ଲାଞ୍ଜିଗଡ ସହରରେ ପଦୂଷଣ ମାତ୍ରା ଅତ୍ୟIଧିକ ହେତୁ ସାଢେ ଚାରି ଘଣ୍ଟା ଜନସାଧାରଣ ମୁଖ୍ୟ ରାସ୍ତା କଲେ ଅବରୋଧ Ommtv Kalinga Vikas
ଲାଞ୍ଜିଗଡ ସହରରେ ପଦୂଷଣ ମାତ୍ରା ଅତ୍ୟIଧିକ ହେତୁ ସାଢେ ଚାରି ଘଣ୍ଟା ଜନସାଧାରଣ ମୁଖ୍ୟ ରାସ୍ତା କଲେ ଅବରୋଧ Ommtv Kalinga Vikas
ଲାଞ୍ଜିଗଡ ସହରରେ ପଦୂଷଣ ମାତ୍ରା ଅତ୍ୟIଧିକ ହେତୁ ସାଢେ ଚାରି ଘଣ୍ଟା ଜନସାଧାରଣ ମୁଖ୍ୟ ରାସ୍ତା କଲେ ଅବରୋଧ Ommtv Kalinga Vikas
କଳାହାଣ୍ଡି ଜିଲ୍ଲା, ୨୦/୧୧ (କ,ବି) ଜିଲ୍ଲା ପ୍ରତନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଲାଞ୍ଜିଗଡ ସହରରୁ ଯାଇଥିବା ବେଦାନ୍ତ କାରଖାନା ଦେଇ ମୁନିଗୁଡାକୁ ଯାଇଥିବା ମୁଖ୍ୟ ରାସ୍ତାକୁ ସକାଳ ୧୦ ଘଣ୍ଟା ସମୟରୁ ଜନସାଧାରଣ କଲେ ଅବରୋଧ I ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡଙ୍କ ନେତୃତ୍ୱରେ ସକାଳ ଦଶ ଘଣ୍ଟା ସମୟରୁ ଲାଞ୍ଜିଗଡ ଜନସାଧାରଣ ମିଶି ଲାଞ୍ଜିଗଡ ଠାରୁ ମୁନିଗୁଡା ସଂଯୋଗ କରୁଥିବା ମୁଖ୍ୟ ଅବରୋଧ କରିଥିଲେ I ଲାଞ୍ଜିଗଡ ସହର ଦେଇ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ସମସ୍ତ ଭାରୀଯାନ ଓ ଆସ ଗାଡି ଲାଞ୍ଜିଗଡ ଦେଇ ଯାଇଥାଏ ଯାହା ଫଳରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ହେଇଥାଏ I ଏହି ପ୍ରଦୂଷଣ ଫଳରେ ଲାଞ୍ଜିଗଡ ଅଞ୍ଚଳ ବାସୀ ଅତିଷ୍ଟ ହେଇ ପଡୁଛନ୍ତି ବାରମ୍ବାର ଜନସାଧାରଣ ଭାରୀଯାନ ଓ ଆସ ଗାଡି ଡ୍ରାଇଭର ମାନଙ୍କୁ ମନା କରିବା ସ୍ୱତେ ମଧ୍ୟ ଗାଡି ଚଳାଚଳ କରୁଥିଲେ I

କୌଣସି ଗାଡି ମାଲିକ ଗାଡି ଚାଳକ ମାନେ ନ ଶୁଣିବା ହେତୁ,ତେଣୁକରି ଆଜି ସକାଳ ୧୦ ଘଣ୍ଟା ସମୟରୁ ଅପରାହ୍ନ ୦୨ ଘଣ୍ଟା ୩୦ ମିନିଟ ସମୟ ପର୍ଯ୍ୟନ୍ତ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କ ଉପସ୍ଥିତରେ ରାସ୍ତା ଅବରୋଧ ହୋଇଥିଲା,ଏହି ରାସ୍ତା ଅବରୋଧକୁ ଲାଞ୍ଜିଗଡ ପଞ୍ଚାୟତ ନାଇବ ସରପଞ୍ଚ ହରି ହରିଜନ,ୱାର୍ଡ ମେମ୍ବର ଚନ୍ଦ୍ର ନାଏକ,ସମାଜସେବି ସୁବାଷ ଅଗ୍ରୱାଲ,କିଶୋର ପେସନିଆ,ଦିନେଶ କୁମାର,କାର୍ତ୍ତିକ ଓଡ଼ିଆ,ବୁଲୁ ମାହାଙ୍କୁଡ଼,ତୁମ୍ବେଶ୍ୱର ସେଠି,ଚାରୁ ନାଗ,ସୁରେଶ ତାଣ୍ଡି,ସୁନୀଲ ବାଗ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହି ରାସ୍ତା ଅବରୋଧ କରିଥିଲେ I ଲାଞ୍ଜିଗଡ ଅଞ୍ଚଳ ବାସୀଙ୍କ ମୁଖ୍ୟ ଦାବି ହେଲାଯେ ଲାଞ୍ଜିଗଡ ସହର ମୁଖ୍ୟ ରାସ୍ତା ଦେଇ ବେଦାନ୍ତ କମ୍ପାନୀର ଭାରୀଯାନ ଓ ଆସ ଗାଡି ସବୁ ସମୟରେ ଆସ ବୋଝଇ ଗାଡିକୁ ନେଲା ସମୟରେ ଗାଡିକୁ ପାଲ ବାନ୍ଧି ନେଉ ନାହାନ୍ତି I ତାପରେ ଜନ ଗହଳି ସମୟରେ ଗାଡି ଦ୍ରୁତ ଗତିରେ ଯାଉଅଛି ତେଣୁକରି ଆଜିଠାରୁ କୌଣସି ଗାଡି ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ଦେଇ ଗାଡି ଜୀବନIହିଁ ବେଦାନ୍ତ ପ୍ରତେକ ଦିନ ଦିନକୁ ତିନି ଥର କରି ରାସ୍ତା ଉପରେ ପାଣି ପକେଇବ, ତାପରେ ବେଦାନ୍ତ କର୍ମ କର୍ତ୍ତା ଆସି ସମସ୍ତଙ୍କୁ ବୁଝା ସୁଝା କରଥିଲେ ଓ ପ୍ରତିଶୃତି ଦେଇ କହିଥିଲେ ଯେ ଆମ କମ୍ପାନୀ ଆଜି ଠାରୁ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ଉପରେ ପାଣି ପକେଇବ ଯାହା ଫଳରେ ଆଉ ଧୂଳି ଉଡିବନାହଁ କହିଥିଲେ,କିଛି ୦୪ ଘଣ୍ଟା ୩୦ ମିନିଟ ସମୟ ପରେ ବେଦାନ୍ତ କମ୍ପାନୀ କର୍ମକର୍ତ୍ତା ପାଣି ଗାଡି ଡାକି ମୁଖ୍ୟ ରାସ୍ତା ଉପରେ ପକେଇବା ଆରମ୍ଭ କରଥିଲେ ତାପରେ ରାସ୍ତା ଅବରୋଧ ହଟିଥିଲା I
