ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କର୍ମଶାଳା

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କର୍ମଶାଳା

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କର୍ମଶାଳା

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କର୍ମଶାଳା

  : ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଭୁବନେଶ୍ୱରର କ୍ଷେତ୍ର ପକ୍ଷରୁ ପ୍ରବାସ ସର୍ଭେ ଅଖିଳ ଭାରତୀୟ ଋଣ ଓ ବିନିଯୋଗ ସର୍ଭେ ଏବଂ କୃଷି ପରିବାରମାନଙ୍କର ସ୍ଥିତି ମୂଲ୍ୟାଙ୍କନ ସର୍ଭେ ବିଷୟବସ୍ତୁ ନେଇ ୪ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟାକ୍ରମ ଆୟୋଜନ କରାଯାଉଛି। ଜାତୀୟ ପରିସଂଖ୍ୟାନ ଆଞ୍ଚଳିକ କାର୍ଯ୍ୟାୟଳ ଭୁବନେଶ୍ୱର ଦ୍ୱାରା ଜୁଲାଇ ୨୦୨୬ ରୁ ଜୁନ୍ ୨୦୨୭ ପର୍ଯ୍ୟନ୍ତ ପରିଚାଳିତ ହେବାକୁ ଥିବା ପ୍ରବାସ ସର୍ଭେ, ଅଖିଳ ଭାରତୀୟ ଋଣ ଓ ବିନିଯୋଗ ସର୍ଭେ ଏବଂ କୃଷି ପରିବାରମାନଙ୍କର ସ୍ଥିତି ମୂଲ୍ୟାଙ୍କନ ସର୍ଭେ ସମ୍ପର୍କିତ ଚାରି ଦିନିଆ ଆଞ୍ଚଳିକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଏହି ପ୍ରଶିକ୍ଷଣ ଶିବିର ୧୬ ରୁ ୧୯ ଜୁନ୍ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଅନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ଏପିଜେ ଅବଦୁଲ କଲାମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଆଜି ଏହାକୁ ଉଦ୍‌ଘାନଟ କରିଛନ୍ତି ଉପ ମହାନିର୍ଦ୍ଦେଶକ ନିମତ କୁମାର ଟୁଡୁ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ପରିସଂଖ୍ୟାନ ସେବାର ଅଧିକାରୀ ଉପ ନିର୍ଦେଶକ ପ୍ରଭାତ କୁମାର ଦାସ।, ନେମାନ୍ତ କୁମାର ଟୁଡ଼ୁ, ସହକାରୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ବିଶ୍ବଜିତ ପାଣିଗ୍ରାହୀ, ତପନ କୁମାର ମିଶ୍ର, ସୁଶ୍ରୀ ପାନା ବେସ୍ରା ଏବଂ ସୁଶ୍ରୀ ସ୍ୱାତି ମଜୁମଦାର ଉପସ୍ଥିତ ରହି ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣରେ ପ୍ରାୟ ୧୨୦ ଜଣ ଅଧିକାରୀ ଓ କର୍ମଚାରୀ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ କଟକ, ବାରିପଦା ଓ ବ୍ରହ୍ମପୁର ଉପ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଆଜି ପ୍ରଥମ ଦିନ ଅଖିଳ ଭାରତୀୟ ଋଣ ଓ ବିନିଯୋଗ ସର୍ଭେ ଉପରେ ଆଲୋଚନା କରାଯାଇଛି। ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାରମାନଙ୍କର ସମ୍ପତ୍ତି, ଦେୟ ଏବଂ ପୁଞ୍ଜି ଗଠନ ସମ୍ବନ୍ଧୀୟ ପରିମାଣାତ୍ମକ ତଥ୍ୟ ସଂଗ୍ରହ କରିବା। ଏହି ତଥ୍ୟ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଋଣ ସମ୍ବନ୍ଧୀୟ ବାଧାବିଘ୍ନ, ପ୍ରତିଷ୍ଠାନଗତ ଓ ଅପ୍ରତିଷ୍ଠାନଗତ ଋଣ ଉତ୍ସ ଉପରେ ନିର୍ଭରଶୀଳତା ଏବଂ ଗ୍ରାମୀଣ ଓ ସହରାଞ୍ଚଳରେ ପରିବାରମାନଙ୍କର ସାମଗ୍ରିକ ଆର୍ଥିକ ସ୍ଥିତିର ବିଶ୍ଳେଷଣରେ ସହାୟକ କରିବ‌ା।

 

 

 

ଦ୍ୱିତୀୟ ଦିନର ପ୍ରଶିକ୍ଷଣ କୃଷି ପରିବାରମାନଙ୍କର ସ୍ଥିତି ମୂଲ୍ୟାଙ୍କନ ସର୍ଭେ ଉପରେ କେନ୍ଦ୍ରିତ ହେବ। ଏହି ସର୍ଭେର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କୃଷି ପରିବାରମାନଙ୍କର କୃଷି ଆୟ, ଉତ୍ପାଦନଶୀଳ ସମ୍ପତ୍ତି, ଋଣଗ୍ରସ୍ତତା ଓ ପରିବାରିକ ଭୋଗ ବ୍ୟୟର ମୂଲ୍ୟାଙ୍କନ କରିବା। ଏହା ସହିତ କୃଷି ପଦ୍ଧତି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଫସଲ ବୀମା ସୁବିଧା ଓ ନ୍ୟୁନତମ ସହାୟକ ମୂଲ୍ୟ (ଗଝଚ) ର ପ୍ରଭାବ ସମ୍ବନ୍ଧୀୟ ସୂଚକଗୁଡ଼ିକର ମଧ୍ୟ ଆକଳନ କରାଯିବ। ତୃତୀୟ ଦିନର ପ୍ରଶିକ୍ଷଣ ପ୍ରବାସ ସର୍ଭେ ଉପରେ କେନ୍ଦ୍ରିତ ରହିବ। ଏହି ସର୍ଭେ ରାଜ୍ୟ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ଜନସଂଖ୍ୟାର ଗତିଶୀଳତା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଗ୍ରାମରୁ ସହର ଏବଂ ଆନ୍ତର୍ରାଜ୍ୟ ପ୍ରବାସର ଧାରା, ପ୍ରବାସର କାରଣ, ପ୍ରବାସର ଅବଧି, ରେମିଟାନ୍ସ ପ୍ରବାହ ଏବଂ ପ୍ରବାସୀ ଶ୍ରମିକମାନଙ୍କର ନିଯୁକ୍ତି ସମ୍ବନ୍ଧୀୟ ବୈଶିଷ୍ଟ୍ୟ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବ। କାର୍ଯ୍ୟାକ୍ରମ ଶେଷ ଦିନ କ୍ଷେତ୍ର ପ୍ରଶିକ୍ଷଣ ଏବଂ ବ୍ୟବହାରିକ ଅଭ୍ୟାସ ଆୟୋଜିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟାକ୍ରମରେ ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସହିତ ଭାରତୀୟ ପରିସଂଖ୍ୟାନ ସେବାର ଅଧିକାରୀ ଉପ ନିର୍ଦେଶକ ପ୍ରଭାତ କୁମାର ଦାସ।, ସହକାରୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ତପନ କୁମାର ମିଶ୍ର, ସୁଶ୍ରୀ ପାନା ବେସ୍ରା ଏବଂ ସୁଶ୍ରୀ ସ୍ୱାତି ମଜୁମଦାର ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଛନ୍ତି।