ଡୋଭା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ:Ommtv

ଡୋଭା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ:Ommtv

ଡୋଭା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ:Ommtv

ଡୋଭା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ:Ommtv

ଯଶିପୁର: ଅରଣ୍ୟାନୀ ପରିବେଷ୍ଟିତ ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ କୁସୁମୀ ବ୍ଲକର ଡୋଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ବ୍ୟାପି ପାଳନ କରାଯାଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୟୂରଭଞ୍ଜର ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଂଜଦେଓ ଯୋଗଦେଇ ଜ୍ଞାନର ଆଲୋକବର୍ତ୍ତିକା ଡୋଭା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଓ ସାସ୍କୃତିକ ପରମ୍ପରାର ପୃଷ୍ଠଭୂମିକୁ ଆଧାର କରି ଜ୍ଞାନ ପ୍ରଦାନରେ ଏକ ମାଇଲଖୁଣ୍ଟ ବୋଲି ମତବ୍ୟକ୍ତ କରିଥିଲେ। ସେ ଆହୁରି କହିଥିଲେ ଯେ ଶିକ୍ଷା ଏକ ଦିବ୍ୟସ୍ପର୍ଶ ଏବଂ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ଗୌରବାବହ ଅଧ୍ୟାୟ ସୃଷ୍ଟି କରିଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ଅଭିନାରାୟଣ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ସମାରୋହରେ ମୁଖ୍ୟବକ୍ତାଭାବେ ଯୋଗଦେଇ ସ୍ତମ୍ଭକାର ତଥା ବାଗ୍ମୀ ଲଳିତ ମହାନ୍ତ ବିଦ୍ୟାଳୟର ଐତିହ୍ୟ ଓ ଗୌରବର ଗାଥା, ପୁରାତନ ଓ ଅଧୁନା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ମୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋକପାତ କରି ସୁବର୍ଣ୍ଣ ଜୟନ୍ତୀ ପାଳନର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ମହେଶ ହେମ୍ବ୍ରମ,କମିଟିର କୋଷାଧ୍ୟକ୍ଷ ଆଇନଜୀବୀ ରଘୁନାଥ ବେହେରା ପ୍ରମୁଖଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରାକ୍ତନ ପ୍ରଧାନଶିକ୍ଷକ ମିହିର କୁମାର ମହାନ୍ତ,ପୂର୍ବତନ ଶିକ୍ଷକ ଯୋଗେନ୍ଦ୍ର କୁମାର ଗିରି ଓ ବିଦ୍ୟାଳୟ ପ୍ରତିଷ୍ଠା ମଣ୍ଡଳୀର ସଦସ୍ୟ ବୈଷ୍ଣବ ଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା "ସ୍ବର୍ଣ୍ଣପ୍ରସୂ କାହ୍ନୁ" ର ମୁଖ୍ୟ ସମ୍ପାଦକ ବୋଲହରି ମହାକୁଡ,ବାରିପଦାର ବିଭୁଦତ୍ତ ଦାସ,ବହଳଦାର ଦୀପକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ସ୍ବାଗତ ଭାଷଣ ଓ ପ୍ରାକ୍‌ ସୂଚନା ଦେଇଥିବା ବେଳେ ପୁରାତନ ଛାତ୍ର ସଂସଦର ସମ୍ପାଦକ ହରେକୃଷ୍ଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଜନମାନସ, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମଚାରୀ ଉପସ୍ଥିତ ରହିଥିବାର ଦୃଶ୍ୟମାନ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲା ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ