ପଟିଆ ରଜ ଉତ୍ସବ ଉଦ୍ଘାଟିତ
ପଟିଆ ରଜ ଉତ୍ସବ ଉଦ୍ଘାଟିତ
ପଟିଆ ରଜ ଉତ୍ସବ ଉଦ୍ଘାଟିତ
ଭୁବନେଶ୍ୱର,୧୪ା୬ ପଟିଆ ସ୍ଥିତ ଏଲ୍ ଏ ଲନ୍ ଠାରେ ପଟିଆ ରଜ ଉତ୍ସବ
ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ତଥା
ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ । ସଭାପତି
ମନୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ
ମଧ୍ୟରେ ଯୁବନେତା କୁନା ଜେନା, ପୂର୍ଣ୍ଣଚନ୍ଦ୍ର ରାୟ, ଡ. ଶରତ ଚନ୍ଦ୍ର ପରିଡା,
କୁନା ନନ୍ଦ, ନବକିଶୋର ଜେନା, କଲ୍ୟାଣ କୁମାର ବଡଜେନା, ପ୍ରଣତି ପ୍ରଧାନ,
ଟିକି ରାଉତ, ପ୍ରିୟଦର୍ଶନୀ ପ୍ରଧାନ, ସୁପ୍ରିୟା ପ୍ରିୟଦର୍ଶନୀ ସ୍ୱାଇଁ ପ୍ରମୁଖ
ଯୋଗଦେଇଥିଲେ । ଆଜି ପ୍ରଥମ ରଜରେ ପଟିଆ ଓ ଆଖପାଖ ଗ୍ରାମର ସବୁ
ବର୍ଗର ଲୋକମାନେ ଉପସ୍ଥିତ ରହି ରଜ ଉତ୍ସବର ମଜା ନେଇଥିଲେ । ସୁସଜ୍ଜିତ ଏଲ୍ଏ
ଲନ୍ରେ ଲାଗିଥିବା ପଟା ଦୋଳି, ବାଉଁଶ ଦୋଳି ଓ ଚକ୍ରି ଦୋଳି ଖେଳିବା
ସହିତ ନାଚଗୀତ କରିଥିଲେ । ମହିଳାମାନେ ଝୋଟି, ଚିତା, ମୁରୁଜ
ପ୍ରତିଯୋଗିତାରେ ଅଂଶଗ୍ରଗଣ କରି ସୁନ୍ଦର ସୁନ୍ଦର କଳାକୃତୀ ପ୍ରଦର୍ଶନ
କରିଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା ।

