ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ :Ommtv kalinga vikas
ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ :Ommtv kalinga vikas
ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ :Ommtv kalinga vikas
ଭୁବନେଶ୍ୱର, ୧୭ ।୧୧: ପ୍ରତିବର୍ଷ କିସ୍ରେ କିସ୍ ଛାତ୍ରଛାତ୍ରୀ ଅଭିଭାବକଙ୍କ ସମ୍ମିଳନୀ ଅନୁଷ୍ଠିତ ହୁଏ। ଏଥିରେ ଓଡ଼ିଶା ଓ ବାହାର ରାଜ୍ୟରୁ କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲକ୍ଷାଧିକ ଅଭିଭାବକ କିସ୍ରେ ପହଞ୍ଚି ସମ୍ମିଳନୀରେ ଯୋଗ ଦେଇଥାନ୍ତି। ଚଳିତ ବର୍ଷ ଏହି ସମ୍ମିଳନୀ ଆୟୋଜନ ନେଇ ଆଜି କିସ୍ ପରିସରରେ କିସ୍ ଅଭିଭାବକ ସଂଘର ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜନଜାତି ଅଭିଭାବକ ପ୍ରତିନିଧି ଓ କିସ୍ ଅଭିଭାବକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ କିସ୍ରେ ହେଉଥିବା ମେଗା ଅଭିଭାବକ ସମ୍ମିଳନୀ କିସ୍ରେ ନ କରି ପ୍ରତି ଜିଲ୍ଲାରେ କରିବା ପାଇଁ ସେମାନେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ଶ୍ରୀ ସାମନ୍ତ ସମ୍ମତି ପ୍ରକାଶ କରିବା ସହ ଜିଲ୍ଲାୱାରୀ ଅଭିଭାବକ ସମ୍ମିଳନୀ କରାଯିବ ବୋଲି ପ୍ରକାଶ କରିଥିଲେ। ଆସନ୍ତା ଡିସେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।

ଶ୍ରୀ ସାମନ୍ତ ପ୍ରତିଶ୍ରୁତି ପରେ ପ୍ରତିଜିଲ୍ଲାରେ ଅଭିଭାବକ ସମ୍ମିଳନୀ ହେଉଥିବା ଜାଣି ଅଭିଭାବକ ସଂଘର ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଅଭିଭାବକ ସଂଘର ସଦସ୍ୟମାନେ ନିଜ ଭାଷଣରେ କିସ୍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ମାତ୍ର ୨୫ବର୍ଷ ବୟସରୁ ଅଚ୍ୟୁତ ସାମନ୍ତ ଦୀର୍ଘ ୩୩ ବର୍ଷ ଧରି ନିରନ୍ତର ଜନଜାତିଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା, ପଦକ୍ଷେପ ଓ ତ୍ୟାଗ ପାଇଁ ଜନଜାତିଙ୍କ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ହେବା ସହ କିସ୍ ଏକ ଆନ୍ଦୋଳନରେ ପରିଣତ ହୋଇପାରିଛି। ୧୯୯୨-୯୩ ମସିହାରେ ଯେତେବେଳେ ଜନଜାତିଙ୍କ ବିକାଶ ପାଇଁ କେହି ଚିନ୍ତା କରି ନଥିଲେ, ସେତେବେଳେ ଅଚ୍ୟୁତ ସାମନ୍ତ ହିଁ ଆଗକୁ ଆସିଥିଲେ ଏବଂ ଜନଜାତିଙ୍କ ବିକାଶ ପାଇଁ ଚିନ୍ତା କରିଥିଲେ। ସେ କେବଳ କିସ୍ର ପ୍ରତିଷ୍ଠାତା ନୁହନ୍ତି, ସେ ଜନଜାତିଙ୍କ ଭଗବାନ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ସେ ହେଉଛନ୍ତି ଜନଜାତିର ଜନନାୟକ ବୋଲି ବୋଲି ଅଭିଭାବକ ସଂଘର ସଦସ୍ୟମାନେ ପ୍ରକାଶ କରିଥିଲେ। ଗତ ୩୩ ବର୍ଷ ମଧ୍ୟରେ କିସ୍ର କୌଣସି ଅସୁବିଧା ବିଷୟରେ ସେ କେବେ କୌଣସି ଜନଜାତି ଅଭିଭାବକଙ୍କୁ କହିନାହାନ୍ତି। ଏଥିପାଇଁ ସମସ୍ତ ଜନଜାତି ଅଭିଭାବକ କିସ୍ ଓ ଶ୍ରୀ ସାମନ୍ତଙ୍କ ସହ ଅଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ପୂର୍ବରୁ କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ମୟୂରଭଞ୍ଜରେ କିସ୍ର ଶାଖା ଚାଲୁଥିବା ବେଳେ ଖୁବ୍ ଶୀଘ୍ର କେନ୍ଦୁଝର ଜିଲ୍ଲାରେ ମଧ୍ୟ କିସ୍ର ଶାଖା ଖୋଲିବାକୁ ଯାଉଥିବା ଜାଣି ସେମାନେ ଆନନ୍ଦ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ଜନଜାତି ନେତା ନିରଞ୍ଜନ ବିଶି, କିସ୍ ଅଭିଭାବକ ସଂଘର ସଂପାଦକ ଲମ୍ବୋଦର ସିଂହ, ସଭାପତି ରାମ ଶବର, ସଦସ୍ୟ ପରମାନନ୍ଦ ମାଝୀ, କିସ୍ର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
