Sailabala college girl

Sailabala college girl

ସରକାର ବଦଳିଲା ବଦଳିଲାନି ଶୈଳବାଳା ର ଭାଗ୍ୟ

କଟକ (କଳିଙ୍ଗ ବିକାଶ ):ବିଶ୍ଵବିଦ୍ୟାଳୟ ମାନ୍ୟତା କେବେ ? କଟକ ର ଶୈଳବାଳା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦବାକୁ ଦାବି । ଶୈଳବାଳା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ଶହେ ତେର ବର୍ଷ ର ଶିକ୍ଷା ଅନୁଷ୍ଠାନ ଶୈଳବାଳା ମହାବିଦ୍ୟାଳୟର ଛାତ୍ରୀମାନେ ଶନିବାର ଶୈଳବାଳା ପରିଷଦରେ ଆନ୍ଦୋଳନ କରିଥିଲେ । କଲେଜ ଗେଟ୍ ସମ୍ମୁଖରେ ରାସ୍ତା ଅବରୋଧ କରି ବସି ରହିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଲେଜ ପରିସରରେ ପୋଲିସ ମୁତୟନ ହୋଇଥିବା ବେଳେ କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସିଂହଦେଓ , ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ , କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କିଛି ସମୟ ଆଲୋଚନା ପରେ ଛାତ୍ରୀମାନେ ଧାରଣାକୁ ସ୍ଥଗିତ କରିଥିଲେ । ଏ ସମ୍ପର୍କରେ ଆଲୋଚନା ହେବା ସହ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡିଛି । କଟକରୁ ରିପୋର୍ଟ - ଅମିୟ ସିଂ