କିଟ୍ ବିଶ୍ବବିଦ୍ୟାଳୟରେ ଅଗ୍ନିସମ ବିଭାଗ ପକ୍ଷରୁ ମକ୍ ଡ଼୍ରିଲ୍ : Ommtv Kalinga Vikas
କିଟ୍ ବିଶ୍ବବିଦ୍ୟାଳୟରେ ଅଗ୍ନିସମ ବିଭାଗ ପକ୍ଷରୁ ମକ୍ ଡ଼୍ରିଲ୍ : Ommtv Kalinga Vikas
କିଟ୍ ବିଶ୍ବବିଦ୍ୟାଳୟରେ ଅଗ୍ନିସମ ବିଭାଗ ପକ୍ଷରୁ ମକ୍ ଡ଼୍ରିଲ୍ : Ommtv Kalinga Vikas

କିଟ୍ ବିଶ୍ବବିଦ୍ୟାଳୟରେ ଅଗ୍ନିସମ ବିଭାଗ ପକ୍ଷରୁ ମକ୍ ଡ଼୍ରିଲ୍
୧୪/୯(KV): ଆଜି ଅପରାହଣରେ କିଟ୍ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ୍ ୨୫ ହଷ୍ଟେଲରେ ହଠାତ୍ ନିଆଁ ଲାଗିବା ନେଇ ଜଣେ ବ୍ୟକ୍ତି ଚିତ୍କାର କଲେ। ଏହି ଖବାର ପାଇ କିଛି ସମୟ ମଧ୍ୟରେ ପହଞ୍ଚିଲା ହାଇଡ଼୍ରୋଲିକ୍ ରେସ୍କ୍ୟୁ ସିଡ଼ି। ସିଧା ସଳଖ ସିଡ଼ି ପହଞ୍ଚିଲା ୬ ମହଲା ଉପରକୁ। ଦମକଳରୁ କିଛି ଯବାନ ବାହାରି ଏକ ହୁଇଲ୍ ରସି ଦ୍ବାରା ଚଢ଼ିଗଲେ ଛାତ ଉପରକୁ । ଉପର ଗୋଟିଏ ପରେ ଗୋଟିଏ ଛାତ୍ରଙ୍କୁ ଉଦ୍ଧାରକରି ତଳକୁ ଆଣିଲେ ହାଇଡ଼୍ରୋଲିକ୍ ରେସ୍କ୍ୟୁ ସିଡ଼ିରେ। ଦମକଳ ଯବାନଙ୍କ ଏପରି ବାହାଦୁରୀ ଦେଖି ଆଖପାଖରେ ଥିବା ଲୋକମାନେ ତାଳିମାରି ଯବାନଙ୍କୁ ଉତ୍ସାହିତ କଲେ। ଏପରି ଚାଲିଥିଲା କିଟ୍ ବିଶ୍ବ ବିଦ୍ୟାଳୟ ବିଦ୍ୟାର୍ଥୀ ନିବାସରେ। ଯାହାଥିଲା ଭୁବନେଶ୍ବର ଅଗ୍ନିସମ ବିଭାଗ ପକ୍ଷରୁ ମକ୍ ଡ଼୍ରିଲ୍ । ଯେଉଁଥିରେ ସ୍ଥାନୀୟଲୋକ, କିଟ୍ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଆପାତ କାଳିନ ସମୟରେ ଧର୍ଯ୍ୟା ନହୋଇ କିପରି ଭାବରେ ଅଗ୍ନିକାଣ୍ଡରୁ ରକ୍ଷା ପାଇବ ଏବଂ ଉପସ୍ଥିତ ବୁଦ୍ଧି ବଳରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କର ଜୀବନ ବଞ୍ଚାଇବ ତାହାନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ମକ୍ ଡ଼୍ରିଲକୁ ପରିଚାଳନା କରିଥିଲେ ଓଡ଼ିଶା ସରକାର ଫାୟାର ସରର୍ଭିସ୍ ନିର୍ଦେଶକ ପ୍ରଶାନ୍ତ କୁମାର ଦାସ ଏବଂ ଡ଼େପୁଟି ଅଧୀକାରୀ ନାରାୟଣ ଦାଶ, ସହଯୋଗୀ ବିପ୍ଲବ କୁମାର ଜେନା । କଳ୍ପନା ଏବଂ ବରମୁଣ୍ଡା ସମେତ ଚନ୍ଦ୍ରଶେଖରପୁର ଅଗ୍ନିସମ ବିଭାଗର ଯବାନମାନେ ଏହି ମକ୍ ଡ଼୍ରିଲରେ ଯୋଗଦେଇ ବୃହତ ଅଟ୍ଟାଳିକାରୁ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା, ପାଣିମାଡ଼କରି ଘର ଭିତର ଜିନିଷ ପତ୍ର ରକ୍ଷା କରିବା, ନିଆଁକୁ ଆୟତକରିବାଭଳି କୌଶଳ ଶିକ୍ଷାଦେଇଥିଲେ। ଲୋକମାନେ ପ୍ରଥମଥରକରି ରୋବଟିକ୍ ନିଆଁ ଲିଭା ଯନ୍ତ୍ରର ପ୍ରୟୋଗରେ କିପରି ନିଆଁ ଲିଭାଯାଏ ତାହାମଧ୍ୟ ଦେଖିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ କିଟ୍ ବିଶ୍ବ ବିଦ୍ୟାଳୟର ସମସ୍ତ ପରିଚାଳନା ଅଧୀକାରୀମାନେ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
