ରାସ୍ତାକଡରେ ବୃକ୍ଷରୋପଣ ନିମନ୍ତେ ପରିବେଶ କର୍ମୀ ବିନୀତ କୁମାର ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗର ଦୁଧିଆଣି ରେଂଜ୍‌ ଅଫିସର୍‌ ମହାବୀର ସିଂ ମୁର୍ମୁଙ୍କୁ ଅଂଚଳବାସୀଙ୍କ ତରଫରୁ ସବୁଜ ଆଚ୍ଛାଦିତ ଓ ଛାଇଯୁକ୍ତ ପରିବେଶ ପାଇଁ ରାସ୍ତାକଡରେ ବୃକ୍ଷରୋପଣ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ବିଶେ ବିଶେଷ କରି ପ୍ରଥମେ ବକଳାରୁ ଏକତାଳିକୁ ସଂଯୋଗ କରୁଥିବା ସଡ଼କର ରାସ୍ତାରେ ବୃକ୍ଷରୋପଣ କରିବା ନେଇ ସ୍ବତନ୍ତ୍ର ଭାବେ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ନୀମ୍ବ, କରଞ୍ଜ, ବଟ, ଜାମୁକୋଳି ଏବଂ ପଣସ ଗଛ ରୋପଣ କରିବାକୁ ନିବେଦନ କରାଯାଇଛି। ଏହି ବୃକ୍ଷଗୁଡ଼ିକ ରୋପଣ କରାଗଲେ ଗ୍ରାମର ପରିବେଶ ଉନ୍ନତି କରିବା ସହ ରାସ୍ତା ପାର୍ଶ୍ୱରେ ଛାଇ ଯୋଗାଇପାରିବ। ଗଛଗୁଡ଼ିକର ସୁରକ୍ଷା କରିବା ପାଇଁ ଟ୍ରି ଗାର୍ଡ ସହିତ ବୃକ୍ଷରୋପଣ ହେବାକୁ ମଧ୍ୟ ଉଲ୍ଲେଖିତ ରହିଛି।ଏହି ସ୍ମାରକପତ୍ର ପ୍ରଦାନ ପାଇଁ ପରିବେଶ ସରଂକ୍ଷକ ଇଂ ସତ୍ୟନାରାୟଣ ମାଝୀ, ମାନସ କୁମାର ମହାନ୍ତ,ରଂଜନ କୁମାର ମହାନ୍ତ,ଶିକ୍ଷକ ସୁରେଶଚନ୍ଦ୍ର ମହାନ୍ତ, ଉଦିତ କୁମାର ମହାନ୍ତ,ବ୍ରଜେଶ୍ବର ମହାନ୍ତ, ନିହାର ରଂଜନ ମହାନ୍ତ, ଭାସ୍କର ମହାନ୍ତ,ସନ୍ତୋଷ ମହାନ୍ତ ଓ ପବିତ୍ର ମହାନ୍ତ ପ୍ରମୁଖ ଅଂଚଳବାସୀ ସହଯୋଗ କରିଛନ୍ତି ବୋଲି ଶ୍ରୀ ମହାନ୍ତଙ୍କ ନିକଟରୁ ପ୍ରକାଶ। 

ମୟୂରଭଞ୍ଜ ଜିଲ୍ଲା ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ