ଲାଞ୍ଜିଗଡ ମୁଖ୍ୟ ରାସ୍ତା ଉପର ବ୍ରିଜ କେବେ ସମ୍ପୂର୍ଣ ହେବ?:Ommtv
ଲାଞ୍ଜିଗଡ ମୁଖ୍ୟ ରାସ୍ତା ଉପର ବ୍ରିଜ କେବେ ସମ୍ପୂର୍ଣ ହେବ?:Ommtv
ଲାଞ୍ଜିଗଡ ମୁଖ୍ୟ ରାସ୍ତା ଉପର ବ୍ରିଜ କେବେ ସମ୍ପୂର୍ଣ ହେବ?:Ommtv

କଳାହାଣ୍ଡି ଜିଲ୍ଲା, ୨୬/୦୪(କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକରେ ୨୦୨୪ ମସିହା ସେପ୍ଟେମ୍ବର ମାସର ୦୯ ସନ୍ଧ୍ୟା ଚାରି ଘଣ୍ଟା ସମୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିଲା I ଲାଞ୍ଜିଗଡ ଠାରୁ ଭୋବାନୀପାଟଣା ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଲାଞ୍ଜିଗଡ ପଞ୍ଚାୟତ କାଶବାଡି ଠାରେ ରାସ୍ତା ଧୋଇ ହୋଇଯାଥିଲା,ସେହି ରାସ୍ତା ଧୋଇଯିବ ଫଳରେ ସେହି ଜାଗାରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି ଆଉ ବୋହୁ ଧନ ଜୀବନ ନଷ୍ଟ ହେଉଛି,ଆଜକୁ ରାସ୍ତା ଭାଙ୍ଗି ଆଠ ମାସ ପୂରିବାକୁ ଯାଉଛି କିନ୍ତୁ ରାସ୍ତା କାମ ସମ୍ପୂର୍ଣ ହୋଇପାରିଲା ନାହିଁ I ସେହି ଜାଗାରେ ଦୃଘଟଣାରେ ଯେଉଁ ଛ ସାତ ଜଣ ବ୍ୟକ୍ତି ଦର୍ଘଟଣା ଗସ୍ତ ହୋଇଛନ୍ତ ସେମାନେ ବୋହୁ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନାରୁ ଫେରି ବର୍ତମାନ ପର୍ଯ୍ୟନ୍ତ ଘରେ ପଡି ରହିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ତାଙ୍କରି ଦେହ ସୁସ୍ଥ ହୋଇ ପରି ନାହିଁ I ଏହି ରାସ୍ତା ଦେଇ ନେତା ମନ୍ତ୍ରୀ ଏମ ଏଲ ଏ ବ୍ଲକ ଚେରମେନ ଜିଲ୍ଲା ଓ ବ୍ଲକ ବଡ଼ ବଡ଼ କର୍ମ କର୍ତ୍ତା ଏବଂ ବେଦାନ୍ତର ମୁଖ୍ୟା ମାନେ ଯାଇଥାନ୍ତି କିନ୍ତୁ ଏହି ବ୍ରିଜ ଉପରେ କାହାରି ହେଲେ ନଜର ପଡ଼ୁ ନାହିଁ I ଯଦି ଓ ବ୍ରିଜଟି ଆଜିକୁ ପନ୍ଦର ଦିନ ହେଲା କାମ ସମ୍ପର୍ଣ ହେଲା ପରେ ମଧ୍ୟ ରାସ୍ତା କୁ ଆବୋରଧ କରି ଠିକାଦାର ରଖିଛନ୍ତି ଯାହା ଫଳରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି ତେଣୁ ଯେଉଁ ଠିକାଦାର ସେହି କାମ କରୁଛନ୍ତି ଆମେ ତାଙ୍କୁ ଯୋଗ ଯୋଗ କରିଥିଲୁ କିନ୍ତୁ ସେ ଆମର ଫୋନ୍ କଲକୁ ରିସିଭ କରିନଥିଲେ I ତାପରେ ଆମେ କାଶବାଡି ଓ ଆଶ୍ରମ ପଡ଼ାର କିଛି ଭଦ୍ର ଲୋକଙ୍କୁ ଭେଟି କଥା ହେଇଥିଲୁ ସେମାନେ କହିବା କଥା ଯେ ଯଥାଶୀଘ୍ର ରାସ୍ତା କାମ ନ ସରେ ତେବେ ଆମେମାନେ ଗୋଟିଏ ଦିନ ରାସ୍ତା ରୋକ କରି ଆନ୍ଦୋଳନ କରିବୁ ବୋଲି ଆମରି ପାଖରେ ପରି ପ୍ରକାଶ କରଛନ୍ତି I
