ଲାଞ୍ଜିଗଡ ସହରରେ ମୁଖ୍ୟ ରାସ୍ତାରେ ମାତିଛି ଷଣ୍ଢ ଗାଇଗୋରୁ କରୁଛନ୍ତି ପ୍ରାଦ୍ରୁଭାବ ହେଉଛି ଟ୍ରାଫିକ ଯାମ :Ommtv Kalinga Vikas
ଲାଞ୍ଜିଗଡ ସହରରେ ମୁଖ୍ୟ ରାସ୍ତାରେ ମାତିଛି ଷଣ୍ଢ ଗାଇଗୋରୁ କରୁଛନ୍ତି ପ୍ରାଦ୍ରୁଭାବ ହେଉଛି ଟ୍ରାଫିକ ଯାମ :Ommtv Kalinga Vikas
ଲାଞ୍ଜିଗଡ ସହରରେ ମୁଖ୍ୟ ରାସ୍ତାରେ ମାତିଛି ଷଣ୍ଢ ଗାଇଗୋରୁ କରୁଛନ୍ତି ପ୍ରାଦ୍ରୁଭାବ ହେଉଛି ଟ୍ରାଫିକ ଯାମ :Ommtv Kalinga Vikas
କଳାହାଣ୍ଡି ଜିଲ୍ଲା, ୨୭/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ସହର ଗୋଟେ କଳ କାରଖାନା ସହର ଅଟେ ଲାଞ୍ଜିଗଡ ଠାରେ ବୃହତ ବେଦାନ୍ତ ଆଲୁମିନା ରିଫାଇନାରୀ କମ୍ପାନୀ ଗଢି ଉଠିଛି I ଏହି କମ୍ପାନୀକୁ ପ୍ରତେକ ଦିନ ଭାରୀ ଯାନ ବଡ଼ ଗାଡି ଓ ସାନ ଗାଡି ସହସହ ଗାଡି ଘୋଡା ଚଳାଚଳ କରିଥାଏ,ବେଦIନ୍ତର ସହସହ ଶ୍ରମିକ ଚଳ ପ୍ରଚଳ ହୋଇଥାନ୍ତି,କିନ୍ତୁ ଲାଞ୍ଜିଗଡ ପଞ୍ଚାୟତରେ ଗାଇଗୋରୁଙ୍କ ମାଲିକମାନେ ନିଜ ଗାଇଗୋରୁଙ୍କୁ ନିଜ ଗୁହାଳରେ ନ ବାନ୍ଧି ଛାଡି ଦେଇଥାନ୍ତି ଯାହାଫଳରେ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ଉପରେ ବୁଲୁ ଥିବା ହେତୁ ରାସ୍ତା ପ୍ରାୟ ସମୟରେ ଟ୍ରାଫିକ ଯାମ ହୋଇଥାଏ I ବଡ଼ବଡ଼ ଭାରୀଯାନ ଗାଡି ଚଳ ପ୍ରଚଳ ପାଇଁ ସମସ୍ତ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ I

ଆଉ ବାରମ୍ବବାର ଦୁର୍ଘଟଣା ମାନ ଘଟିଥାଏ ଲାଞ୍ଜିଗଡ ଥାନା ତରଫରୁ ପ୍ରତେକ ଦିନ ହୋମଗାର୍ଡ ଦୁଇଟିକୁ ଟ୍ରାଫିକ ଯାମ କ୍ଳିଅର କରିବା ପାଇଁ ନିଯୋଗ କରିଥାନ୍ତି I ଏପଟେ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାଟି ବୋହୁ ପୁରୁଣା ରାସ୍ତା ଅଣଓସାରିଆ ଥିବା ଯୋଗୁଁ ଗାଡି ଚଳାଚଳ ଓ ଜନସାଧାରଣ ଚଳାଚଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ I ଯେତେ ଲାଞ୍ଜିଗଡ ପୋଲିସ ଚେଷ୍ଟା କଲେ କଣ ହେବ ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ଯଦି ପଞ୍ଚାୟତ ତରଫରୁ ଗୋଟେ କାଞ୍ଜିଘାସ ଖୋଲି ଯେଉଁ ଗାଇଗୋରୁ ସହରର ମୁଖ୍ୟ ରାସ୍ତା ଉପରେ ବୁଲୁଛନ୍ତି ସେମାନଙ୍କୁ ସେହି କାଞ୍ଜିଘାସରେ ରଖାଯାଏ ତେବେହେଲେ ଗାଇଗୋରୁଙ୍କ ମାଲିକ ମୁକୁଳେଇ ନେବାକୁ ଆସନ୍ତି ସେ କିଛି ମାତ୍ର ଟଙ୍କା ଫାଇନ ଆକାରରେ ଦେଇ ନେବେ ତେବେହେଲେ ପଞ୍ଚାୟତର ରାଜସ୍ୱ ବଢିବ ଯାହାଫଳରେ ଜନସାଧାରଣ ସଚେତନ ହୋଇ ରହିବେ ଗାଇଗୋରୁ ମାଲିକମାନେ ମଧ୍ୟ ନିଜେନିଜ ଗାଇଗୋରୁ ମାନଙ୍କୁ ନିଜ ଗୁହାଳରେ ବାନ୍ଧି ରଖିବେ I ଆମେ ଆଜି ସନ୍ଧ୍ୟାରେ ଲାଞ୍ଜିଗଡ ଥାନ ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ ସାରଙ୍କୁ ପଚାରଥିଲୁ ସାର ଲାଞ୍ଜିଗଡରେ ପ୍ରବଳ ଟ୍ରାଫିକ ଯାମ ହେଉଛି ଯାହାଫଳରେ ଛୋଟ ମୋଟ ଦୁର୍ଘଟଣା ମାନ ଘଟୁଛି ଆପଣ କିଛି ଗୋଟେ ବନ୍ଧବସ୍ତ କରନ୍ତୁ I ସେତିକିବେଳେ ଆଇଆଇସି ଶ୍ରୀ ବିଶ୍ୱାଳ ପ୍ରତି ଉତ୍ତରରେ ଆମକୁ କହିଥିଲେ ଯେତେ ଦିନ ପର୍ଯ୍ୟନ୍ତ ଗାଇଗୋରୁ ମାଲିକ ନିଜେନିଜ ଗାଇଗୋରୁକୁ ନିଜ ଘରେ ବାନ୍ଧିକି ନ ରଖନ୍ତି ତେବେହେଲେ ମୁଖ୍ୟ ରାସ୍ତା ଟ୍ରାଫିକ କ୍ଲିୟର ଆପେ ହୋଇଯିବ I ଆମେ ଥାନାରୁ ଫେରି ଆସି ସ୍ଥାନୀୟ ବାସିନ୍ଦା କିଛି ଭଦ୍ର ଲୋକଙ୍କୁ ପଚାରି ବୁଝିଥିଲୁ ସେହି ଭଦ୍ର ଲୋକମାନେ ଆମକୁ ଗୋଟିଏ କଥା କହିଥିଲେ ତାହା ହେଲା ମୁଖ୍ୟ ରାସ୍ତକୁ ଚଉଡା କରାଯାଉ ଓ ଗାଇଗୋରୁ ମାଲିକମାନେ ନିଜେନିଜ ଗାଇଗୋରୁ ନିଜ ଘରେ ବାନ୍ଧି ରଖନ୍ତୁ I ଲାଞ୍ଜିଗଡ ସ୍ଥାନୀୟ ବାସିନ୍ଦା କହିବା କଥା ଯେ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ଯଥୋଶୀଘ୍ର ଚଉଡା କରାଯାଉ ନ ହେଲେ ଏହି ରାସ୍ତକୁ ନେଇ ଭବିଷ୍ୟତରେ ଗୋଟେ ବଡ଼ ଭାରି ଆନ୍ଦୋଳନ ହେବକୁ ଯାଉଛି କିଏ ହେଲେ ରୋକି ପାରିବେନାହିଁ I
