କରଞ୍ଜିଆ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ , ୮୬୫ ଲିଟର ଦେଶି ମହୁଲି ମଦ ଜବତ୍ ସହିତ ୧୮୦୦୦ କିଲୋ ମହୁଲ ପୋଚୋ ନଷ୍ଟ :Ommtv Kalinga Vikas

ଦିନକୁ ଦିନ ବୃଦ୍ଧି ପାଉଛି ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ଚୋରା ମଦ ଚାଲାଣ, ସେ ଦେଶୀ ମଦ ହେଉ କିମ୍ବା ବିଦେଶୀ ମଦ ହେଉ କରଞ୍ଜିଆ ଉପଖଣ୍ଡ ର ଅଧିକାଂଶ ଗାଁ ରେ ଖୁଲମ୍ ଖୋଲ୍ଲା ଚାଲିଛି ମଦ ବେପାର। ଏହାକୁ ରୋକିବା ପାଇଁ କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଉପଖଣ୍ଡର ସମସ୍ତ ବ୍ଲକ ଓ ଏନଏସିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆ ମାନଙ୍କୁ ଧରିବା ପାଇଁ ଧରପକଡ ଜାରିରଖିଥିବା ବେଳେ ଆଜି କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଜରାସାହି ଓ ଝାଡବେଡ଼ା ଗ୍ରାମର ନଦୀ ନାଳ, ଝରଣା କଡ଼ରେ ଦେଶୀ ମହୁଲି ମଦ ପ୍ରସ୍ତୁତ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ଵଧାନରେ କରଞ୍ଜିଆ ଓଆଇସି ରଶ୍ମି ରଞ୍ଜନ ନାୟକ, ଠାକୁରମୁଣ୍ଡା ଓଆଇସି ଭାରତୀ ନାୟକ,ଯଶୀପୁର ଓଆଇସି ସୂର୍ଯ୍ୟକାନ୍ତ ମଲ୍ଲିକ, ସୁକ୍ରୁଳି ଓଆଇସି କୃଷ୍ଣ ଚନ୍ଦ୍ର ବିନ୍ଧାଣି ଓ କନେଷ୍ଟବଳ ମିଳିତ ହୋଇ ଅତର୍କିତ ଭାବେ ଚଢ଼ାଉ କରି ୮୬୫ ଲିଟର ଦେଶି ମହୁଲି ମଦ ସହିତ ୧୮୦୦୦ କିଲୋ ମହୁଲ ପଚୋ ଜବତ୍ କରି ନଷ୍ଟ କରିଛି ଅବକାରୀ ବିଭାଗ।

ତେବେ ଜରାସହି ଗ୍ରାମ ନିକଟରୁ ୧୨୦୦୦ କେଜି ମହୁଲି ପଚୋ ସହିତ ୪୮୦ ଲିଟର ଦେଶୀ ମହୁଲି ମଦ ଜବତ୍ କରାଯାଇଥିବା ବେଳେ ଝାଡବେଡା ଗ୍ରାମ ନିକଟରୁ ୬୦୦୦ କେଜି ପୋଚ ସହିତ ୩୮୫ ଲିଟର ଦେଶୀ ମହୁଲି ମଦ ଜବତ୍ କରଯାଇଥିଲା। ସମୁଦାୟ ୧୮୦୦୦ କେଜି ପଚ ଏବଂ ୮୬୫ ଲିଟର ଦେଶୀ ମହୁଲି ମଦ କୁ ଢାଳି ନଷ୍ଟ କରିଛି ଅବକାରୀ ବିଭାଗ। ଏଥିରେ ସଂପୃକ୍ତ କାହାକୁ ଗିରଫ କରାଯାଇ ନଥିବା ବେଳେ ଏହାକୁ ନେଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଏହି ଚଢ଼ାଉ ଆଗାମୀ ଦିନରେ ଜାରିରହିବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି

ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ଟ