ବେଦାନ୍ତ ସହଯୋଗୀ କମ୍ପାନୀ ପାୱାର ମେକ କମ୍ପାନୀର ଜଣେ ଶ୍ରମିକ ନିଜ ମେସରେ କଲେ ଆତ୍ମହତ୍ୟା :Ommtv Kalinga Vikas

ବେଦାନ୍ତ ସହଯୋଗୀ କମ୍ପାନୀ ପାୱାର ମେକ କମ୍ପାନୀର ଜଣେ ଶ୍ରମିକ ନିଜ ମେସରେ କଲେ ଆତ୍ମହତ୍ୟା :Ommtv Kalinga Vikas

ବେଦାନ୍ତ ସହଯୋଗୀ କମ୍ପାନୀ ପାୱାର ମେକ କମ୍ପାନୀର ଜଣେ ଶ୍ରମିକ ନିଜ ମେସରେ କଲେ ଆତ୍ମହତ୍ୟା :Ommtv Kalinga Vikas

ବେଦାନ୍ତ ସହଯୋଗୀ କମ୍ପାନୀ ପାୱାର ମେକ କମ୍ପାନୀର ଜଣେ ଶ୍ରମିକ ନିଜ ମେସରେ କଲେ ଆତ୍ମହତ୍ୟା :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୮/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ପାୱାର ମେକ କମ୍ପାନୀରେ ଜଣେ ଶ୍ରମିକ ଭାବରେ ଆଜକୁ ୨ ବର୍ଷ ହେଲା କାମ ଆସୁଛନ୍ତି I ସେ ଲାଞ୍ଜିଗଡ ପୂଜାରୀପଡା ସ୍ଥିତ ପାୱାର ମେକ କମ୍ପାନୀର ମେସ ରହି ଆସୁଥିଲେ I

ଗତକାଲି ବା ରବିବାର ତା ୦୮/୦୯/୨୫ ରିଖ ଦିନ ସକାଳ ୧୦ ଘଣ୍ଟା ରୁ ୧୧ ଘଣ୍ଟା ମଧ୍ୟରେ ସିଲିଙ୍ଗ ଫେନରେ ନିଜେ ବ୍ୟବହାର କରୁଥିବା ଗାମୁଛାକୁ ସିଲିଙ୍ଗ ଫେନରେ ବାନ୍ଧି ନିଜ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି I ତାଙ୍କର ନାମ ହେଲା କମଳା କାନ୍ତ ପରିଡା (୨୬) ବର୍ଷ ବୟସର ଯୁବକ ଅଟନ୍ତି ତାଙ୍କ ବାପାଙ୍କ ନାମ କୈଳାଶ ପରିଡା, ଗ୍ରାମ-ପୋଡାଡ଼ିହ, ଥାନା - ସୋର, ଜିଲ୍ଲା - ବାଲେଶ୍ୱର I ସେ କିଛି ଦିନ ହେବ ନିଜ ଗ୍ରାମକୁ ଯାଇ ଦୁଇ ଦିନ ହେବ ଫେରିଥିଲେ କିନ୍ତୁ କଣ ହେଲା କାହିଁକି ଆତ୍ମହତ୍ୟା ଭଳି ଏତବଡ଼ ପଦକ୍ଷେପ ନେଲେ କିଏ ତାଙ୍କର କମ୍ପାନୀର କର୍ମଚାରୀ କହିପାରୁ ନାହାନ୍ତି I ଏହି ଆତ୍ମହତ୍ୟା ଖବର ପାଇ ଲାଞ୍ଜିଗଡ ଥାନ ଆଇ ଆଇ ସି ଯଶବନ୍ତ ହିଆଲ ଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏସ ଆଇ ଡୋଲମଣୀ ବିଶି,ଏ ଏସ ଆଇ ବଳଭଦ୍ର ଗୌଡ଼ ଓ ସମସ୍ତ ପୋଲିସ ଫୋର୍ସ ଧରି ଘଟଣା ସ୍ଥଳକୁ ତଦନ୍ତ କାରବାକୁ ତୁରନ୍ତ ବାହାରି ପଡ଼ିଥିଲେ I ସେଠାକୁ ଯାଇ ପ୍ରଥମେ ସେ ମେସରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କୁ ଗୋଟି ଗୋଟି କରି ପଚାରି ବୁଝିଥିଲେ କିନ୍ତୁ ତାର ମାରିବା କାରଣ ବା ଠୋସ ପ୍ରମାଣ ତାଙ୍କ ହାତରେ ଲାଗି ନଥିଲା ମୃତ୍ୟୁ ବ୍ୟକ୍ତିଙ୍କ କିଛିହେଲେ ଲେଖା ମଧ୍ୟ ଛାଡ଼ିନଥିଲେ ଯାହାଫଳରେ ତାଙ୍କର ଆତ୍ମହତ୍ୟା କରିବାଟା ଅସ୍ପଷ୍ଟ ହୋଇ ରହିଗଲା I ତାପରେ ଏସ ଆଇ ଶ୍ରୀ ବିଶି ଏବଂ ଏ ଆଇ ସି ଶ୍ରୀ ଗୌଡ଼ ଯାଇ ସନ୍ଧ୍ୟା ୦୫ ଘଣ୍ଟା ସମୟରେ ମୃତ୍ୟୁ ଦେହକୁ ସିଲିଙ୍ଗ ଫେନରୁ କାଢି ଆଣିଥିଲେ ପାୱାର ମେକ କମ୍ପାନୀର କର୍ମଚାରୀ ଉପସ୍ଥିତ ରେ I ସେଇ ମୃତ୍ୟୁ ଦେହକୁ ଆଣି ଲାଞ୍ଜିଗଡ ସରକାରୀ ଡାକ୍ତରଖାନାରେ ଗୋଟେ ରାତି ରଖଆଯାଇଥିଲା I ଆଜି ସକାଳୁ ମୃତ୍ୟୁ ବ୍ୟକ୍ତିଙ୍କ ଘର ଲୋକ ବା ତାଙ୍କ ବାପା ଓ ଭେଣେଇ ଆସିବା ପରେ ୧୧ ଘଣ୍ଟା ସମୟରେ ଶବକୁ ଲାଞ୍ଜିଗଡ ଡାକ୍ତର ତନ୍ମୟ ପଣ୍ଡା ବ୍ୟବଚ୍ଛେଦ କରିଥିଲେ I ତାପରେ ସେହି ବ୍ୟବଚ୍ଛେଦ ସବକୁ ଥାନାର ଏ ଏସ ଆଇ ସ୍ୱର୍ଣଲତା ଗୋମଙ୍ଗ ଓ ଏ ଏସ ଆଇ ବଳଭଦ୍ର ଗୌଡ଼ ସମସ୍ତ ଲେଖା ପଢା କରି ଉକ୍ତ ଶବକୁ ମୃତ୍ୟୁକ ଙ୍କ ପରିବାର ଲୋକଙ୍କୁ ହସ୍ତIନ୍ତର କରିଥିଲେ I ପାୱାର ମେକ କମ୍ପାନୀର ସେହି ମୃତ୍ୟୁ ବ୍ୟବଚ୍ଛେଦ ଦେହକୁ ତାଙ୍କ ନିଜ ଗ୍ରାମକୁ ନେବା ପାଇଁ ଆମ୍ବୁଲେନ୍ସ ଠିକ କରି ତାଙ୍କର ପରିବାରର ସମସ୍ତ ସୁବିଧା କରି ପଠାଇଥିଲେ I