ଏସ୍ଏସ୍ଆଇଟି ପଲିଟେକ୍ନିକ୍ରେ ହସ୍ତୀ ଦିବସ l Ommtv
ଏସ୍ଏସ୍ଆଇଟି ପଲିଟେକ୍ନିକ୍ରେ ହସ୍ତୀ ଦିବସ l Ommtv
ଏସ୍ଏସ୍ଆଇଟି ପଲିଟେକ୍ନିକ୍ରେ ହସ୍ତୀ ଦିବସ :Ommtv Kalinga Vikas
Omm tvମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ l
କରଂଜିଆ: ରାଜ୍ୟର ଅଗ୍ରଣୀ ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ମୟୂରଭଞ୍ଜର କରଂଜିଆ ସନ୍ନିକଟ କଳାକାଦସ୍ଥିତ ଏସ୍ଏସ୍ଆଇଟି ପଲିଟେକ୍ନିକ୍ ଠାରେ ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଯାଇଛି।ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ୍ର ସଦସ୍ୟ ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ଇଂ ସତ୍ୟନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କେନ୍ଦୁମୁଣ୍ଡି ସେକ୍ସନ୍ର ବନପାଳ ଚନ୍ଦ୍ରଭାନୁ ମହାନ୍ତ,ବନରକ୍ଷୀ ମନୋଜ କୁମାର ବେହେରା ଯୋଗଦେଇ ହାତୀ-ମଣିଷ ସମନ୍ବୟ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ କରିଥିଲେ।

ସଭାପତି ଇଂ ଶ୍ରୀମାଝୀ ଜାତୀୟ ସମ୍ପଦ ହାତୀ ପରିବେଶକୁ ସନ୍ତୁଳନ କରିଥାଏ ବୋଲି ଉଲ୍ଲେଖ କରିଥିଲେ। ଅନୁଷ୍ଠାନର କ୍ୟାମ୍ପସ୍ ଇନ୍ଚାର୍ଜ୍ ପ୍ରଦୀପ ପାତ୍ର ସ୍ତମ୍ଭକାର ତଥା ପରିବେଶବିତ୍ ଲଳିତ ମହାନ୍ତଙ୍କ ହସ୍ତୀ ସମ୍ପର୍କରେ ଏକ ଆଲେଖ୍ୟର ଉପସ୍ଥାପନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଆକାଡେମିକ୍ ଇନ୍ଚାର୍ଜ୍ ଇଂ ଅମିତ କୁମାର ବେହେରା, ନର୍ସିଂ ଇନ୍ଚାର୍ଜ୍ କୁନାଲ୍ ଚନ୍ଦ୍ର ମହାନ୍ତ, ଏକ୍ସ୍ଜାମ୍ ଇନ୍ଚାର୍ଜ୍ ଇଂ ବିଜୟିନୀ ମହାନ୍ତ,ଇଂ ଉତ୍ତମ କୁମାର ନାଏକ,ଇଂ ଗାୟତ୍ରୀଦେବୀ ସେଠି,ସେକ୍ସନ୍ ଅଫିସର୍ ଦୟାନିଧି ବେହେରା,ନଗେନ୍ କୁମାର ବାରିକ୍ ପ୍ରମୁଖ ଯୋଗଦେଇ ହସ୍ତୀ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଅନୁଷ୍ଠାନ ସମସ୍ତ ଛାତ୍ରଛାତ୍ରୀ ଏହି ଅବସରରେ ହସ୍ତୀ ସୁରକ୍ଷାର ସଂକଳ୍ପ ନେଇଥିଲେ।ଗଜ ବାହିନୀ ଓ ସବୁଜ ବାହିନୀର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରୀ ସହଯୋଗ କରିଥିବା ବେଳେ ଇଂ ଅଜିତ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
