ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଡାକ୍ତରଖାନାରୁ ସ୍ତIନୀୟ ଜନ ସାଧାରଣଙ୍କୁ ମିଳୁ ନାହିଁ,ଉଚ୍ଚିତ ସ୍ୱାସ୍ଥ୍ୟ ସେବା :Ommtv Kalinga Vikas

ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଡାକ୍ତରଖାନାରୁ ସ୍ତIନୀୟ ଜନ ସାଧାରଣଙ୍କୁ ମିଳୁ ନାହିଁ,ଉଚ୍ଚିତ ସ୍ୱାସ୍ଥ୍ୟ ସେବା :Ommtv Kalinga Vikas

ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଡାକ୍ତରଖାନାରୁ ସ୍ତIନୀୟ ଜନ ସାଧାରଣଙ୍କୁ ମିଳୁ ନାହିଁ,ଉଚ୍ଚିତ ସ୍ୱାସ୍ଥ୍ୟ ସେବା :Ommtv Kalinga Vikas

ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଡାକ୍ତରଖାନାରୁ ସ୍ତIନୀୟ ଜନ ସାଧାରଣଙ୍କୁ ମିଳୁ ନାହିଁ,ଉଚ୍ଚିତ ସ୍ୱାସ୍ଥ୍ୟ ସେବା :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୨୧/୧୦ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନିଜସ୍ୱ ୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ୨୦୧୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା I ଲାଞ୍ଜିଗଡ ଅଞ୍ଚଳର ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଖୋଳାଯାଇଥିଲା, କିନ୍ତୁ ବେଦାନ୍ତ ଏହି ଡାକ୍ତରଖାନା ଖୋଲିବା କିଛି ବର୍ଷ ପର୍ଯ୍ୟନ୍ତ ସୁଚାରୁରୂପେ ଚାଲିଥିଲା I ଏବେ ଆଜିକୁ ୦୬ ମାସ ହେଲା ଏହି ଡାକ୍ତରଖାନାର ଅବସ୍ଥା ଭାରି ଶୋଚନୀୟ କାରଣ ହେଲା ବାହର ରାଜ୍ୟରୁ ଡାକ୍ତର ଆଣି ଏଠାରେ ଡାକ୍ତରଖାନା ଅଧିକ୍ଷକ କରି ରଖାଗଲା ଯାହାଫଳରେ ଲାଞ୍ଜିଗଡ ଅଞ୍ଚଳର ଜନ ସାଧାରଣଙ୍କୁ ବେଦାନ୍ତ କୌଣସି ଔଷଧ ଗୋଟେ ମାଗଣାରେ ମିଳୁନାହିଁ କି ରୋଗୀ ଏଇ ଡାକ୍ତରଖାନାକୁ ଆସି ଭଲ ହୋଇ ଯାଉ ନାହାନ୍ତି I ଯେଉଁ ଡାକ୍ତର ଅଛନ୍ତି ସେହି ଡାକ୍ତର ମାନେ ଔଷଧ ଠିକ ଲେଖୁଛନ୍ତି ପରୀକ୍ଷା କରିବା ପାଇଁ ଠିକ ଲେଖୁଛନ୍ତି କିନ୍ତୁ ଡାକ୍ତରଖାନାରେ ପ୍ରଚୁର ପରିମାଣରେ ଉଚ୍ଚିତ ମାନର ଔଷଧ ରଖା ଯାଉନାହିଁ ଯାହାଫଳରେ ଗରିବ ରୋଗୀ ମାନେ ଯାଇ ଡାକ୍ତରଖାନାରୁ ହତାଶ ଫେରି ଆସୁଛନ୍ତି I ତତ ସଙ୍ଗେ ସଙ୍ଗେ ଯେଉଁ ଉର୍ନ୍ନତ ମାନର ମିସିନ ଡାକ୍ତରଖାନାରେ ରଖାଯାଇଛି ପରୀକ୍ଷା କରିବା ପାଇଁ ସେହି ମେସିନ ଗୁଡିକ ମାସମାସ ଆପଙ୍ଗ ବା ଖରାପ ହୋଇ ପଡି ରହିଛି, ଯାହା ଫଳରେ ରୋଗୀମାନେ ଯାଇ ବେଦାନ୍ତ ଡାକ୍ତରଖାନାରୁ ପରୀକ୍ଷା ପତ୍ର ନକରି ହତାଶ ଫେରୁଛନ୍ତି କିନ୍ତୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି I ଏଠାରେ ଲେଖା ଥାଉକି ବେଦାନ୍ତର ଯେଉଁ ବିଭାଗ ଏଇ ଡାକ୍ତରଖାନାର ସମସ୍ତ କଥା ବୁଝୁଛନ୍ତି ସେଇ ମାନେଙ୍କ ପାଇଁ ହିଁ ଜନ ସାଧାରଣ ସୁବିଧାରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି I ଏପଟେ ବେଦାନ୍ତ ବାଃ ବାଃ ମାରୁଛିଯେ ଆମେ ବେଦାନ୍ତ ଡାକ୍ତରଖାନା ଖୋଲି ଲାଞ୍ଜିଗଡ ଅଞ୍ଚଳ ବାସୀଙ୍କୁ ପୁରା ପୁରି ରୂପେ ମାଗଣା ସ୍ୱାସ୍ଥ୍ୟ ସେବା ପରୀକ୍ଷା ନିରୀକ୍ଷI କରି ଉଚିତ ମାନର ଔଷଧ ପତ୍ର ଯୋଗାଉଛୁ I ଆଜି ଯେଉଁ ଲାଞ୍ଜିଗଡ ଅଞ୍ଚଳର କିଛି ଗରିବ ଶ୍ରେଣୀର ରୋଗୀ ମାନେ ଆସିଥିଲେ ସେମାନେ କହିବା କଥାଯେ ବେଦାନ୍ତ ଆସିଛି ଆମର ସ୍ୱାସ୍ଥ୍ୟ ସେବା କରବା ପାଇଁ ତାହା ସମ୍ପୂର୍ଣ ମିଥ୍ୟା I ବେଦାନ୍ତ ଡାକ୍ତରଖାନରେ ଉର୍ନ୍ନତ ମାନର ଔଷଧ ଦେଉ ନାହାନ୍ତି ଯେଉଁ ଔଷଧ ରୋଗୀକୁ ଦିଆ ଯାଉଛି ସେହି ଔଷଧ ଖାଇଲେ କୌଣସି ରୋଗୀ ଭଲ ହେବାର ନା ଧରୁ ନାହାନ୍ତି, ତେଣୁକରି ଲାଞ୍ଜିଗଡ ଅଞ୍ଚଳରେ ଜନ ସାଧାରଣ ମଧ୍ୟରେ ବେଦାନ୍ତ ପ୍ରତି ଆସନ୍ତୋଷ୍ଟ ବାତI ବରଣ ଖେଳି ଯାଇଛି,ତେଣୁକରି ଲାଞ୍ଜିଗଡର ସ୍ଥାନୀୟ ବାସିନ୍ଦା କହିବା କଥାଯେ ବେଦାନ୍ତର ଉଚ୍ଚ କତୃପକ୍ଷ ତୁରନ୍ତ ତଦନ୍ତ କରି ଏହାରି ଉପରେ ଉଚ୍ଚିତ ପଦକ୍ଷପ ନିଅନ୍ତୁ I