ବାଦାମପାହାଡ ସରକାରୀ ଏସ୍ଏସ୍ଡି(ବାଳିକା) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳିତ:Ommtv kalinga vikas
ବାଦାମପାହାଡ ସରକାରୀ ଏସ୍ଏସ୍ଡି(ବାଳିକା) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳିତ:Ommtv kalinga vikas
ବାଦାମପାହାଡ ସରକାରୀ ଏସ୍ଏସ୍ଡି(ବାଳିକା) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳିତ:Ommtv kalinga vikas
ରାଇରଙ୍ଗପୁର : ବାଦାମପାହାଡ ସରକାରୀ ଏସ୍ଏସ୍ଡି (ବାଳିକା) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳନ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସାର୍ଦ୍ଧ ଶତାବାର୍ଷିକ ଓ ପିତାମାତା ତଥା ଅଭିଭାବକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ଇଂ ସତ୍ୟନାରାୟଣ ମାଝୀ ଯୋଗଦେଇ ସମାଜରେ ଜନଜାତିଙ୍କର ମେଧାର ଉପଯୋଗ ଓ ଶୈକ୍ଷିକ ପ୍ରତ୍ସୋହନ ମାଧ୍ୟମରେ ତାଙ୍କର ନିଜସ୍ବ ଲିପି, ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଇତିହାସ ଓ ସଂସ୍କୃତିର ସଂରକ୍ଷଣ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର ଲଳିତ ମହାନ୍ତ, ଜନଜାତିର ଗୌରବକୁ ରୁଦ୍ଧିମନ୍ତ କରିବା ପାଇଁ ମହାନ୍ ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ତ୍ୟାଗ, ତପସ୍ୟା ଓ ତିତିକ୍ଷା ସମ୍ପର୍କରେ ଆଲୋକପାତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପାହଡପୁରର ଦକ୍ଷତା ବିକାଶ ହବ୍ର ଅଧ୍ୟକ୍ଷ ସଂଜୟ ମାନସିଂହ, ଅଧ୍ୟାପକ ବିଶ୍ବଜିତ ହୋତା, ଅଧ୍ୟାପକ ପ୍ରଭାତ କୁମାର ବରାଡ ଓ ଅଧ୍ୟାପକ ଦୀନବନ୍ଧୁ ବେହେରା ଯୋଗଦେଇ ପିତାମାତା ଓ ଅଭିଭାବକମାନଙ୍କ ଗୁରୁଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ବିଶ୍ବଜିତ ହୋତା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ଶେଷରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସସ୍ମିତା ଗିରି ଧନ୍ୟବାଦ ଅର୍ପଣ କରିଥିଲେ।
ମୟୁରଭଞ୍ଜ ଯଶିପୁର ନିହାର ରଞ୍ଜନ ମହାନ୍ତ କଳିଙ୍ଗ କିକାଶ
