ରାଇରଙ୍ଗପୁର ଶିଶୁ ବିଦ୍ୟା ମନ୍ଦିରରେ ଶତ ପ୍ରତିଶତ ପାସ୍ (ଏ–୧ରେ ୩ ଉତ୍ତୀର୍ଣ୍ଣ):Ommtv

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗଢ ଗାଆଁରେ ଥିବା ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ପାସ କରିଛନ୍ତି । ଉକ୍ତ ଶି କ୍ଷାନୁଷ୍ଠାନରେ ୧୨୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ସମସ୍ତେ ପାସ କରିଛନ୍ତି । ସେଥି ମଧ୍ୟରୁ ଏ-୧ରେ ୯୦ପ୍ରତିଶତରୁ

ଅଧିକ ନମ୍ବର ରଖ୍ ତିନି ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି।ଉକ୍ତ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ୫୬୦ ଯାହାକି ଶତକଡା ୯୩.୩୩ନଂର ରଖିଥ‌ିବା ଅଁଳାଡୁବା ଗ୍ରାମର ମିନାକ୍ଷୀ ମହାନ୍ତ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ବାଇଦାପୋଷି ଗ୍ରାମର ସତ୍ୟଜିତ୍ ମହାନ୍ତି ୫୬୦ ଯାହାକି ଶତକଡ଼ା ୯୩.୩୩ % ଏ୧ ରେ ପାସ କରିଛନ୍ତି । ସେହି ପରି ଅଁଳାଡ଼ୁବା ଗ୍ରାମର ମାତା ଦିପାଳି ମହାନ୍ତ, ପିତା ଦୁଷ୍ମନ୍ତ ମହାନ୍ତଙ୍କ ଝିଅ ୫୪୨ ଯାହାକି ଶତକଡା ୯୦.୩୩ ନମ୍ବର ରଖ୍ ପାସ କରିଛନ୍ତି। ବିଦ୍ୟାଳୟର ୧୨୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ତିନି ଜଣ ଏ୧ ଥିବା ବେଳେ ଏ୨ରେ ୨୦ ଜଣ,ବି୧ ରେ ୨୮, ବି୨ରେ ୪୦, ସିରେ ୨୫, ଏବଂ ଡିରେ ଚାରି ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି।ଏନେଇ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ସମସ୍ତ ଗୁରୁ ଓ ଗୁରୁ ମାଙ୍କୁ ପ୍ରଶଂସା କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି