ପଟିଆ ପ୍ରିମିଅର ଲିଗ୍ (ପିପିଏଲ) ଉଦ୍‌ଯାପିତ

ପଟିଆ ପ୍ରିମିଅର ଲିଗ୍ (ପିପିଏଲ) ଉଦ୍‌ଯାପିତ

ପଟିଆ ପ୍ରିମିଅର ଲିଗ୍ (ପିପିଏଲ) ଉଦ୍‌ଯାପିତ

ପଟିଆ ପ୍ରିମିଅର ଲିଗ୍ (ପିପିଏଲ)
ଉଦ୍‌ଯାପିତ
ଫାୟାର ବଲ୍‌କୁ ହରାଇ ବ୍ଲାକ ପନ୍ଥର୍ସ
ଚାମ୍ପିଅନ
ଭୁବନେଶ୍ୱର,୧୬ା୬ ପଟିଆ ଗଡ ପକ୍ଷରୁ ଆୟୋଜିତ ପଟିଆ
ପ୍ରିମିଅର ଲିଗ୍ (ପିପିଏଲ) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ
ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଫାୟାର ବଲ୍‌କୁ
ହରାଇ ବ୍ଲାକ ପନ୍ଥର୍ସ ଟିମ୍ ଚାମ୍ପିଅନ ହୋଇଛି । ଦୀର୍ଘ ଚାରିଦିନ
ଧରି ୬ ଟି ଦଳ ମଧ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ
ମ୍ୟାଚ ପଟିଆ ଫାୟାର ବଲ ଓ ବ୍ଲାକ ପନ୍ଥର୍ସ ମଧ୍ୟରେ ଅନୁଷ୍ଠିତ
ହୋଇଥିଲା । ପ୍ରଥମେ ବ୍ଲାକ ପନ୍ଥର ବ୍ୟାଟିଂ କରି ୬ ଓଭରେ ୪୪ ରନ
ସଂଗ୍ରହ କରିଥିଲା ଜବାବରେ ଫାୟାର ବଲ ସମସ୍ତ ୱିକେଟ ହରାଇ ୪୦ ରନ
ସଂଗ୍ରହ କରି ୪ ରନରେ ପରାଜିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ
ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର
ରାଉତ ଚାମ୍ପିଅନ ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ
ଚନ୍ଦ୍ର ପାତ୍ର, ପ୍ରତାପ ରାଉତ, ସଞ୍ଜୟ ସେଠୀ, ତ୍ରୈଲୋକ୍ୟ ରାଉତ,ଚିକୁ
ରାୟ, ହିମାଂଶୁ ଦାସ ପ୍ରମୁଖ ଯୋଗଦେଇଥିଲେ । ୬ ଟି ଦଳର ଓନର ନିର୍ମଳ


ମହାରଣା, ରାଜା ଜେନା, ମିଲନ ରଉତ, ଦୀପକ ସାମଲ, ପପି ଜେନା, ଟୁକୁ
ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟକୁ ସାଗର ରାଉତ,
ବିକି ଦାସ, ଲିପୁ ଜେନା, ଆନ ଜେନା ପରିଚାଳନା କରିଥିଲାବେଳେ
ପଟିଆ ଗଡର ସମସ୍ତ କ୍ରୀଡାବିତ ମାନେ ସହେଯାଗ କରିଥିଲେ ।