ରାଇରଙ୍ଗପୁର ୩୮ତମ ରଥଯାତ୍ରାର ପ୍ରଥମ ଦିନର ରଥଟଣା ସମ୍ପନ୍ନ:Ommtv Kalinga Vika
ରାଇରଙ୍ଗପୁର ୩୮ତମ ରଥଯାତ୍ରାର ପ୍ରଥମ ଦିନର ରଥଟଣା ସମ୍ପନ୍ନ:Ommtv Kalinga Vika
ରାଇରଙ୍ଗପୁର ୩୮ତମ ରଥଯାତ୍ରାର ପ୍ରଥମ ଦିନର ରଥଟଣା ସମ୍ପନ୍ନ:Ommtv Kalinga Vikas

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଦ୍ବିତୀୟ ବୃହତ୍ତମ ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରର ପ୍ରସିଦ୍ଧ ୩୮ତମ ରଥଯାତ୍ରାର ପ୍ରଥମଦିନର ରଥଟଣା ମହାସମାରୋହରେ ପ୍ରାୟ ଷାଠିଏ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ରଥଯାତ୍ରା ପାଇଁ ରାଇରଙ୍ଗପୁର ସହର ଉତ୍ସବ ମୁଖର ହୋଇଉଠିଛି ଓ ସହରର ବଡଦାଣ୍ଡ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ଜଗନ୍ନାଥ ମାର୍କେଟ୍ସ୍ଥିତ ରଥଖଳାରେ ଉଗବାନ ଓ ଭକ୍ତଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ୨୭ ତାରିଖର ସକାଳୁ ମନ୍ଦିରରେ ନୀତିକାନ୍ତିରେ ମଙ୍ଗଳ ଆରତି ଦ୍ବାରପାଳ ପୂଜା,ମଙ୍ଗଳରୋପଣ,ରଥ ପ୍ରତିଷ୍ଠା,ସେନାପଟା ଲାଗି,ଧାଡିପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ମୁଖ୍ୟପୂଜକ ଦେବବ୍ରତ ରଥ ମହାପାତ୍ର, ପୂଜକ ଲକ୍ଷ୍ମୀକାନ୍ତ ରଥ ମହାପାତ୍ର(ବଳିଆ) ଓ ଅନ୍ୟ ପୂଜକମାନଙ୍କ ସହ ସମସ୍ତ ନୀତିକାନ୍ତି,ହୋମଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଅପରାହ୍ନରେ ରଥାରୂଢି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥରେ ପୌରପାଳ ଅଭିଷେକ ପଟ୍ଟନାୟକ ଛେରା ପହଁରା କରିଥଲେ। ତାପରେ ରଥଟଣା ଆରମ୍ଭ ହୋଇଥିଲା।ପହଣ୍ଡି ଓ ରଥଟଣା ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଉପାସକ ବାଗ୍ମୀ ଲଳିତ ମହାନ୍ତ,ଭାଷ୍ୟକାର ଶଚିକାନ୍ତ କର, ପୁଷ୍ପାଂଜଳି ତ୍ରିପାଠୀ,ଭୀମଚରଣ ପାତ୍ର,ଦୁଷ୍ମନ୍ତ କୁମାର ବସା ଓ ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ।ରଥଟଣା ସମୟରେ ମୟୂରଭଞ୍ଜ ଲୋଭସଭା ସାଂସଦ ତଥା ରଥଯାତ୍ରା କମିଟିର ଅଧ୍ୟକ୍ଷ ନବଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ,ଅତିରିକ୍ତ ଏସ୍ପି ଯଦୁମଣି ଜେନା, ଏସ୍ଡିପିଓ ଗୋକୁଳାନନ୍ଦ ସାହୁ, ଡିଏଫ୍ଓ ଶିବପ୍ରସାଦ ରଥ, ସ୍ଥାନୀୟ ମାନ୍ୟଗଣ୍ୟ ନବୀନ ରାମ, ସଂଜୀବ ମହାନ୍ତି, ବାପି ଦାସ, ବିକାଶ ମହାନ୍ତି, ସୁରଥ ପଟ୍ଟନାୟକ, ଶିବୁ ଅଗ୍ରୱାଲ, ଗୌରବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର, ରଥଖଳା,ବଡଦାଣ୍ଡ,ମାଉସୀ ମା ମନ୍ଦିର,ଭଜନ ସମାରୋହ ମଂଚ ପ୍ରଭୃତିରେ ଭିଡ ଲାଗି ରହିଛି।
ମୟୂରଭଞ୍ଜ ଜିଲ୍ଲାରୁ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍
