ଲାଞ୍ଜିଗଡ ଠାରେ ରଥଯାତ୍ରା ମହା ଆଡମ୍ବରରେ ସମ୍ପୂର୍ଣ ହେଇଯାଇଛି:Ommtv Kalinga Vikas

ଲାଞ୍ଜିଗଡ ଠାରେ ରଥଯାତ୍ରା ମହା ଆଡମ୍ବରରେ ସମ୍ପୂର୍ଣ ହେଇଯାଇଛି:Ommtv Kalinga Vikas

ଲାଞ୍ଜିଗଡ ଠାରେ ରଥଯାତ୍ରା ମହା ଆଡମ୍ବରରେ ସମ୍ପୂର୍ଣ ହେଇଯାଇଛି:Ommtv Kalinga Vikas

ଲାଞ୍ଜିଗଡ ଠାରେ ରଥଯାତ୍ରା ମହା ଆଡମ୍ବରରେ ସମ୍ପୂର୍ଣ ହେଇଯାଇଛି:Ommtv Kalinga Vikas

ଲାଞ୍ଜିଗଡ ଠାରେ ରଥଯାତ୍ରା ମହା ଆଡମ୍ବରରେ ସମ୍ପୂର୍ଣ ହେଇଯାଇଛି I

କଳାହାଣ୍ଡି ଜିଲ୍ଲା, ୨୭/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଲାଞ୍ଜିଗଡ ଠାରେ ପ୍ରଥମେ ତିନି ଠାକୁରଙ୍କ ସକାଳ ନୀତି ୦୫ ଘଣ୍ଟା ୪୫ ମିନିଟ ସମୟରେ ହେଲା ଆଳତି,ଗୁପ୍ତ ନୀତି, ତିନି ଠାକୁରଙ୍କ ସ୍ନାନ, ଧୂପ, ଦୀପ, ନୈବେଦ୍ୟ ହୋଇଥିଲା I ତାପରେ ଆଜ୍ଞI ମାଳ ରଥକୁ ଆସି ରଥ ପ୍ରତିଷ୍ଠା କରାଗଲା ଏହି ସମସ୍ତ ପୂଜା କର୍ମ ମୁଖ୍ୟ ପୂଜକ ରାଜେଶ ମିଶ୍ର,ସହ ପୂଜକ ଚନ୍ଦନ ନନ୍ଦ ସୁଚାରୁ ରୂପେ ତୁଲାଇଥିଲେ I ତାପରେ ଦିନ ୦୩ ଘଣ୍ଟା ୪୦ ମିନିଟ ସମୟରେ ଲାଞ୍ଜିଗଡ ରାଜା ରଥ ଉପରେ ଯାଇ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରତାପ ସିଂ ଦେଓ ଛେରା ପହଁରା କରିଥିଲେ,ତିନି ଠାକୁର ଙ୍କ ରଥ ପହଣ୍ଡି କାର୍ଯ୍ୟକ୍ରମ ଘଣ୍ଟ,ଶଙ୍ଖ ଧ୍ୱନି, ସଂକୀର୍ତନ,ବାଜI, ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା I ତିନି ଠାକୁରଙ୍କ ପହଣ୍ଡି ସରିଲା ପରେ ରଥ ଉପରେ ତିନି ଠାକୁରଙ୍କୁ ଲାଞ୍ଜିଗଡର ବ୍ରାହ୍ମଣ ଭାଇମାନେ ବିରାଜ ମାନ କରାଇଥିଲେ,ରଥ ଉପରେ ସମସ୍ତ ପୂଜା କର୍ମ ସରିଲା ପରେ ରଥ ଟଣା ଆରମ୍ଭ ହୋଇଥିଲା I ଲାଞ୍ଜିଗଡ ରଥଯାତ୍ରା ଦେଖିବା ପାଇଁ ପାଖ ରାୟଗଡା ଜିଲ୍ଲା ଓ ଲାଞ୍ଜିଗଡ ବ୍ଲକର ବୋହୁ ଶ୍ରଦ୍ଧାଳୁ ଠାକୁଙ୍କୁ ରଥା ରୁଢ଼ ଦଖିବା ପାଇଁ ପ୍ରବଳ ଭିଡ ହୋଇଥାଲା I ଏହି ରଥଯାତ୍ରାକୁ ଶ୍ରୀ ଶ୍ରୀ ହରି ହର ସଂସ୍କୃତିକ ସେବା ସମିତି ଅନିଷ୍ଠାନ, ସ୍ଥାନୀୟ ଜନସାଧାରଣ, ବେଦାନ୍ତ କମ୍ପାନୀ, ଲାଞ୍ଜିଗଡ ଥାନା ଅଧିକାରୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା I ରଥ ଗଡି ଗଡି ଯାଇ ମାଉସୀ ମା"ମନ୍ଦିରରେ ସନ୍ଧ୍ୟା ୦୬ ଘଣ୍ଟା ୧୫ ମିନିଟ ସମୟରେ ରଥ ଯାଇ ଅଟିକି ଥିଲା I ତାପରେ ଲାଞ୍ଜିଗଡର ସମସ୍ତ ବ୍ରାହ୍ମଣ ଭାଇମIନେ ମିଶି ତିନି ଠାକୁରଙ୍କୁ ରଥରୁ ଉଲ୍ହାଇ ମାଉସୀ ମା " ମନ୍ଦିରରେ ପହଞ୍ଚାଇଥିଲେ I ଏହି ରଥଯାତ୍ରା ଶାନ୍ତି ଶୃଙ୍ଖଳI ସହିତ ସମ୍ପୂର୍ଣ ହୋଇଥିଲା,କିନ୍ତୁ ଏହି ରଥଯାତ୍ରାକୁ ଶ୍ରୀ ଶ୍ରୀ ହରି ହର ସଂସ୍କୃତିକ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ସମ୍ପାଦକ କାମରାଜୂ ଦଳବେହେରା,କୋଷାଧକ୍ଷ ଚନ୍ଦ୍ରଧ୍ଵଜ ପେସନିଆ,ଲାଞ୍ଜିଗଡ ଥାନା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ,ଏସ ଆଇ ଡୋଲମଣୀ ବିଶି,ଏ ଏସ ଆଇ ବଳଭଦ୍ର ଗୌଡ଼,ଏ ଏସ ଆଇ ସ୍ୱର୍ଣ ଲତା ଗୋମାଙ୍ଗ, ଟାଉନ ହାବିଲଦାର ନରସିଂହ ଦାସ, ଆଇ ଆର ବି ବାହିନୀ ତତ ସଙ୍ଗେ ସଙ୍ଗେ ଲାଞ୍ଜିଗଡ ଥାନାର ସମସ୍ତ କର୍ମଚାରୀ ଓ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ ଓ ସମସ୍ତ ସଭ୍ୟ ଏବଂ ଲାଞ୍ଜିଗଡର ଦୁଇ ଗୋଟି କ୍ଲବର ସଭାପତି ଓ ସମସ୍ତ ସଭ୍ୟ ଉପସ୍ଥିତ ରହି ଶାନ୍ତ ଶୃଙ୍ଖଳା ରକ୍ଷା ସହିତ ରଥଯାତ୍ରା ସମ୍ପୂର୍ଣ ହୋଇଯାଇଛି I