କେବେ ସୁଧୀରିବ ଲାଞ୍ଜିଗଡ ଠାରୁ ବେଦାନ୍ତ ଡ଼ିଏଭି ସ୍କୁଲ ଓ ବେଦାନ୍ତ ଡାକ୍ତରଖାନାକୁ ଯିବ ମୁଖ୍ୟ ରାସ୍ତା ?:Ommtv Kalinga Vikas

କେବେ ସୁଧୀରିବ ଲାଞ୍ଜିଗଡ ଠାରୁ ବେଦାନ୍ତ ଡ଼ିଏଭି ସ୍କୁଲ ଓ ବେଦାନ୍ତ ଡାକ୍ତରଖାନାକୁ ଯିବ ମୁଖ୍ୟ ରାସ୍ତା ?:Ommtv Kalinga Vikas

କେବେ ସୁଧୀରିବ ଲାଞ୍ଜିଗଡ ଠାରୁ ବେଦାନ୍ତ ଡ଼ିଏଭି ସ୍କୁଲ ଓ ବେଦାନ୍ତ ଡାକ୍ତରଖାନାକୁ ଯିବ ମୁଖ୍ୟ ରାସ୍ତା ?:Ommtv Kalinga Vikas

କେବେ ସୁଧୀରିବ ଲାଞ୍ଜିଗଡ ଠାରୁ ବେଦାନ୍ତ ଡ଼ିଏଭି ସ୍କୁଲ ଓ ବେଦାନ୍ତ ଡାକ୍ତରଖାନାକୁ ଯିବ ମୁଖ୍ୟ ରାସ୍ତା ?:Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୧୬/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଠାରେ ବେଦାନ୍ତ ଡ଼ିଏଭି ଆନ୍ତରାଷ୍ଟୀୟ ସ୍କୁଲ ବେଦାନ୍ତ ଟାଉନ ସିପ ଠାରେ ଅନୁଷ୍ଠିତ ହୋଇଅଛି, ସେହି ସ୍କୁଲକୁ ଲାଞ୍ଜିଗଡ ବ୍ଲକ ଓ ପୋଡଷି ରାୟଗଡା ଜିଲ୍ଲା ଆମ୍ବୋଦଳା ଠାରୁ ଆସି ପିଲା ପାଠ ପଢିଥାନ୍ତି I ସେହି ସ୍କୁଲକୁ ଯିବାରାସ୍ତା ନକହିଲେ ଭଲ ରାସ୍ତା କାମ ଯେଉଁ ଠିକ ସଂସ୍ଥା କରୁଛି ସେ ରାସ୍ତାକୁ ମନ ଇଛା ଖୋଳି ତାଡି ଦେଇଛି ରାସ୍ତା ଦୁଇପାଖରେ ମାଟି ଗାଦେଇ ରଖିଛି I ଯାହାଫଳରେ ରାସ୍ତା ତଡରେ ଥିବା ଲୋକେ ଯେଉଁ ଡ୍ରେନରେ ନିଜ ଘର ମଇଳା ପାଣି ଛାଡୁଥିଲେ ସେହି ଡ୍ରେନ ରାସ୍ତା ଚୁଟି ହୋଇଯିବ ହେତୁ ବାଧ୍ୟ ହୋଇ ଲୋକେ ମୁଖ୍ୟ ରାସ୍ତକୁ ମଝିରେ କାଟି ଡ୍ରେନ କରି ଦେବା ଫଳରେ ସେହି ଡ୍ରେନ ଠାରେ ବୋହୁ ଲୋକ ଦୁର୍ଘଟଣାରେ ପଡୁଛନ୍ତି I ମାତ୍ର ୧୬ କିଲୋମିଟର ରାସ୍ତା ଆଜକୁ ଦୁଇବର୍ଷ ହେବ ପୂର୍ତ୍ତ ବିଭIଗର ଠାରୁ ଏକ ନିର୍ଦ୍ଧିଷ୍ଟ ଠିକା ସଂସ୍ଥା କାମ ଟେଣ୍ଡର ନେଇ ଲାଞ୍ଜିଗଡ ଠାରୁ ବିଜେପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ମନ୍ଥର ଗତିରେ ମନ ମୁଖ୍ୟ କାମ କରୁଅଛି I ଯାହାଫଳରେ ଲାଞ୍ଜିଗଡ ବ୍ଲକ ମୁଖ୍ୟ ଡାକ୍ତରଖାନା ଓ ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ ଆସିବାକୁ ହେଲେ କି କୌଣସି ଗୋଟେ ଗୁରୁତ୍ୱର ରୋଗୀକୁ ବେଦାନ୍ତ ଡାକ୍ତରଖାନା ହେଉବା ସରକାରୀ ଡାକ୍ତରଖାନାକୁ ଆଣିବାକୁ ହେଲେ ଛ କିଲୋମିଟର ଅଧିକ ରାସ୍ତା ବୁଲି ଆସିବାକୁ ପଡୁଅଛି ଏହି ରାସ୍ତା ଉପରେ ନିର୍ଭର କରୁଥିବା ୦୭ ଗୋଟି ପଞ୍ଚାୟତର ଲୋକ ବୋହୁ ହନ୍ତ ସନ୍ତ ହେଉଛନ୍ତି I ଲାଞ୍ଜିଗଡରୁ ବିଜେପୁର ଯିବା ରାସ୍ତାରେ ବେଦାନ୍ତ ଟାଉନସିପ ପଡୁଅଛି ଏହI ଲାଞ୍ଜିଗଡ ଠାରୁ ମାତ୍ର ତିନ କିଲୋମିଟର ରାସ୍ତା ଏଇ ରାସ୍ତା ଦେଇ ବେଦାନ୍ତର ସମସ୍ତ କର୍ମଚାରୀ ଲାଞ୍ଜିଗଡ ସହରକୁ ନିଜ ଘରର ନୀତି ବ୍ୟବହାର ଖାଦ୍ୟ ପେଅ ଓ ଅନ୍ୟାଅନ୍ୟ ଜିନିଷ କିଣିବା ପାଇଁ ଆସିଥାନ୍ତି I ବେଦାନ୍ତର ଉଚ୍ଚ କତୃପକ୍ଷ ଏଇ ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥାନ୍ତି ଓ ବଡ଼ବଡ ସରକାରୀ ବାବୁମାନେ ନେତା ମନ୍ତ୍ରୀ,ଏମପି,ଏମଲଏ,ବ୍ଲକ ଅଧକ୍ଷା, ସରପଞ୍ଚ ସମସ୍ତେ ଯାଇଥାନ୍ତି କିନ୍ତୁ ଏଇ ରାସ୍ତା ଉପରେ କାହାରି ହେଲେ ନିଘା ନାହିଁ I ଲାଞ୍ଜିଗଡ ଅଞ୍ଚଳ ବାସୀ କହିବା କଥାଯେ ଏଇ ରାସ୍ତାକୁ ବେଦାନ୍ତ କରୁ, ବେଦାନ୍ତ ଡାକ୍ତରଖାନାକୁ ବା ବେଦାନ୍ତ ଡ଼ିଏଭି ସ୍କୁଲ ପର୍ଯ୍ୟନ୍ତ କାମ କରୁ ନ ହେଲେ ଭବିଷ୍ୟତରେ ଆମେ ଲାଞ୍ଜିଗଡ ଠାରେ ବେଦାନ୍ତ ଗାଡି ହୋଉ ବା ଅନ୍ୟ କୌଣସି ଗାଡିକୁ ଏଇ ରାସ୍ତା ଦେଇ ଯିବା ପାଇଁ ଛାଡ଼ିବୁ ନାହିଁ ବୋଲି ଜନସାଧାରଣ ଧମକ ଦେଇଛନ୍ତି I