ସାଇବର ସୁରକ୍ଷା ସଚେତନତା ସଭା :Ommtv kalinga vikas

ସାଇବର ସୁରକ୍ଷା ସଚେତନତା ସଭା :Ommtv kalinga vikas

ସାଇବର ସୁରକ୍ଷା ସଚେତନତା ସଭା :Ommtv kalinga vikas

ସାଇବର ସୁରକ୍ଷା ସଚେତନତା ସଭା :Ommtv kalinga vikas

       

ଭୂବନେଶ୍ୱରରେ ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ହୋଇଛି ସାଇବର ସୁରକ୍ଷା ସଚେତନତା ସଭା। ଟେଲିଭିଜନ ମାଧ୍ୟମରେ ସିଧା ପ୍ରସାରଣ ଚାଲିଥିଲା। ମୂଖ୍ୟମନ୍ତ୍ରୀ ମୋହନ ମାଝୀ ସେଠାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ସୁରକ୍ଷା ର ସାମୂହିକ ଶପଥ ପାଠ କରାଇଵା ସହ ସାଇଵର ଅପରାଧ ଓ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ଓଡ଼ିଶା ପୋଲିସ ଆରକ୍ଷୀ ଅଧିକ୍ଷକ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଖୁବଶୀଘ୍ର ଓଡିଶା କୁ ସାଇବର ମୁକ୍ତ କରାଯିବ ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ। ମୂଖ୍ୟ ଶାସନ ସଚିବ ମନୋଜ ଆହୁଜା,ଆଇ ପି ଏସ୍ ଵିନୟତୋଷ ମିଶ୍ର ,ଆଇ ପି ଏସ୍ ଡଃ ସାର୍ଥକ ଷୋଡଙ୍ଗୀ ସମ୍ମାନିତ ଅତିଥି ରୂପେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଟେଲିଭିଜନ ମାଧ୍ୟମରେ ସିଧା ପ୍ରସାରଣ ବେଳେ ମୟୂରଭଞ୍ଜ ର ଯଶିପୁର ଥାନା ରେ ଥାନା ର ସମସ୍ତ କର୍ମଚାରୀ, ଯଶିପୁର ଅଞ୍ଚଳ ର ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ସମାଜସେବୀ ଓ ସାମ୍ବାଦିକଗଣ ଉପସ୍ଥିତ ରହି ମୂଖ୍ୟମନ୍ତ୍ରୀ ଙ୍କ ସହ ସାମୂହିକ ଶପଥ ପାଠ କରିବା ସହ ସାଇବର ସୁରକ୍ଷା ସମ୍ପର୍କରେ ଅବଗତ ହୋଇଥିଲେ । ଓଡ଼ିଶା ପୋଲିସ ତରଫରୁ ଖୁବ୍ ଶୀଘ୍ର ସାରା ଓଡ଼ିଶାରେ ସଚେତନ କରିବା ଉଦ୍ଦେଶ୍ୟରେ ସାଇବର ସୁରକ୍ଷା ରଥ ପରିକ୍ରମା କରିବ ଯଶିପୁର କୁ ମଧ୍ୟ ସେ ରଥ ଆସିଵ ବୋଲି ଥାନା ଆଇଆଇସି ସଞ୍ଜୁକ୍ତା ମହାଳିକ ସଚେତନତା ସଭା ରେ ସୂଚନା ଦେଇଛନ୍ତି, ଏଥିପାଇଁ ଯଶିପୁରଵାସୀ ଙ୍କ ସହଯୋଗ ଲୋଡ଼ିଛନ୍ତି ଥାନା ଆଇଆଇସି । ଯଶିପୁର ଥାନା ଏସ୍ ଆଇ ଜୟଲଳିତା ସ୍ୱାଇଁ, ଏସ୍ ଆଇ ଜୟନ୍ତ ସେଠୀ, ଏସ୍ ଆଇ ତୁଷାର ରଞ୍ଜନ ସେଠୀ,ଏ ଏସ୍ ଆଇ ମଦନମୋହନ ଦାସ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଥାନା ପ୍ରତିନିଧି ସନ୍ତୋଷ ସିଂ, ମନ୍ତ୍ରୀ ଙ୍କ ସଂଯୋଜକ କାଳିଚରଣ ନାଏକ, ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ମୟୁରଭଞ୍ଜରୁ ଯଶିପୁର ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌