ଏସ. ଡ଼ି. ଏ.ଏ. କ୍ରୀଡା ସଂଘ ପକ୍ଷରୁ ଫୁଟବଲ

ଏସ. ଡ଼ି. ଏ.ଏ. କ୍ରୀଡା ସଂଘ ପକ୍ଷରୁ ଫୁଟବଲ

ଏସ. ଡ଼ି. ଏ.ଏ. କ୍ରୀଡା ସଂଘ ପକ୍ଷରୁ ଫୁଟବଲ

ଏସ. ଡ଼ି. ଏ.ଏ. କ୍ରୀଡା ସଂଘ ପକ୍ଷରୁ ଫୁଟବଲ

ବାଲିଗୁଡା (କଳିଙ୍ଗ ବିକାଶ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଏସ. ଡ଼ି. ଏ.ଏ. କ୍ରୀଡା ସଂଘ ପକ୍ଷରୁ ଫୁଟବଲ ଚମ୍ପିୟାନସିପି କପ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା. ଏଥିରେ ଫୁଲବାଣୀ ର ଜେ. ଡି. କ୍ଲବ ସମ୍ବଲପୁରୀର ଏ ଫ ସି ଟିମକୁ ପରାସ୍ତ କରି ଚମ୍ପିୟାନସିପି ପରାସ୍ତ କରିଥିଲା. ଏହି କ୍ରୀଡା ପ୍ରତିଯୋଗିତା ଫେବୃଆରୀ 4ରୁ 11ତାରିଖରେ ଶାନ୍ତିପୂର୍ଣ ଭାବେ ଉପଖଣ୍ଡ ସହରାଞ୍ଚଳ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସମାପ୍ତ ହୋଇଛି. ଏଥିରେ ଭିଭିନ୍ନ ଜିଲ୍ଲାରୁ କ୍ରୀଡା ପ୍ରତିଯୋଗୀମାନେ ଯୋଗଦେଇ ଥିଲେ. ଏହି ଚମ୍ପିୟାନସିପି ରେ ଜେ ଡ଼ି. କ୍ଲବ ଚମ୍ପିୟାନ ହୋଇ ଚମ୍ପିୟାନ ଟ୍ରଫି ଓ ନଗଦ ଭାରତୀୟ ମୁଦ୍ରା ପଚିଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା. ଏହି ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ରେ ଯୋଗ ଦେଈ କ୍ରୀଡା ସଂଘର ଉପଦେଷ୍ଟା ଶେଖ ଶାସିଦ, ସୁରେଶ ପତ୍ର, ସାଧାରଣ ସମ୍ପାଦକ ଡ଼କ୍ଟର ସୁଶାନ୍ତ ଦାସ. ଫୁଲବାଣୀ ପ୍ରସିଦ୍ଧ କଣ୍ଠଶିଳ୍ପୀ ଜଳନ୍ଧର ବେହେରା ଅଂଶ ଗ୍ରହଣ କରି ପୁରସ୍କାର ବିତରଣ କରିଥିଲେ. ମହେଶ୍ୱର ଦିଗାଲ ବରିଷ୍ଠ ସାମ୍ବାଦିକ, ବାଲିଗୁଡା