ରେଲୱେ ପକ୍ଷରୁ ଜବରଦଖଲ ଉଛେଦ, ଝୂମ୍ପୁଡ଼ି ଭାଙ୍ଗିଲେ, ବିଲଡ଼ିଂ ଛାଡ଼ିଦେଲେ
ରେଲୱେ ପକ୍ଷରୁ ଜବରଦଖଲ ଉଛେଦ, ଝୂମ୍ପୁଡ଼ି ଭାଙ୍ଗିଲେ, ବିଲଡ଼ିଂ ଛାଡ଼ିଦେଲେ
ରେଲୱେ ପକ୍ଷରୁ ଜବରଦଖଲ ଉଛେଦ, ଝୂମ୍ପୁଡ଼ି ଭାଙ୍ଗିଲେ, ବିଲଡ଼ିଂ ଛାଡ଼ିଦେଲେ : କଳିଙ୍ଗ ବିକାଶ
: ଦକ୍ଷିଣପୂର୍ବ ରେଲୱେ ପକ୍ଷରୁ ଆଜି ରେଲୱେ ଜମି ଜବର ଦଖଲ କରିଥିବା କିଛି ଲୋକଙ୍କ ଘରକ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ବେଳେ ଦେଖାଯାଇଥିଲା ରେଳୱେ ଅଧିକାରୀମାନେ କେବଳ ଗରିବ ଗୁରୁବା ମାନଙ୍କ ଝୁମ୍ପୁଡ଼ିକୁ ଭାଙ୍ଗିଦେଇଥିବା ବେଳେ ଶହ ଶହ ଏକର ଜବର ଦଖଲକରି ରହୁଥିବା ବଡ଼ ବଡ଼ିଆଙ୍କୁ କିଛି କହିନଥିଲେ।

ଯାହାନେଇ ଉଚ୍ଛେଦକାରୀ ଓ ବସ୍ତିବାସିନ୍ଦାମାନଙ୍କ ମଧ୍ୟରେ ବଚସା ହୋଇଥିଲା। ରେଲୱେ ପକ୍ଷରୁ ଜିଆରପି ଏବଂ ଆରପିଏଫ୍ ଯବାନମାନେ ଘଟଣାସ୍ଥଳରେ ମୁତୟନ ହୋଇଥିବାରୁ ଆଇନ୍ ଶୃଙ୍ଖଳା ରକ୍ଷାହୋଇଥିଲା। ଉତ୍ତେକ୍ତ ଲୋକଙ୍କୁ ବୁଝାବୁଝିକରାଯାଇ ଆଜି ଉକ୍ତ ଅଞ୍ଚଳର କେବଳ ଝୁମ୍ପୁଡ଼ି ଘରକୁ ଭଙ୍ଗା ଯାଇଛି। ଘଟଣାଅନୁଯାୟୀ ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ଦକ୍ଷିଣ କ୍ୟାବିନ୍ ରେଳଧାରଣା କଡ଼ରେ ରେଳବାଇ ଜମି ଜବରଦଖଲକରି କିଛି ବକ୍ତି ଅଟାଳିକା ଓ କଙ୍କ୍ରିଟ୍ ବ୍ରିଜ୍ ଓ କୋଠା ଘର ନିର୍ମାଣ କରିଥିବା ଏକାଧିକ ଘର ଉଛେଦପାଇଁ ରେଳବାଇ ୱାର୍କସ୍ ବିଭାଗର ଯନ୍ତ୍ରୀ ଅଧିକାରୀ ଆସିଥିବା ଏକ ରେଳୱେ ଦଳ କେବଳ ଗରିବ ଲୋକଙ୍କ ଝୁମ୍ପୁଡ଼ି ଘରକୁ ଭାଙ୍ଗିଛି। ଅନ୍ୟପକ୍ଷରେ ରେଳୱେ ଜମି ଜବରଦଖଲକରି ରହିଥିବା କିଛି ଧନୀଶ୍ରେଣୀ ବ୍ୟକ୍ତିଙ୍କୁ କିଛି ନକହି ପଳାଇଥିଲେ। ଭିଏସଏସ୍ ନଗର ରେଳ ଫାଟକ ଠାରୁ ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ପର୍ଯ୍ୟନ୍ତ ରେଳଧାରଣା କଡ଼ରେ ଅନେକ ଲୋକ ରେଳୱେ ଜମିରେ ରାସ୍ତା, କାନ୍ଥ ଓ ବ୍ରିଜ୍ ସହିତ ଘରୋଇ ସ୍କୁଲ, କାର୍ଯ୍ୟାଳୟ ଏବଂ ବଡ଼ କୋଠା ଘର କରିଛନ୍ତି।

ସେମାନଙ୍କ ନିକଟରେ କୋର୍ଟର କୌଣସି ଷ୍ଟେ ନୋଟିସ୍ ନଥିବା ବେଳେ ରେଳବାଇ ବରିଷ୍ଠ ଅଧୀକାରିଙ୍କୁ ହାତକରି ବର୍ଷବର୍ଷ ଧରି ଜମି ଜବରଦଖଲ କରିଛନ୍ତି। ଜବରଦଖଲନେଇ ଅଭିଯୋଗ ହେବାରୁ ଆଜି ଦେଖାଣିଆ ଭାବେ ବଡ଼ ବଡ଼ିଆଙ୍କୁ ବାଦଦେଇ ଗରିବ ଗୁରୁବା ଲୋକ ଏକାଧିକ ଝୁମ୍ପୁଡ଼ି ବସ୍ତିକରି ରହିଥିବା ଘରକୁ ଭାଙ୍ଗି ରେଳବାଇ ଅଧିକାରୀ କାଗଜପତ୍ରରେ ଉଛେଦ ହେଲା ବୋଲି ଦର୍ଶାଇଛି। ଯାହାକୁ ନେଇ ଜନଅସୋନ୍ତୋଷ ଦେଖାଯାଇଥିଲା। ତେବେ ଶୁଣିବାକୁ ମିଳିଛି ବରିଷ୍ଠ ରେଳ ଅଧିକାରୀ ଏଠାକାର ବଡ଼ ବଡିଆ ଲୋକଙ୍କଠାରୁ ଲାଞ୍ଜ ନେଇ ଆଇନ ଗତ କାର୍ଯ୍ୟନୁଷ୍ଠାନ କରୁ ନାହାନ୍ତି | ତେବେ ଆଜି କାହିଁକି ଗରିବ ଲୋକଙ୍କ ଘର ଭାଙ୍ଗି ବାହାଦୁରି ନେଉଛି ରେଳ ଯନ୍ତ୍ରୀ ତାହା ଆଗାମୀ ନିୟୁଜ ରେ ଜଣା ପଡିବ.
